ପୁଣିଥରେ ଏକାଠି ଆସିବେ ‘ରାମ ସେତୁ’ର ନିର୍ମାତା-ନିର୍ଦ୍ଦେଶକ

ମୁମ୍ବାଇ: ବିଗ ବଜେଟ ଫିଲ୍ମ ‘ରାମ ସେତୁ’କୁ ଏକ ଭିନ୍ନସ୍ତରକୁ ନେଇଯାଇଥିବା ନିର୍ମାତା-ନିର୍ଦ୍ଦେଶକ ଯୋଡି ମହାବୀର ଜୈନ ଓ ଅଭିଶେକ ଶର୍ମା ପୁଣିଥରେ ଆଉ ଏକ ମନ ଛୁଇଁଲା ଭଳି ପ୍ରୋଜେକ୍ଟ ନେଇ ଆସୁଥିବା ଜଣାପଡିଛି । ଏହି ପ୍ରୋଜେକ୍ଟ ସମ୍ପର୍କରେ ଏପର୍ଯ୍ୟନ୍ତ ସମସ୍ତ ବିବରଣୀ ନ ମିଳିଥିବା ବେଳେ ଏତିକି ସୂଚନା ମିଳିଛି ଯେ ଏମାନଙ୍କ ଅଗାମୀ ଅନଟାଇଟଲ ପ୍ରୋଜେକ୍ଟ ଏକ ଥ୍ରୀଲର ଓ ଲେଖକ ପ୍ରିୟମ ଗାନ୍ଧୀ ମୋଦିଙ୍କ ପୁସ୍ତକ ‘ଏ ନେଶନ ଟୁ ପ୍ରୋଟେକ୍ଟ’ ଉପରେ ଅଧାରିତ ।
ଫିଲ୍ମର ନିର୍ଦ୍ଦେଶନା ଦେବେ ଅଭିଶେକ ଶର୍ମା । ତେବେ କଳାକାରଙ୍କ ନାମକୁ ମେକର୍ସ ସିକ୍ରେଟ ର୍‌ଖିଛନ୍ତି । ଗୁଡ ଲକ ଜେରି, ଉଁଚାଇ ଓ ରାମ ସେତୁ ଭଳି ଫିଲ୍ମ ନିର୍ମାଣ କରିବା ପରେ ମହାବରୀ ଜୈନ ଓ ଅଭିଶେକ ଶର୍ମାଙ୍କୁ ପୁଣିଥରେ ଆଉ ଏକ ପ୍ରୋଜେକ୍ଟରେ ଦେଖିବାକୁ ମିଳିବ ବୋଲି ଶୁଣିବା ପରେ ଦର୍ଶକଙ୍କ ଉତ୍ସାହ ବଢି ଯାଇଛି ।
ଅଭିଶେକ ଶର୍ମା ତେରେ ବିନ ଲାଡେନ, ଦ ସୌକିନ୍ସ, ପରମାଣୁ: ଦ ଷ୍ଟୋରୀ ଅଫ ପୋଖରାନ ଓ ସୁରଜ ପେ ମଙ୍ଗଳ ଭାରି ଭଳି ମୁଭିର ନିର୍ଦ୍ଦେଶନା ଦେଇଛନ୍ତି । ଏପଟେ ଅକ୍ଷୟ କୁମାର, ଜ୍ୟାକଲିନ ଫର୍ନାଡିଜ ଓ ନୁସରତ ଭରୁଚା ଷ୍ଟାରର ମୁଭି ‘ରାମ ସେତୁ’ ୨୫ ଅକ୍ଟୋବରରେ ରିଲିଜ୍ ହେବାକୁ ଯାଉଛି । କିଛିଦିନ ତଳେ ମୁଭିର ନୂଆ ଟ୍ରେଲର ରିଲିଜ୍ କରାଯାଇଥିଲା ।

Share