ଅଭିନେତ୍ରୀଙ୍କୁ ଅଶ୍ଳୀଳ ମେସେଜ ପଠାଇ ବନ୍ଧା ହେଲେ ଟିଭି ନିର୍ମାତା

ମୁମ୍ବାଇ: ଶନିବାର ଜଣେ ଟିଭି ନିର୍ମାତା ତଥା ଅଭିନେତାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଟିଭି ନିର୍ମାତା ଜଣକ ଜନୈକା ଅଭିନେତ୍ରୀଙ୍କୁ ହଇରାଣ କରୁଥିବା ପୋଲିସ ଆଜି ଏହି ସୂଚନା ଦେଇଛି। ପୋଲିସ କହିଛି, ୨୭ବର୍ଷୀୟ ଟେଲିଭିଜନ ଇଣ୍ଡଷ୍ଟ୍ରି ଅଭିନେତା ତଥା ନିର୍ମାତା ଜଣକ ମୁମ୍ବାଇର ପଶ୍ଚିମ ଉପକଣ୍ଠ ଆନ୍ଧେରୀରୁ ଗିରଫ ହୋଇଛନ୍ତି। ନିର୍ମାତା ସୋସିଆଲ ମିଡିଆରେ ଏକ ନକଲି ଆକାଉଣ୍ଟ ଖୋଲି ଅଭିନେତ୍ରୀଙ୍କୁ ଅଶ୍ଳୀଳ ମେସେଜ ପଠାଇଥିବା ଅଭିଯୋଗ ହୋଇଛି।

ମୁମ୍ବାଇ ପୋଲିସର ଜଣେ ଅଧିକାରୀ କହିଛନ୍ତି, ବଙ୍ଗୁରନାଗର ପୋଲିସ ଶୁକ୍ରବାର ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ କରିଥିଲା  ଏବଂ ପରେ ଅଭିଯୁକ୍ତଙ୍କୁ କରାଯାଇଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ, ଅଭିଯୁକ୍ତ ଜଣକ ଇନ୍‌ଷ୍ଟାଗ୍ରାମରେ ପୀଡ଼ିତାଙ୍କ ନକଲି ଆକାଉଣ୍ଟ ଖୋଲି କରି ସମ୍ପର୍କୀୟ ତଥା ବନ୍ଧୁମାନଙ୍କୁ ଅଶ୍ଳୀଳ ବାର୍ତ୍ତା ପଠାଇ ଅଭିନେତ୍ରୀଙ୍କୁ ବଦନାମ କରିଥିଲେ।

ଏହି ମାମଲାରେ ପୀଡ଼ିତା ଅଭିନେତ୍ରୀ  ସପ୍ତାହ ପୂର୍ବରୁ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଆଜି ପୋଲିସ ତାଙ୍କୁ ଗିରଫ କରିଛି।

Share