ଜଳସେଚନ ପ୍ରକଳ୍ପକୁ ଗିଳୁଛି ପଥର ଖାଦାନ

ଯାଜପୁର ଅଫିସ,୩୦।୧୦ରାଜ୍ୟ ସରକାର ଜଳସେଚନ ଜମିର ପରିମାଣ ବୃଦ୍ଧି କରିବାକୁ ବୃହତ୍‌, ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସମେତ ଡଗ୍‌ୱେଲ, ବୋର୍‌ୱେଲ ଇତ୍ୟାଦି ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ଯାଜପୁର ଜିଲା ପ୍ରଶାସନ ପ୍ରଭାବଶାଳୀ ଗୋଷ୍ଠୀଙ୍କ ସ୍ବାର୍ଥକୁ ଗୁରୁତ୍ୱ ଦେଉଥିବାରୁ ସରକାରଙ୍କ ଏହି ମହତ ଉଦ୍ଦେଶ୍ୟ ପରାହତ ହେଉଛି। ଜିଲାର ଧର୍ମଶାଳା ତହସିଲ ଅଧୀନ ରାହାଡ଼ପୁର ପାହାଡ଼କୁ ଲାଗିଥିବା ରାଣୀବନ୍ଧ ଓ ପାଇକରାପୁର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (ଏମ୍‌ଆଇପି)କୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା ସତ୍ତ୍ବେ ଚାଷୀଙ୍କ ସ୍ବାର୍ଥକୁ ଅଣଦେଖା କରାଯାଇ ରାଣୀବନ୍ଧ ଏମ୍‌ଆଇପିକୁ ଲାଗିଥିବା ରାହାଡ଼ପୁର ପାହାଡ଼ର ୬ଟି ପଥର ଖାଦାନକୁ ପ୍ରଶାସନ ଲିଜ୍‌ ସୂତ୍ରରେ ଦେଇଛନ୍ତି। ଦୈନିକ ବିପୁଳ ପରିମାଣର କଳାପଥର ସେଠାରୁ ଉତ୍ତୋଳନ ହେଉଥିବାରୁ ରାଣୀବନ୍ଧ ଏମ୍‌ଆଇପି ନିଶ୍ଚିହ୍ନ ହେବା ଆଶଙ୍କା ସୃଷ୍ଟି କରିଛି।
ଯାଜପୁର ଜିଲା ଧର୍ମଶାଳା ବ୍ଲକ ମହିଶରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ରାଣୀବନ୍ଧ ଓ ପାଇକରାପୁର ଏମ୍‌ଆଇପି ରାହାଡ଼ପୁର ପାହାଡ଼ରେ ଥିବା କେତେକ ବେଆଇନ କ୍ରଶର ଓ ପଥର ଖାଦାନ ଯୋଗୁ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଥିଲା। ଏନେଇ ୨୦୧୮ ଫେବୃୟାରୀରେ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା(୩୦୬୫/୧୮) ରୁଜୁ କରିଥିଲେ। ଏହା ପୂର୍ବରୁ ଅଞ୍ଚଳବାସୀ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ଅନୁମତି ନ ନେଇ ଏବଂ ପରିବେଶ ଆଇନ ଉଲ୍ଲଂଘନ କରି ସେଠାରେ ୧୨ରୁ ଊର୍ଦ୍ଧ୍ୱ ପଥର ଖାଦାନ ଚାଲିଛି। ତେଣୁ ଏକ ଯୁଗ୍ମ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହାପରେ ପ୍ରଶାସନ ପକ୍ଷରୁ ସେଠାରେ ୧୪୪ ଧାରା ଜାରି ହୋଇଥିଲା। ପାଇକରାପୁର ଓ ରାଣୀବନ୍ଧ ଅଞ୍ଚଳରେ ଜଳସେଚନ ସମ୍ବଳ ଥିଲେ ସୁଦ୍ଧା ସେଠାକାର ଚାଷୀ ବିଭିନ୍ନ ସମୟରେ ମରୁଡ଼ିର ସମ୍ମୁଖୀନ ହୋଇଆସୁଛନ୍ତି। ଏଭଳି ଅନେକ ସମସ୍ୟା ଉପରେ ଗ୍ରାମବାସୀ ସ୍ମାରକପତ୍ରରେ ଉଲ୍ଲେଖ କରିଥିଲେ। ଏହାକୁ ଆଧାର କରି ଆବେଦନକାରୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏଥିରେ ଆବେଦନକାରୀ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ ସଚିବ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର ସଦସ୍ୟ ସଚିବ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ଓ ଯାଜପୁର ନିର୍ବାହୀ ଯନ୍ତ୍ରୀ, ଯାଜପୁର ଜିଲାପାଳ ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଏନେଇ ୬ ସପ୍ତାହ ମଧ୍ୟରେ ଫଏସଲା କରିବାକୁ ହାଇକୋର୍ଟ ୨୦୧୯ ଅଗଷ୍ଟ ୬ରେ ଯାଜପୁର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ପଥର ଖାଦାନ ଲିଜ୍‌ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହିକ୍ରମରେ ସେଠାରେ ୬ଟି ଖାଦାନକୁ ଅନୁମତି ମିଳିଥିବାବେଳେ ବାକି ୬ଟି ଖାଦାନ ବେଆଇନ ଭାବେ ଚାଲିଛି। ଏନେଇ ଅଭିଯୋଗକାରୀ ବେହୁରା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଇଥିବା ଅଭିଯୋଗ ଆଣି ପୁଣି ଏକ ମାମଲା ରୁଜୁ କରିଥିଲେ। ଏହିକ୍ରମରେ ଗତ ୨୦ ତାରିଖରେ ପକ୍ଷଭୁକ୍ତମାନଙ୍କୁ ହାଇକୋର୍ଟ ନୋଟିସ(ନଂ. ୪୫୮୭) ଜାରି କରିଛନ୍ତି। ଏହାକୁ ଭିତ୍ତିକରି ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଗୁରୁବାର ଅଭିଯୋଗକାରୀ ବେହୁରାଙ୍କ ସହିତ ଆଲୋଚନା କରି ଏମ୍‌ଆଇପି ବିଭାଗୀୟ ଅଧିକାରୀଙ୍କୁ ନୋଟିସ କରିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ରାଣୀବନ୍ଧ ଓ ପାଇକରାପୁର ଏମ୍‌ଆଇପିର ଉନ୍ନତି ପାଇଁ ୨୦୧୭-୧୮ ଆର୍ଥିକ ବର୍ଷରେ କ୍ରିଟିକାଲ ପାଣ୍ଠିରୁ ୮ଲକ୍ଷ ଟଙ୍କା, ୨୦୧୫-୧୬ ଆର୍ଥିକ ବର୍ଷରେ ନନ୍‌ପ୍ଲାନ ବଜେଟରୁ କେନାଲ କଂକ୍ରିଟ୍‌କରଣ ପାଇଁ ୨ଟି ପର୍ଯ୍ୟାୟରେ ୨ଲକ୍ଷ ୯୧ ହଜାର ୧୭୯ ଟଙ୍କା ଏବଂ ୨ ଲକ୍ଷ ୭ ହଜାର ୮୩୩ ଟଙ୍କା, ୨୦୧୭-୧୮ ଆର୍ଥିକ ବର୍ଷରେ ୯ ଲକ୍ଷ ୨୯ ହଜାର ଟଙ୍କା ଏବଂ ୨୦୧୯-୨୦ ବର୍ଷରେ ୧୯ ଲକ୍ଷ ଟଙ୍କା ଅନୁଦାନ ମିଳିଛି। ରାହାଡ଼ପୁର ପଥର ଖାଦାନର ପ୍ରଦୂଷଣ ଓ ପରିବହନ ଏମ୍‌ଆଇପିକୁ ଗିଳୁଥିବାବେଳେ ଉପରୋକ୍ତ ବ୍ୟାପକ ଅର୍ଥ କିଭଳି ଖର୍ଚ୍ଚ ହୋଇଛି ବୋଲି ଅଭିଯୋଗକାରୀ ବେହୁରା ପ୍ରକାଶ କରିଛନ୍ତି। ଏନେଇ ସେ ଆଗାମୀ ଦିନରେ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଇୱା ପଛରେ ପିଟିଲା ବାଇକ୍‌: ଜଣେ ମୃତ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଲାଞ୍ଜିଗଡ,୩୧ା୩( ରମେଶ ଚନ୍ଦ୍ର ନାୟକ):ଲାଞ୍ଜିଗଡରୁ ମୁନିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବେଦାନ୍ତ କାରଖାନା ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ହାଇୱା ପଛରେ...

ପ୍ରେମ, ପ୍ରତାରଣା, ଧୋକା: ଆଦିବାସୀ ଯୁବତୀ ୮ ମାସର ଗର୍ଭବତୀ, ଯୁବକ…

ପାଟଣା,୩୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପ୍ରେମ, ପ୍ରତରଣା ପରେ ଧୋକା ଘଟଣା ସାମ୍‌ନାକୁ ଆସିଛି। ଜଣେ ୧୯ ବର୍ଷୀୟା ଆଦିବାସୀ ଯୁବତୀଙ୍କୁ...

ଭିସୁଟ ଛାତ୍ରୀ ଚିନ୍ମୟୀ ଆତ୍ମହତ୍ୟା ମାମଲା: ପୁରୁଷ ବନ୍ଧୁ ଗିରଫ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ଆତ୍ମହତ୍ୟା ମାମଲାରେ ସୋମବାର ବୁର୍ଲା ପୋଲିସ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ(୨୭)ଙ୍କୁୁ ଗିରଫ କରଛି।...

ହଳଧର ସାହିତ୍ୟ ଅସ୍ମିତାର ଆବାହକ: ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲୋକକବିଙ୍କୁ ଶୁଭେଚ୍ଛା

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ପଦ୍ମଶ୍ରୀ ଲୋକକବି ହଳଧର ନାଗଙ୍କ ୭୫ ତମ ଜନ୍ମଦିନ ଅବସରରେ ବରଗଡ଼ରେ ସୋମବାର ତ୍ରିଦିବସୀୟ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହ ଅନୁଷ୍ଠିତ...

ଚା’ ଦୋକାନରୁ ଗଞ୍ଜେଇ ଜବତ, ଜଣେ ଗିରଫ

ଗଞ୍ଜାମ, ୩୧ା୩ (ବିଦ୍ୟାଧର ସାହୁ):ଗଞ୍ଜାମ ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଚା’ ଦୋକାନରେ ପୋଲିସ ଚଢ଼ାଉ କରି ଗଞ୍ଜେଇ ଜବତ କରିବା...

ଜାତୀୟ ସ୍ତରୀୟ ବିକଶିତ ଭାରତ ଯୁବ ପାର୍ଲିଆମେଣ୍ଟ:ମା’ ମାଣିକେଶରୀ ବିଶ୍ୱବିଦ୍ୟାଳୟର ସୁହାନୀ ମନୋନୀତ

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ): ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ ଯୁବ ପାର୍ଲିଆମେଣ୍ଟ ଅବସରରେ ଗତ ୨ ଦିନ...

ବିକାଶ ଶିକ୍ଷାନୁଷ୍ଠାନରେ ସେମିନାର

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ବିକାଶ ସ୍କୁଲ ଅଫ୍‌ ବିଜନେସ୍‌ ମ୍ୟାନେଜମେଣ୍ଟ ପକ୍ଷରୁ କ୍ୱାଣ୍ଟମ୍‌ ଟେକ୍ନୋଲୋଜି ଏବଂ ନାନୋଚିପ୍‌ ଟେକ୍ନୋଲୋଜି ବିଷୟରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି।...

ଆନନ୍ଦଉଲ୍ଲାସ ମଧ୍ୟରେ ଭାଇଚାରାର ପର୍ବ ଇଦ-ଉଲ-ଫିତର ପାଳିତ: ଇଦଗାହ ପଡିଆରେ ଭିଡ଼

ବରଗଡ଼, ୩୧।୩(ପ୍ରେମାନନ୍ଦ ଖମାରୀ) – ବରଗଡ ସହରରେ ଇଦ ଉଲ ଫିତର୍‌ ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁସଲିମ ସମ୍ପ୍ରଦାୟର ଲୋକେ ମାସେବ୍ୟାପୀ କଠୋର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image