୮୭ ଟଙ୍କାରେ ରାଜମହଲ ବିକିଦେଲେ ରାଜକୁମାର, ରାଜା ଆଣିଲେ ଅଭିଯୋଗ

ବର୍ଲିନ,୨୦।୨: ବର୍ଲିନର ଜଣେ ରାଜକୁମାର ୧୩୫ କୋଠରି ବିଶିଷ୍ଟ ରାଜମହଲକୁ ମାତ୍ର ୮୭ ଟଙ୍କାରେ ବିକି ଦେବାରୁ ରାଜା ପୁଅ ନାଁରେ କେସ୍‌ କରିଛନ୍ତି।

ଜର୍ମାନ ସହରର ହନୋଓ୍ବରର ରାଜା ଅର୍ନଷ୍ଟ ଅଗଷ୍ଟ ନିଜର ୧୩୫ କୋଠରି ବିଶିଷ୍ଟ ‘ମ୍ୟାରିନବର୍ଗ’ମହଲକୁ ୨୦୦୦ ମସିହାରେ ରାଜକୁମାର ଅର୍ନଷ୍ଟ ଅଗଷ୍ଟ ଜୁନିୟରଙ୍କୁ ହସ୍ତାନ୍ତର କରିଥିଲେ। ଅଗଷ୍ଟ ଜୁନିଅର ୨୦୧୮ରେ ଏହି ମହଲକୁ ବିକ୍ରି କରିବା ପାଇଁ ଘୋଷଣା କରିଥିଲେ। ବର୍ତ୍ତମାନ ଏହି ମହଲକୁ ସେ ମାତ୍ର ୮୭ ଟଙ୍କାରେ ବିକ୍ରି କରି ଦେଇଛନ୍ତି। ସେ କହିଛନ୍ତି, ଏହି ମହଲରର ମରାମତି ପାଇଁ ୨୩ ମିଲିୟନ ପାଉଣ୍ଡର ଆବଶ୍ୟକ, ଯାହା ତାଙ୍କ ନିକଟରେ ନାହିଁ। ତେଣୁ ସେ ଏହାକୁ ବିକିବାକୁ ବାଧ୍ୟ ହେଲେ।


ଅନ୍ୟପକ୍ଷରେ ରାଜା ରାଜକୁମାରଙ୍କ ଏପରି କାରବାର ଦେଖି ଅଷ୍ଟ୍ରିଆର ଏକ ଲଜ୍‌ରେ ରହୁଛନ୍ତି। ତାଙ୍କୁ ଆର୍ଥିକ ସହାୟତା ମଧ୍ୟ ପୁଅ ଦେଉନାହାନ୍ତି। ଏନେଇ ସେ ରାଜକୁମାରଙ୍କ ନାଁରେ ମାମଲା ରୁଜୁ କରିଛନ୍ତି। ରାଜକୁମାର ଅର୍ନଷ୍ଟ ଅଗଷ୍ଟ ବ୍ରିଟେନର ରାଣୀ ଏଲିଜାବେଥଙ୍କ ଦୂର ସମ୍ପର୍କୀୟ କାକା ପୁଅ ଭାଇ ଅଟନ୍ତି।

Share