Categories: ଜାତୀୟ

ଦୀପାବଳିର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୪।୧୧: ଆଜି ସାରା ଦେଶରେ ଆଲୋକର ପର୍ବ ଦୀପାବଳି ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ୍‌ ଯୋଗେ କହିଚନ୍ତି, ଦୀପାବଳିର ଶୁଭ ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ମୁଁ ଆଶା କରୁଛି ଏହି ଆଲୋକର ପର୍ବ ଆପଣଙ୍କ ଜୀବନରେ ସୁଖ, ସମୃଦ୍ଧତା ଏବଂ ଶୁଭଫଳ ଆଣୁ। ସେହିପରି ଦୀପାବଳୀ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଟୁଇଟ କରି ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, ସମସ୍ତଙ୍କୁ ବହୁତ ଶୁଭେଚ୍ଛା ଜଣାଉଛି। ଆଲୋକ ଏବଂ ସୁଖର ଏହି ମହାନ ପର୍ବ ସମସ୍ତଙ୍କ ଜୀବନକୁ ନୂତନ ଶକ୍ତି, ଆଲୋକ, ସ୍ବାସ୍ଥ୍ୟ ଏବଂ ସମୃଦ୍ଧତା ସହିତ ଆଲୋକିତ କରୁ।

Share