ମୁମ୍ବାଇ,୨୧।୩: ଆଗାମୀ ଆଇପିଏଲରେ ପ୍ରଥମ ଥର ପାଇଁ ଭାଗ ନେବାକୁ ଯାଉଥିବା ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ଦଳର ସମସ୍ୟା ଶେଷ ହେଉ ନାହିଁ। ଇଂଲଣ୍ଡ ପେସର ମାର୍କ ଉଡ୍ ଆଇପିଏଲ-୧୫ରୁ ଓହରିବା ପରେ ଫ୍ରାଞ୍ଚାଇଜ ପକ୍ଷରୁ ବାଂଲାଦେଶ ପେସର ତାସ୍କିନ ଅହମ୍ମଦଙ୍କ ସହ ଯୋଗାଯୋଗ କରାଯାଇଥିଲା। କିନ୍ତୁ ତାଙ୍କୁ ଆଇପିଏଲରେ ଭାଗ ନେବା ପାଇଁ ନୋ ଅବଜେକ୍ଶନ ପ୍ରମାଣପତ୍ର ଦେବାକୁ ମନା କରି ଦେଇଛି ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି)।
“ଚଳିତ ଦକ୍ଷିଣ ଆଫ୍ରିକା ସିରିଜ୍ ପରେ ବାଂଲାଦେଶକୁ ଭାରତ ସହିତ ଗୁରୁତ୍ୱପୂର୍ଣ୍ଣ ସିରିଜ୍ ଖେଳିବାର ଅଛି। ଏଣୁ ଆଇପିଏଲରେ ତାଙ୍କର ଅଂଶଗ୍ରହଣ କରିବା ଉଚିତ ହେବ ନାହିଁ। ଆମେ ତାସ୍କିନଙ୍କ ସହ କଥା ହୋଇଛୁ। ସେ ପରିସ୍ଥିତି ବୁଝିପାରିଛନ୍ତି। ସେ ଆଇପିଏଲରେ ଖେଳିପାରିବେ ନାହିଁ ବୋଲି ଫ୍ରାଞ୍ଚାଇଜଙ୍କୁ ଜଣାଇ ଦେଇଛନ୍ତି” ବୋଲି ବିସିବି କ୍ରିକେଟ ଅପରେଶନ୍ସ ଚେୟାରମ୍ୟାନ ଜଲାଲ ୟୁନୁସ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ଜିଆଣ୍ଟସ ୨୮ ତାରିଖରେ ଗୁଜରାଟ ଲାୟନ୍ସକୁ ଭେଟିବ।