ଛତିଆ,୨୮ା୧୨(ଡି.ଏନ.ଏ.): ବଢୁଛି ହାତୀ ଉପଦ୍ରବ। ଦିନକୁ ଦିନ ଆତଙ୍କିତ ଅବସ୍ଥାରେ ଜନସାଧାରଣ। ବନ ବିଭାଗ ଅପାରଗତା ପାଇଁ ଜନବସତି ମୁହାଁ ହେଉଛନ୍ତି ଗଜରାଜ। ଯାଜପୁର ଜିଲା ବୈରୀ ବନ ବିଭାଗ ଅଧୀନ ପାରିଆ, ସମିଆ, ସୋଲର ଓ ବୈରୀ ପଞ୍ଚାୟତ ସମେତ ପଶ୍ଚିମ ବଡ଼ଚଣାର ବିଭିନ୍ନ ଗ୍ରାମରେ ଦିନକୁ ଦିନ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଧାନ ଅମଳ ହେଉଥିବାରୁ ହାତୀପଲ କ୍ଷେତରେ ପସି କ୍ଷତି କରୁଥିବା ଦେଖିବାକୁ ମିଳୁଛି। ପାରିଆ ପଞ୍ଚାୟତର ବରୁଣିଆ ଗ୍ରାମରେ ସୋମବାର ଗୋଟିଏ ହାତୀ ଏକ ଦୋକାନ ନିକଟକୁ ଯାଇ ଭଙ୍ଗାରୁଜା କରିଥିଲା। ଏହାଦେଖି ଦୋକାନୀ ସେଠାରୁ ପଳାଇ ଆସିବାରୁ ଅଳ୍ପକେ ବର୍ତ୍ତି ଯାଇଥିେଲେ। ତେଣୁ ବନ ବିଭାଗ ତୁରନ୍ତ ହାତୀ ଘଉଡ଼ାଇବାକୁ ଦାବି ହୋଇଛି।