ସରକାର ୨ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଘରୋଇକରଣ ନେଇ ପ୍ରକ୍ରିୟା ଜୋର୍ଦାର କରିଛନ୍ତି। ଏହି କ୍ରମରେ କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ନିୟାମକ ଏବଂ ପ୍ରଶାସନିକ ପ୍ରସଙ୍ଗରେ ଆଲୋଚନା କରାଯାଇଛି। ଏହି ପ୍ରସ୍ତାବକୁ ବିନିବେଶ ସଂକ୍ରାନ୍ତ ମନ୍ତ୍ରୀ ସମୂହ କିମ୍ବା ଅଲଟରନେଟିଭ୍ ମେକାନିଜମ୍ ନିକଟରେ ମଞ୍ଜୁରି ଲାଗି ରଖାଯିବ।