ଧର୍ମାନୁଷ୍ଠାନ ଖୋଲିବା ପ୍ରକ୍ରିୟା ଆରମ୍ଭ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର,୧୪।୧୨: ଗତ ୯ ମାସ ପରେ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନଗୁଡିକ ସର୍ବସାଧାରଣଙ୍କ ପାଇଁ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଟୁଇଟ୍‌ ଯୋଗେ କହିଛନ୍ତି, ରାଜ୍ୟ ସରକାର ପୂର୍ବରୁ ନିଜ ନିଜ ଅଞ୍ଚଳରେ ଥିବା ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନଗୁଡିକ ଖୋଲିବାକୁ ଜିଲାପାଳମାନଙ୍କୁ କ୍ଷମତା ଦେଇଛନ୍ତି। ହିତାଧୀକାରୀ ସହ ଆଲୋଚନା ଏବଂ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର ନିର୍ଦ୍ଧାରିତ କରିବା ପରେ ମନ୍ଦିର ଖୋଲିବା ପାଇଁ ଜିଲାପାଳମାନେ ନିର୍ଦ୍ଦେଶ ଦେଇପାରିବେ। ଏଥିରୁ ଜଣାପଡୁଛି ଯେ, ବିଭିନ୍ନ ଜିଲାରେ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, କୋଭିଡ କଟକଣା ମଧ୍ୟରେ ପୁରୀ ଶ୍ରୀମନ୍ଦିର ଆସନ୍ତା ୨୩ରେ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏହାପରେ ଧୀରେ ଧୀରେ ରାଜ୍ୟର ଅନ୍ୟ ମନ୍ଦିରଗୁଡିକ ଖୋଲା ଯିବ ବୋଲି ଜଣାପଡିଛି।

Share