ପୁରୀ ଅଫିସ,୧୪ା୧୦:ବଗଲା ଧର୍ମଶାଳା ଜମି ବିକ୍ରି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେବ ଭାଜପା। ଏନେଇ ବୁଧବାର ସକାଳ ୯ଟାରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ସିଂହଦ୍ୱାରଠାରୁ ନବୀନ ନିବାସ ଅଭିମୁଖେ ପଦଯାତ୍ରା ଆରମ୍ଭ ହୋଇଛି। ବିକ୍ରି ହୋଇଥିବା କବଲା ରଦ୍ଦ ଏବଂ ପୁରୁଣା ଜେଲ୍ ଜମିକୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ମିଶାଇବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ବଗଲା ଧର୍ମଶାଳା ଜମି ବିକ୍ରି କବଲ ରଦ୍ଦ ନେଇ ଜନସାଧାରଣଙ୍କଠାରୁ ସଂଗୃହୀତ ଦସ୍ତଖତ ପ୍ରଦାନ କରାଯିବ ବୋଲି ବିଧାୟକ ଷଡ଼ଙ୍ଗୀ କହିଛନ୍ତି। ଏଥିରେ ଜିଲା ସଭାପତି ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓମ୍ପ୍ରକାଶ ମିଶ୍ର, ପୂର୍ବତନ ଜିଲା ସଭାପତି ପ୍ରଭଞ୍ଜନ ମହାପାତ୍ର, କୃଷ୍ଣ ଚନ୍ଦ୍ର ଜଗଦେବ ପ୍ରମୁଖ ସାମିଲ ହେବେ।