ଜାପାନରେ ଭୂକମ୍ପ

ଟୋକିଓ,୧୩।୨: ଶନିବାର ରାତିରେ ଜାପାନରେ ଭୂମିକମ୍ପ ଅନୁଭୂତ ହୋଇଛି।  ଫୁକୁସିମା ଅଞ୍ଚଳରେ ଏହି ଭୂମିକମ୍ପ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଛି। ଫୁକୁସିମା ସଂଲଗ୍ନ ପ୍ରଶାନ୍ତ ମହାସାଗରର ୫୪ କିଲୋମିଟର ଦୂରରେ ଏହାର କେନ୍ଦ୍ରସ୍ଥଳ ରହିିଛି। ସରକାରଙ୍କ ପକ୍ଷରୁ କୌଣସି ସୁନାମି ସତର୍କତା ଜାରି କରାଯାଇନାହିଁ। ସ୍ଥାନୀୟ ଲୋକଙ୍କୁ ଉଚ୍ଚସ୍ଥାନକୁ ଯିବାକୁ କୁହାଯାଇଛି। ସୂଚନା ଯୋଗ୍ୟ, ଶୁକ୍ରବାର ରାତିରେ ଭାରତ ସମେତ ୪ଟି ଦେଶରେ ଭୂକମ୍ପ ଅନୁଭୂତ ହୋଇଥିଲା। ଭାରତରେ ଏହାର ତୀବ୍ରତା ୬.୩ ରେକର୍ଡ କରାଯାଇଥିବା ବେଳେ ଆଫଗାନିସ୍ତାନରେ ତୀବ୍ରତା ୭.୫ ରେକର୍ଡ କରାଯାଇଥିଲା।

Share