୮ ନିୟୁତ ଟନ୍‌କୁ ବୃଦ୍ଧିପାଇବ ଉତ୍ପାଦନ କ୍ଷମତା

ଯାଜପୁର,୧୭ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା କଳିଙ୍ଗନଗର ଟାଟା ଷ୍ଟିଲ କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଖୁବ୍‌ଶୀଘ୍ର ସମ୍ପନ୍ନ ହେବାକୁ ଯାଉଛି। ଏହିକ୍ରମରେ ଏହାର ଉତ୍ପାଦନ କ୍ଷମତା ବାର୍ଷିକ ୩ ନିୟୁତ ଟନ୍‌ (ଏମ୍‌ଟିପିଏ)ରୁ ୮ ନିୟୁତ ଟନ୍‌ (ଏମ୍‌ଟିପିଏ)କୁ ବୃଦ୍ଧିପାଇବ। ଏହି ସମ୍ପ୍ରସାରଣ ଦ୍ୱାରା ଦେଶର ଇସ୍ପାତ ଉପତ୍ାଦନ କ୍ଷେତ୍ରରେ ଓଡ଼ିଶା ଏକକ ବୃହତ୍‌ ନିବେଶସ୍ଥଳରେ ପରିଣତ ହେବା ସହ ଶିଳ୍ପ ଜଗତରେ ଏକ ଗୌରବମୟ ସ୍ଥାନ ଅକ୍ତିଆର କରିବ। କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୨୭ ହଜାର କୋଟି ଟଙ୍କା ନିବେଶରେ କଳିଙ୍ଗନଗର କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ୨୦୧୫ରେ କମ୍ପାନୀ ୨୫ ହଜାର କୋଟି ଟଙ୍କା ବିନିଯୋଗରେ ପ୍ରଥମ ପର୍ଯ୍ୟାୟ କାମ ସମ୍ପୂର୍ଣ୍ଣ କରିଥିଲା। ଏହାବାଦ୍‌ ୨୦୨୨ରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ (ଏନ୍‌ଆଇଏନ୍‌ଏଲ୍‌) ଅଧିଗ୍ରହଣ ମାଧ୍ୟମରେ ୧୨ ହଜାର ୧୦୦ କୋଟି ଟଙ୍କାର ଅତିରିକ୍ତ ବିନିଯୋଗ ସହିତ ଓଡ଼ିଶାରେ ଏହାର କ୍ଷମତାକୁ ଆହୁରି ବୃଦ୍ଧି କରିଥିଲା। ଢେଙ୍କାନାଳ ଜିଲାରେ ଥିବା ଟାଟା ଷ୍ଟିଲ ମେରାମଣ୍ଡଳୀ (ପୂର୍ବରୁ ଭୂଷଣ ଷ୍ଟିଲ ଲିମିଟେଡ) କାରଖାନା ସହିତ ଓଡ଼ିଶାରେ ଟାଟା ଷ୍ଟିଲର ମୋଟ ପୁଞ୍ଜିନିବେଶ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି। ୨୦୩୦ ସୁଦ୍ଧା ଭାରତରେ ଟାଟା ଷ୍ଟିଲର ୪୦ ଏମ୍‌ଟିପିଏ କ୍ଷମତା ଲକ୍ଷ୍ୟ ହାସଲ କରିବାରେ କଳିଙ୍ଗନଗର କାରଖାନାର ସମ୍ପ୍ରସାରଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଟାଟାଷ୍ଟିଲର କର୍ପୋରେଟ୍‌ ସର୍ଭିସେସ୍‌ ଉପାଧ୍ୟକ୍ଷ ଚାଣକ୍ୟ ଚୌଧୁରୀ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଟାଟା ଷ୍ଟିଲର ନିରନ୍ତର ପ୍ରତିବଦ୍ଧତା ମାଧ୍ୟମରେ ଭବିଷ୍ୟତ ପାଇଁ ଏକ ଉନ୍ନତ ଓଡ଼ିଶା ଗଠନ କରିବା ନିମନ୍ତେ ଉଦ୍ୟମ କରୁଛୁ। ୧୧୭ ବର୍ଷ ପୂର୍ବେ ଟାଟା ଷ୍ଟିଲ ଜାମ୍‌ସେଦପୁରଠାରେ କାର୍ଯ୍ୟ ଆରମ୍ଭ କରିଥିଲା। ଗମହାରିଆ (ଝାରଖଣ୍ଡ) ଏବଂ ଓଡ଼ିଶା ସମେତ ଥାଇଲାଣ୍ଡ, ନେଦରଲାଣ୍ଡ ଓ ବ୍ରିଟେନରେ କମ୍ପାନୀର ଉତ୍ପାଦନ ଜାରି ରହିଛି। ଟାଟା ଷ୍ଟିଲ ସ୍ପେଶାଲ ଇକୋନୋମିକ୍‌ ଜୋନ୍‌ ଲିମିଟେଡ୍‌ (ଟିଏସ୍‌ଏସ୍‌ଇଜେଡ୍‌ଏଲ୍‌) ଦ୍ୱାରା ଗଞ୍ଜାମ ଜିଲା ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କ (ଜିଆଇପି) ଭଳି ପ୍ରକଳ୍ପର ବିକାଶ ମାଧ୍ୟମରେ ଓଡ଼ିଶାରେ ଟାଟା ଷ୍ଟିଲର ଉପସ୍ଥିତି ରାଜ୍ୟର ଶିଳ୍ପ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଆଣିଛି। କଳିଙ୍ଗନଗରରେ କମ୍ପାନୀ ଏହାର ସମ୍ପ୍ରସାରଣ କ୍ଷମତା ୮ ଏମ୍‌ଟିପିଏକୁ କାର୍ଯ୍ୟକ୍ଷମ କରିବାକୁ ଯାଉଥିବାବେଳେ ଆଗାମୀ ବର୍ଷଗୁଡ଼ିକରେ ଏହାକୁ ଦ୍ୱିଗୁଣିତ କରି ୧୬ ଏମ୍‌ଟିପିଏରେ ପହଞ୍ଚାଇବାକୁ ଟାଟା ଷ୍ଟିଲ ବିଶ୍ୱାସ କରୁଛି ବୋଲି ଚୌଧୁରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

ଭାରତରେ ବଢିଚାଲିଛନ୍ତି କୋଟିପତି: ୧୦ କୋଟିରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା ୬୩ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧୭।୯: ଦେଶରେ କୋଟିପତି ଲୋକଙ୍କ ସଂଖ୍ୟାରେ ବଡ ମାତ୍ରାରେ ବୃଦ୍ଧି ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ୧୦ କୋଟିରୁ ଅଧିକ ଆୟ କରୁଥିବା ଭାରତୀୟଙ୍କ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୧୭।୯: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ଭାରତରେ ବିଏମ୍‌ଡବ୍ଲ୍ୟୁ ରିଟେଲ ନେକ୍ସଟର ଶୁଭାରମ୍ଭ

ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଭାରତରେ ବିଏମ୍‌ଡବ୍ଲ୍ୟୁ ଗ୍ରୁପର ରିଟେଲ ନେକ୍ସଟ ଡିଲରଶିପ ଶୁଭାରମ୍ଭ ସମ୍ପର୍କରେ କମ୍ପାନୀର ଇଣ୍ଡିଆ ୟୁନିଟ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି।...

ଭାରତ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ଆହ୍ବାନ

ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ୪ର୍ଥ ବିଶ୍ୱ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଏବଂ ପ୍ରଦର୍ଶନୀ (ରି-ଇନ୍‌ଭେଷ୍ଟ)କୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

କୁଲଦୀପ ଏଭରଗ୍ରୀନ୍‌ ଚା’ର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,,୧୬।୯ (ଅଭୟ ଦାଶ): ଦେଶର ପ୍ରମୁଖ ଚା’ ବ୍ରାଣ୍ଡ୍‌ ତଥା ନେହା ଏଣ୍ଟରପ୍ରାଇଜର୍ସ ଦ୍ୱାରା ପ୍ରସ୍ତୁତ ଲୋକପ୍ରିୟ ଉତ୍ପାଦ ଏଭରଗ୍ରୀନ ଚା’ର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ...

ନିବାଭ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୧୬।୯ (ଅଭୟ ଦାଶ): ଭାରତର ସର୍ବବୃହତ ଘରୋଇ ଲିଫ୍ଟ ବ୍ରାଣ୍ଡ୍‌ ନିବାଭ୍‌ ଲିଫ୍ଟର ନୂତନ ଉତ୍ପାଦ ‘ନିବାଭ୍‌ ସିରିଜ୍‌-୪ ହୋମ୍‌ ଲିଫ୍ଟ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri