Categories: ଜାତୀୟ

ପେପର ଲିକ୍‌ ପରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଠେଲି ବିଦା କରିଦେଲେ

ପ୍ରୟାଗରାଜ, ୭।୭: ଉତ୍ତରପ୍ରଦେଶର ପ୍ରୟାଗରାଜସ୍ଥିତ ବିଶପ ଜନସନ ବାଳିକା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପାରୁଲ ଶଲୋମନଙ୍କୁ ଶନିବାର ତାଙ୍କ କାର୍ଯ୍ୟାଳୟରୁ ବଳପୂର୍ବକ ହଟାଇ ଦିଆଯାଇଛି। ଗତ ଫେବୃଆରୀ ୧୧ରେ ସ୍କୁଲରେ ପରୀକ୍ଷା ଆରମ୍ଭ ପୂର୍ବରୁ ପେପର ଲିକ୍‌ ହୋଇଥିଲା। ଏହି ମାମଲାରେ ପୋଲିସ ଏକ ପେପର ଲିକ୍‌ ଗ୍ୟାଙ୍ଗ୍‌ର ୧୦ ସଦସ୍ୟଙ୍କୁ ଗିରଫ କରିଥିଲା। ତଦନ୍ତରେ ପାରୁଲଙ୍କ ନାମ ସାମ୍‌ନାକୁ ଆସିବାରୁ ଶୁକ୍ରବାର ତାଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ପଦରୁ ହଟାଯାଇ ଶିର୍ଲି ମାର୍ସିଙ୍କୁ ନୂତନ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ଦିଆଯାଇଥିଲା। ଏହାସତ୍ତ୍ୱେ ପାରୁଲ ନିଜ ଚୌକି ନ ଛାଡ଼ିବାରୁ ତାଙ୍କୁ ଠେଲି ସ୍କୁଲରୁ ବାହାର କରିଦିଆଯାଇଛି।

Share