ଆଗକୁ ବଢ଼ିଲା ମୂଳଖରସ୍ରୋତା ପୁନରୁଦ୍ଧାର ପ୍ରକ୍ରିୟା

ରସୁଲପୁର,୪।୧୨(ରଂଜିତ ରାଉତ): ରସୁଲପୁର ବ୍ଲକ ଅଧୀନ ଟିକରପଡ଼ାଠାରେ ମୂଳଖରସ୍ରୋତା ନଦୀ ଉପର ମୁଣ୍ଡରେ ଏକ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ ପାଇଁ ପ୍ରକ୍ରିୟା ଆଉ ପାଦେ ଆଗକୁ ବଢିଛି। ସ୍ଲୁଇସ୍‌ ଗେଟ୍‌ ନିର୍ମାଣ ଓ ନଦୀ ପୁନରୁଦ୍ଧାର ପ୍ରକଳ୍ପକୁ ବୈଷୟିକ ମଞ୍ଜୁରୀ ମିଳିଛି। ପ୍ରକଳ୍ପ ନିର୍ମାଣକୁ ନେଇ ଆବଶ୍ୟକଥିବା ବ୍ୟୟବରାଦକୁ ନେଇ ଖୁବ୍‌ଶୀଘ୍ର ଟେଣ୍ଡର ପ୍ରକ୍ରିୟା ପାଇଁ ବାଟ ଫିଟିପାରିଛି ବୋଲି କୋରେଇ ବିଧାୟକ ଆକାଶ ଦାସନାୟକ ସୂଚନା ଦେଇଛନ୍ତି। ବିଧାୟକ ଦେଇଥିବା ପ୍ରତିଶ୍ରୁତି ମୁତାବକ କାର୍ଯ୍ୟ ଜାରିରଖିଛନ୍ତି। ମୃତ ନଦୀକୁ ଚୀରସ୍ରୋତା କରିବା ସହ ନଦୀ ଅବବାହିକାରେ ବସବାସ କରୁଥିବା ୭ ପଞ୍ଚାୟତର ଜନସାଧାରଣଙ୍କ ଜଳ ସମସ୍ୟା ଦୂର କରିବା ତାଙ୍କର ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି।
ବନ୍ୟା ନିୟନ୍ତ୍ରଣ ଆଳରେ ମୂଳ ଖରସ୍ରୋତା ନଦୀ ଉପର ମୁଣ୍ଡରେ ବନ୍ଧ ବାନ୍ଧି ଦିଆଯାଇ ଚିରାଚରିତ ଜଳ ପ୍ରବାହ ଧାରାକୁ ସବୁଦିନ ପାଇଁ ବନ୍ଦ କରି ଦିଆଯାଇଥିଲା। ଉପର ମୁଣ୍ଡରୁ ଜଳ ପ୍ରବାହିତ ନ ହେବାରୁ ନଦୀ ମୃତ ଭଳି ପଡ଼ି ରହିଛି। ବିଭିନ୍ନ ସ୍ଥାନରେ ନଦୀରେ ଅନାବନା ଗଛ, ସନ୍ତସନ୍ତିଆ ସ୍ଥାନରେ ବିଲାତି ଦଳ, କାଶତଣ୍ଡି, ଗୁଳ୍ମ, ଗଛଲତା ଭଳି ଘଞ୍ଚ ଜଙ୍ଗଲିଆ ସ୍ଥାନଗୁଡ଼ିକ ବିଷଧର ସରିଶୃପଙ୍କ ବାସସ୍ଥଳି ପାଲଟିଛି। ନଦୀ ଗର୍ଭରେ ଜଳ ଅଭାବରୁ ଭୂ-ତଳ ଜଳସ୍ତର କମିଯିବା ସହ ଚାଷକାର୍ଯ୍ୟ ଜଳସେଚନର ଅସୁବିଧା, ନଦୀକୂଳବାସୀଙ୍କୁ ଦୈନନ୍ଦିନ ଚଳନିରେ ଶୌଚ ହେବା, ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟରେ ବାଧା ଉପୁଜିବା, ନଦୀ ଅବବାହିକାରେ ବସବାସ କରୁଥିବା ଲୋକେ ଓ ପ୍ରାଣୀମାନଙ୍କ ପାଇଁ ସାପ ବିପଦ ସୃଷ୍ଟି କରୁଛନ୍ତି। ଏଭଳି ଅସୁବିଧାରୁ ମୁକୁଳିବା ପାଇଁ ନଦୀକୁଳବାସୀଙ୍କୁ ନେଇ ଗଠିତ ମୂଳଖରସ୍ରୋତା ପୁନରୁଦ୍ଧାର ସମିତି ପକ୍ଷରୁ ନଦୀ ପୁନରୁଦ୍ଧାର ପାଇଁ ଅନ୍ୟୁନ୍‌ ୧୨ବର୍ଷରୁ ଊର୍ଦ୍ଧ୍ୱ ହେବ ଦାବି ହୋଇଆସୁଛି। ସମିତି ସଭାପତି ବେଣୁଧର ଦୋବାଇ ନଦୀର ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉଚ୍ଚ ନ୍ୟାୟାଳୟର ମୁଖ୍ୟୁ ବିଚାରପତି, ଜଳସମ୍ପଦ ମନ୍ତ୍ରୀ, କୋରେଇ ଓ ଧର୍ମଶାଳା ବିଧାୟକଙ୍କୁ ଲିଖିତ ଭାବରେ ଅବଗତ କରି ଆସୁଛନ୍ତି।
୨୦୧୪ରେ ନଦୀ ପୁନରୁଦ୍ଧାର ସମିତି ପକ୍ଷରୁ କୋରେଇ ବିଧାୟକ ଆକାଶ ଦାସନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେତେବେଳେ ନଦୀ ପୁନରୁଦ୍ଧାର ପାଇଁ ବିଧାୟକ ପ୍ରୟାସ କରିଥିଲେ। ଏବେ ସେହି ପ୍ରୟାସ ଓ ଲକ୍ଷ୍ୟକୁ ପୁର୍ଣ୍ଣାଙ୍ଗୀକରଣ କରିବା ପାଇଁ ବିଧାୟକ ଅଣ୍ଟା ଭିଡ଼ିଛନ୍ତି। ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଏ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନାକରି ଅଞ୍ଚଳବାସୀଙ୍କଦାବିକୁ ତୁରନ୍ତ ପୂରଣ କରାଯିବ ବୋଲି ସୂଚନା ଦେଇଛନ୍ତି। ନଦୀ ପୁନରୁଦ୍ଧାର ପ୍ରକଳ୍ପକୁ ବୈଷୟିକ ମଞ୍ଜୁରୀ ମିଳିବା ଖବର ଜାଣିବା ପରେ ସମିତି ପକ୍ଷରୁ କୋରେଇ ବିଧାୟକ ଦାସନାୟକ, ଧର୍ମଶାଳା ବିଧାୟକ ସାହୁଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି। ବିଧାୟକ ଦ୍ୱୟଙ୍କ ଉଦ୍ୟମକୁ ସମିତି ସଭାପତି ପ୍ରଶଂସା କରିବା ସହ ଟିକରପଡ଼ା, ଗନ୍ଧଣ, ବଡ଼କଇଞ୍ଚି, ଭୋଟକା, ରସୁଲପୁର, ରାହାମ୍ବା, ନଠୁଆବର ଭଳି ୭ ପଞ୍ଚାୟତ ପାଇଁ ଜୀବନରେଖା ସାଜିଥିବା ମୂଳଖରସ୍ରୋତା ନୂଆ ଜୀବନ ପାଇବାର ଆଶା ଉଜ୍ଜ୍ୱଳ ହେବା ଜାଣି ଖୁସିବ୍ୟକ୍ତ କରିଛନ୍ତି। ଏନେଇ କୋରେଇ ବିଧାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ବିଧାନସଭା ପକ୍ଷରୁ ରାଜ୍ୟର ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ଅନୁଧ୍ୟାନ କରିବା ପାଇଁ ଏକ ବୈଷୟିକ କମିଟି ଗଠନ କରାଯାଇଛି। ସେ ଉକ୍ତ କମିଟିର ସଦସ୍ୟ ଅଛନ୍ତି। ତାଙ୍କ ପକ୍ଷରୁ ଖରସ୍ରୋତା ପୁନରୁଦ୍ଧାର ନେଇ କମିଟି ସମ୍ମୁଖରେ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏଥିସହ ସମିତି ପକ୍ଷରୁ ତାଙ୍କୁ ପ୍ରଦାନ କରାଯାଇଥିବା ନଦୀକୁ ନେଇ ପ୍ରସ୍ତୁତ ନକ୍ସା, ସମିତିର ଦାବିପତ୍ର, ନଦୀ ପୁନରୁଦ୍ଧାର ନ ହେଲେ ଉପୁଜୁଥିବା ସମସ୍ୟା, ପୁନରୁଦ୍ଧାର ଓ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ ପାଇଁ ରଖାଯାଇଥିବା ପ୍ରସ୍ତାବଗୁଡିକୁ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ବିଧାୟକଙ୍କ ଦାବିର ଗୁରୁତ୍ୱ ଓ ଜନସାଧାରଣଙ୍କ ଆବଶ୍ୟକତାକୁ ନେଇ କମିଟି ପକ୍ଷରୁ ପ୍ରକଳ୍ପଟିକୁ ବୈଷୟିକ ଅନୁମୋଦନ ପ୍ରଦାନ କରାଯାଇଛି। ପରବର୍ତ୍ତୀ ଅବସ୍ଥାରେ ବ୍ୟୟଅଟକଳ ଅନୁଯାୟୀ ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ଆହ୍ବାନ କରାଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେନେଭାରେ ନିଲାମ ହେବ ଭାରତର ଦୁର୍ଲଭ ହୀରା

ଜେନେଭା, ୧୪।୪:ଭାରତର ରାଜକୀୟ ଐତିହ୍ୟକୁ ଦର୍ଶାଉଥିବା ବିରଳ ‘ଦି ଗୋଲକୋଣ୍ଡା ବ୍ଲ୍ୟୁ’ ହୀରାର ନିଲାମ ହେବାକୁ ଯାଉଛି। ଆସନ୍ତା ମେ ୧୪ରେ ସୁଇଜରଲାଣ୍ଡର ଜେନେଭାସ୍ଥିତ ‘କ୍ରିଷ୍ଟିଜ୍‌...

ସ୍କୁଟି ବାଇକ୍‌ ଧକ୍କାରେ ଜଣେ ମୃତ, ୩ ଗୁରୁତର

ଆସିକା, ୧୪ା୪ (ସୁରେନ୍ଦ୍ର ନାଥ ସାହୁ): ଆସିକା-ଭଞ୍ଜନଗର ମୁଖ୍ୟ ରାସ୍ତାର ଆସିକା ଥାନା ଅନ୍ତର୍ଗତ ବାଲିସିରା ଛକ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ...

୪୮ ହଜାର ଟଙ୍କାରୁ ଅଧିକ ବିଦ୍ୟୁତ ବିଲ ଆସୁଥିଲେ କଟିଯିବ ପେନସନ

ଜୟପୁର,୧୪।୪: ରାଜସ୍ଥାନ ସରକାର ଏକ ବଡ଼ ଏବଂ ବହୁଚର୍ଚ୍ଚିତ ନିଷ୍ପତ୍ତି ନେବାକୁ ଯାଉଛନ୍ତି, ଯାହା ଦ୍ୱାରା ହଜାର ହଜାର ପେନସନଭୋଗୀଙ୍କ ନିଦ ହଜାଇପାରେ। ଏବେ ବାର୍ଷିକ...

ଭାଜପା ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଭାଜପା ତରଫରୁ ବ୍ଲକ୍‌ସ୍ତରୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଜୟନ୍ତୀ ଡୁମୁରିଆ ପଞ୍ଚାୟତ ନୂଆଗାଁରେ...

ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): ମହା ବିଷୁବ ସଂକ୍ରାନ୍ତି, ଶ୍ରୀ ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ସକାଶେ ସୋମବାର କେନ୍ଦୁଝର ଜିଲା ପାଟଣା ଅଞ୍ଚଳର ହନୁମାନ...

ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ

ନୂଆପଡ଼ା,୧୪ା୪ (ମକାରୁ ବେମାଲ) ଓଡ଼ିଆ ପକ୍ଷ ପାଳନର ସୋମବାର ଶେଷ ଦିନରେ ନୂଆପଡା ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସୋମବାର ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ...

ବି. ଆର୍‌. ଆମ୍ବେଡକରଙ୍କ ଜୟନ୍ତୀ ପାଳିତ

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଉନ ହଲରେ ସୋମବାର ସନ୍ଧ୍ୟାରେ ଭାରତ ରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଡକରଙ୍କ  ଜୟନ୍ତୀ ପାଳିତ ହୋଇଯାଇଛି।...

ହନୁମାନ ଜୟନ୍ତୀରେ ଖଣ୍ଡା ବୁଲାଇଲେ ବିଧାୟକ: ଚାରିଆଡ଼େ ଚର୍ଚ୍ଚା

ବରଗଡ଼, ୧୪।୪(ପ୍ରେମାନନ୍ଦ ଖମାରୀ): ସୋମବାର ସନ୍ଧ୍ୟାରେ ବରଗଡ଼ ସହରରେ ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ହୋଇଥିଲା। ସ୍ଥାନୀୟ ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ବାହାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image