ପୂଜା-ପଲ୍ଲିଶ୍ରୀ ମେଳା ସଂଯୋଗ ପ୍ରଶଂସନୀୟ

ଢେଙ୍କାନାଳ ଅଫିସ, ୧୫।୧୦: ଢେଙ୍କାନାଳ ମହିଷାପାଟ ପଡ଼ିଆରେ ଚାଲିଥିବା ପଲ୍ଲିଶ୍ରୀ ମେଳାର ଶୁକ୍ରବାର ଥିଲା ୫ମ ସନ୍ଧ୍ୟା। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ. ସୁରେଶ ଚନ୍ଦ୍ର ଦଳାଇ କହିଲେ, ସଂସ୍କୃତି, ପରମ୍ପରା ଓ ଐତିହ୍ୟରେ ପରିପୂର୍ଣ୍ଣ ଜିଲା ହେଉଛି ଢେଙ୍କାନାଳ। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆପଣାର କରିଥାଏ। ଏ ମାଟିର ପୁଅ ବାଜି ରାଉତଙ୍କ ବଳିଦାନ ଅବିସ୍ମରଣୀୟ। ଦୁଇବର୍ଷ ପରେ ୩୦୦ ଷ୍ଟଲକୁ ନେଇ ପଲ୍ଲିଶ୍ରୀ ମେଳା ଆରମ୍ଭ ହୋଇଛି। ପଲ୍ଲିଶ୍ରୀମେଳା ସହ ଲକ୍ଷ୍ମୀପୂଜାର ସଂଯୋଗ ପ୍ରଶଂସନୀୟ ବୋଲି ସେ କହିଥିଲେ। ଜିଲାପାଳ ସରୋଜ ସେଠୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠୀ, ଜିଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ତନ୍ମୟ ଦରୱାନ, କାମାକ୍ଷାନଗର ଉପଜିଲାପାଳ ଜ୍ୟୋତିଶଙ୍କର ସାହୁ, ଯନ୍ତ୍ରୀ ସୁରେନ୍ଦ୍ର ବେହେରା, ବିକାଶ ବେହେରା, ପ୍ରଦୀପ ସାହୁ, ପ୍ରଫୁଲ୍ଲ ଜେନା, ବେଣୁଧର ଦାସ ପ୍ରମୁଖ ଯୋଗ ଦେଇଥିଲେ। ଅତିରିକ୍ତ ଜିଲାପାଳ (ରାଜସ୍ବ) ଉଦୟ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ରାମେଶ୍ୱରୀ ପଟ୍ଟନାୟକ ଓ ବିଜ୍ଞାନ ମହାନ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Share