ପୁରୀ ଅଫିସ, ୧୦।୧: ଚଳିତ ବର୍ଷ ରଥଯାତ୍ରା ପାଇଁ ଆଜିଠାରୁ ପକ୍ରିୟା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ ନୟାଗଡ଼ର ଦଶପଲ୍ଲା ରେଞ୍ଜର ବଡମୂଳର ବଡରାଉଳ ଠାକୁରାଣୀଙ୍କ ମନ୍ଦିରକୁ ଯାତ୍ରା କରିଛନ୍ତି। ଶ୍ରୀମନ୍ଦିରରୁ ମାଳ ମାହାର୍ଦ୍ଦ, ନଡ଼ିଆ, ପତନୀ, ସିନ୍ଦୁର, ଦୀପ, ନୈବେଦ୍ୟ ନେଇ ସେମାନେ ଯାତ୍ରା କରିଛନ୍ତି।ଏହି ଦଳରେ ରଥ ନିର୍ମାଣର ବରିଷ୍ଠ ତତ୍ତ୍ବାବଧାରକ ସୁଦର୍ଶନ ମେକାପ, ରଥ ଅମିନ, ଭୋଇ ସର୍ଦ୍ଦାର ରବି ଭୋଇ ରହିଛନ୍ତି। ମଙ୍ଗଳବାର ବଡ଼ରାଉଳ ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ଠାକୁରାଣୀଙ୍କ ଅନୁମତି ନେଇ ରଥକାଠ ଚିହ୍ନଟ ପକ୍ରିୟା ଆରମ୍ଭ ହେବ।