ଲାଞ୍ଚ ନେଇ ଧରାପଡ଼ିଲେ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ

ଭବାନୀପାଟଣା/ମଦନପୁର,୧୯।୨: ଗୁରୁବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ମଦନପୁର ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ କ୍ଷିତିଭୂଷଣ ବିଶ୍ବାଳ। ଶୁକ୍ରବାର ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯିବ। ଅଭିଯୋଗକାରୀ ଗଙ୍ଗାଧର ବାଗ ସ୍କୁଲ ଜଗୁଆଳି ଭାବେ ନିଯୁକ୍ତି ପାଇଥିଲେ ହେଁ ଯୋଗଦାନ ପାଇଁ ପ୍ରିନ୍ସିପାଲ ବିଶ୍ୱାଳ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଗଙ୍ଗାଧର ଭିଜିଲାନ୍ସ ବିଭାଗ ନିକଟରେ ଜଣାଇଥିଲେ। ଗୁରୁବାର ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବରୁ ଜଗିରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ। ଭବାନୀପାଟଣା ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଦିନବନ୍ଧୁ ବେହେରା, ରାଜେଶ କୁମାର ନାୟକ, ସୁଶାନ୍ତ ପଟ୍ଟନାୟକ, ସନ୍ତୋଷ କୁମାର ମହାନ୍ତି, ଶିବ ପ୍ରସାଦ ପଧାନ ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ।

Share