ନିବେଶକଙ୍କ ଲାଭ ୨.୪୬ ଲକ୍ଷ କୋଟି

ନୂଆଦିଲ୍ଲୀ: ଶୁକ୍ରବାର ଭାରତୀୟ ପୁଞ୍ଜିବଜାରରେ ଭଲ କାରବାର ପରିଲକ୍ଷିତ ହୋଇଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ସେନ୍‌ସେକ୍ସ ୬୮୯ ପଏଣ୍ଟ ବଢିଥିବା ନଜରକୁ ଆସିଛି। ପ୍ରାୟ ୨ ଦିନ ଶେୟାର ବଜାର ଖସିବା ପରେ ୩୦ ଶେୟାର ବିଶିଷ୍ଟ ସେନ୍‌ସେକ୍ସ ୬୮୯.୯୧ ପଏଣ୍ଟ(୧.୪୩%) ଊର୍ଦ୍ଧ୍ୱରେ ରହି ୪୮,୭୮୨.୫୧ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ଦିନ ମଧ୍ୟରେ ସେନ୍‌ସେକ୍ସ ୪୮,୮୫୪.୩୪ ପଏଣ୍ଟ ସ୍ତର ଛୁଇଁଥିଲା। ଏହା ସର୍ବକାଳୀନ ରେକର୍ଡ ସ୍ତର। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି କାରବାର ବେଶ୍‌ ଉନ୍ନତ ରହିଥିବା ଜଣାପଡିଛି। ନିଫ୍ଟି ୨୦୯.୯୦ ପଏଣ୍ଟ (୧.୪୮%) ଉଚ୍ଚରେ ରହିବା ଫଳରେ ୧୪,୩୪୭.୨୫ ପଏଣ୍ଟ ସହ ନୂଆ ରେକର୍ଡ ସ୍ତରରେ ବନ୍ଦ ହୋଇଛି। ଏହା ଦିନ ମଧ୍ୟରେ ସର୍ବକାଳୀନ ରେକର୍ଡ ୧୪,୩୬୭.୩୦ ପଏଣ୍ଟ ଛୁଇଁଥିଲା।
ବଜାରରେ ଏଭଳି ଦ୍ରୁତ ବୃଦ୍ଧି ଯୋଗୁ ବିଏସ୍‌ଇ ସୂଚୀଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜିକରଣ ୨.୪୬ ଲକ୍ଷ କୋଟି ଟଙ୍କା ବଢି ୧୯୫.୬୪ ଲକ୍ଷ କୋଟି ଟଙ୍କା ଛୁଇଁଛି। ସେନ୍‌ସେକ୍ସ କମ୍ପାନୀଙ୍କ ମଧ୍ୟରେ ମାରୁତି ସୁଜୁକିର କାରବାର ବେଶ୍‌ ଉନ୍ନତ ରହିଛି। ଟେକ୍‌ ମହିନ୍ଦ୍ରା, ଇନ୍‌ଫୋସିସ୍‌, ଅଲ୍‌ଟ୍ରାଟେକ ସିମେଣ୍ଟ, ପାଓ୍ବାର ଗ୍ରୀଡ୍‌, ଏନ୍‌ଟିପିସିର ଶେୟାର ଭଲ କାରବାର କରିଛି। ଅପରପକ୍ଷରେ ଇଣ୍ଡସ ଇଣ୍ଡ ବ୍ୟାଙ୍କ, ଭାରତୀ ଏୟାରଟେଲ, ଏସ୍‌ବିଆଇ, ଆଇଟିସି ଏବଂ ଏଚ୍‌ଡିଏଫ୍‌ସିର ଶେୟାର କାରବାର ଖସିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବାଇଡେନଙ୍କ ବିଜୟ ଏବଂ ଅର୍ଥ ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ୟାକେଜ ଆଶାରେ ଶେୟାର ବଜାର କାରବାର ଭଲ ରହିଛି। ଏସିଆର ଅନ୍ୟ ଶେୟାର ବଜାରଗୁଡିକ ମଧ୍ୟ ଭଲ କାରବାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁକେଶ ଅମ୍ବାନୀଙ୍କ ଉପହାର: Jioର ଏହି ପ୍ଲାନରେ ମିଳିବ ୯୧୨.୫ ଜିବି ଡାଟା ମାଗଣା… 

ନୂଆଦିଲ୍ଲୀ,୩୦।୩: ଯେତେବେଳେ ରିଚାର୍ଜ ପ୍ଲାନ ବିଷୟରେ କଥା ଆସେ, ପ୍ରାୟତଃ ଏହାର ବୈଧତା ଏବଂ ଡାଟା ଉପରେ ଧ୍ୟାନ ଦିଆଯାଏ। ଯେଉଁ ଯୋଜନାରେ ଏହି ଦୁଇଟି...

ଭାରତର ଅଧା ଲୋକଙ୍କ ପାଖରେ ୩.୫ ଲକ୍ଷରୁ ଅଛି କମ୍‌ ଟଙ୍କା, ଚେତାବନୀ ଦେଇ ଅର୍ଥ ବିଶେଷଜ୍ଞ କହିଲେ…

ନୂଆଦିଲ୍ଲୀ,୩୦ା୩: ଭାରତର ଅଧା ଲୋକଙ୍କ ପାଖରେ ୩.୫ ଲକ୍ଷ ଟଙ୍କାରୁ କମ୍‌ ରହିଛି। ଏନେଇ ଅର୍ଥ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ, ଭାରତର ପରବର୍ତ୍ତୀ ସଙ୍କଟ...

ଭାଙ୍ଗିବ ସବୁ ରେକର୍ଡ; ଶୀଘ୍ର ୯୬,୦୦୦ ଟଙ୍କା ଛୁଇଁବ ସୁନା

ନୂଆଦିଲ୍ଲୀ,୩୦।୩: ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି ସୁନା ମୂଲ୍ୟ। ଏପରି ପରିସ୍ଥିତିରେ ଭାରତୀୟ ଗ୍ରାହକ ଏବଂ ନିବେଶକଙ୍କ ଚିନ୍ତା ବଢ଼ିଛି। ICICI ବ୍ୟାଙ୍କ ଗ୍ଲୋବାଲ ମାର୍କେଟସର...

ବିକ୍ରି ହୋଇଗଲା X, ମସ୍କଙ୍କ ଠାରୁ 28,23,43,71,00,00ଟଙ୍କାରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୩୦।୩: ଏଲନ ମସ୍କ ତାଙ୍କ ନିଷ୍ପତ୍ତିରେ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦିଅନ୍ତି, ଏହା ତାଙ୍କର ପୁରୁଣା ଅଭ୍ୟାସ। ଏଥର ମଧ୍ୟ ସେ ଏପରି ଏକ ନିଷ୍ପତ୍ତି...

ପ୍ରଥମ ବ୍ୟବସାୟରେ ବିଫଳତା ହତୋତ୍ସାହିତ କରିପାରି ନ ଥିଲା

୧୯୬୭ରେ ଜନ୍ମ ହୋଇଥିଲେ ଭୁବନେଶ୍ୱରରେ ଗୀତାଞ୍ଜଳି ଆଓ୍ବାର୍ଡସ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ କ୍ରିଷ୍ଣମୋହନ ଟାଟା। ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ପାଠପଢ଼ା ସରିବା ପରେ ପରିବାର ଲୋକେ ଚାହଁୁଥିଲେ...

Air Cooler: କୁଲର୍‌ କେତେ ପ୍ରକାରର? ଏବେ କିଣିବାକୁ ଭାବୁଥିଲେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୯।୩: ଗ୍ରୀଷ୍ମ ଋତୁ ଆସିଗଲାଣି । ଦିନକୁ ଦିନ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ବୃଦ୍ଧି ପାଉଥିବା ଯୋଗୁ ଘରେ କୁଲର ଏବଂ ଏସି ଆରମ୍ଭ...

ଧନୀ କରିଦେବ ଏହି ସରକାରୀ ଯୋଜନା, ମାତ୍ର ଏତିକି ଟଙ୍କା ଜମା କଲେ ହୋଇଯିବେ କୋଟିପତି

ନୂଆଦିଲ୍ଲୀ,୨୯।୩: ଯେତେବେଳେ ସଞ୍ଚୟ କରିବା କଥା ଆସେ, ଲୋକମାନେ ପ୍ରାୟତଃ ଏପରି ସ୍ଥାନରେ ସେମାନଙ୍କର ଟଙ୍କା ନିବେଶ କରନ୍ତି ଯେଉଁଠାରେ ସେମାନେ ଭଲ ଲାଭ ପାଇପାରିବେ।...

ବଜାରରେ ରୟାଲ ଏନ୍‌ଫିଲ୍ଡର ଅଲ୍‌

ନୂଆଦିଲ୍ଲୀ,୨୯।୩ (ଅଭୟ ଦାଶ): ରୟାଲ ଏନ୍‌ଫିଲ୍ଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ କ୍ଲାସିକ୍‌ ୬୫୦ର ଅନାବରଣ ସର୍ବଭାରତୀୟ ସ୍ତରରେ ହୋଇଯାଇଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image