Advertisement

ଖବର ପ୍ରକାଶ ପରେ ମରାମତି ହେଲା ପ୍ରକଳ୍ପ, ଧନ୍ୟବାଦ ଜଣାଇଲେ ଗ୍ରାମବାସୀ

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ନଦୀ ପଡାରେ ୧୦ ଆଦିବାସୀ ପରିବାର ବସବାସ କରୁଥିବା ବେଳେ ଏଠାରେ ଥିବା ଏକମାତ୍ର ନଳକୂପ ଅଚଳ ହୋଇ ୩ ମାସ ହେବ ଜଳ ଯୋଗାଣ ବନ୍ଦ ରହିଥିଲା। ନିକଟସ୍ଥ ନଦୀରେ ଚୂଆଁ ଖୋଳି ଲୋକେ ପାନୀୟ ଜଳ ସଂଗ୍ରହ କରୁଥିଲେ। ଏ ନେଇ ନଦୀପଡାରେ ପାନୀୟ ଜଳ ଉତ୍କଟ, ବାଲିଚୂଆଁ ମେଣ୍ଟାଉଛି ଶୋଷ ଶୀର୍ଷକ ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଏହାପରେ ବ୍ଲକ ଜଳ ଯୋଗାଣ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ସହକାରୀ ଯନ୍ତ୍ରୀ ଯଶୋବନ୍ତି ଭୋଇ, କନିଷ୍ଠ ଯନ୍ତ୍ରୀ ଫନୀନ୍ଦ୍ର ଆରକା, ଖୁଣ୍ଟିଆ ପିଇଓ ଦାମୋଦର ବେମାଲ ନଦୀପଡା ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ ସହ ଅଚଳ ଥିବା ପାନୀୟ ଜଳ ପ୍ରକଳ୍ପକୁ ମରାମତି କରି ପାନୀୟ ଜଳ ଯୋଗାଣ କରିଛନ୍ତି। ସମସ୍ୟା ସମାଧାନ ହେବା ପରେ ଗ୍ରାମବାସୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel