Posted inଫୁରସତ

ରକ୍ତ ସ୍ନାନ କରୁଥିବା ରାଣୀ

ଇତିହାସ ପୃଷ୍ଠାରେ ଦବି ରହିଛି ଅନେକ ରହସ୍ୟ । କିଛି ଘଟଣା ତ ଏମିତି ବି ଘଟିଛି; ଯାହା ଆଜ ିବି ସ୍ତମ୍ଭୀଭୂତ କରିଦିଏ ସମସ୍ତଙ୍କୁ। ଯେମିତି କି ଜଣେ ମହାରାଣୀ ଥିଲେ ଯେ କି ଶହ ଶହ କୁମାରୀ ଯୁବତୀଙ୍କୁ ହତ୍ୟା କରି ତାଙ୍କ ରକ୍ତରେ ସ୍ନାନ କରିଥିଲେ। ବିଶ୍ୱାସ ଥିଲା ଏଭଳି କଲେ ସେ ରହିବେ ଆଜୀବନ ସୁନ୍ଦରୀ । ତା’ସହ ବାର୍ଦ୍ଧକ୍ୟ ଆସିବ ନାହିଁ। ଏହି ରାଣୀଙ୍କ ନାମ ଥିଲା ଏଲିଜାବେଥ୍‌ ବାଥୋରୀ। ସେ ହଙ୍ଗେରୀ ରାଜପରିବାରର ଥିଲେ। କୁହାଯାଏ ଏହି ରାଣୀ ଏତେ କ୍ରୂର ଥିଲେ ଯେ, ଯୁବତୀଙ୍କୁ ହତ୍ୟା କରିବା ପରେ ମୃତ ଶରୀରରୁ ମାଂସ ନିଜ ଦାନ୍ତରେ ଚୋବାଇ ବାହାର କରିଦେଉଥିଲେ। ଆଉ ରକ୍ତରେ ସ୍ନାନ କରୁଥିଲେ। ଏହି କୁକର୍ମରେ ତାଙ୍କୁ ତିନିଜଣ ଚାକର ସାହାଯ୍ୟ କରୁଥିଲେ। ଏଲିଜାବେଥ୍‌ଙ୍କ ସ୍ବାମୀ ହଙ୍ଗେରୀର ଜାତୀୟ ହିରୋଭାବେ ପରିଚିତ ଥିଲେ। କାରଣ ସେ ତୁର୍କୀ ବିରୋଧରେ ହୋଇଥିବା ଯୁଦ୍ଧରେ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଏଲିଜାବେଥ୍‌ ଏଭଳି ସମ୍ଭ୍ରାନ୍ତ ପରିବାରର ହୋଇଥିବାରୁ ସେ ଆଖପାଖ ଗାଁର ଗରିବ ଯୁବତୀଙ୍କୁ ଭଲ ଦରମାରେ ଚାକିରି ଦେବା ବାହାନାରେ ମହଲ ଡକାଉଥିଲେ। ଆଉ ମହଲକୁ ଆସିଯିବା ପରେ ସେହି ଯୁବତୀ ଆଉ କେବେ ଫେରୁ ନ ଥିଲେ। କାରଣ ଏଲିଜାବେଥ୍‌ ସେମାନଙ୍କୁ ହତ୍ୟା କରିଦେଉଥିଲେ। ଏଭଳି ଲଗାତର କରିବାଦ୍ୱାରା ଯେବେ ଯୁବତୀମାନଙ୍କ ସଂଖ୍ୟା କମିବାରେ ଲାଗିଲା ଓ ଗାଁଗୁଡିକରେ ସନ୍ଦେହ ବଢିଲା ଏଲିଜାବେଥ୍‌ ଉଚ୍ଚ ଖାନ୍‌ଦାନ୍‌ର ଝିଅଙ୍କୁ ବିଭିନ୍ନ ଆଳରେ ଶିକାର କରିବା ଆରମ୍ଭ କଲେ। ଏଭଳି ଯୁବତୀମାନେ ରହସ୍ୟଜନକଭାବେ ଉଭାନ ହେବା ସମସ୍ତଙ୍କ ସନ୍ଦେହ ବଢେଇଥିଲା। ଆଉ ହଙ୍ଗେରୀ ରାଜା ଏହାର ଯାଞ୍ଚ କରିବାକୁ କହିଥିଲେ। ଯେତେବେଳେ ଯାଞ୍ଚକର୍ତ୍ତା ଏଲିଜାବେଥଙ୍କ ମହଲରେ ପହଞ୍ଚତ୍ଲେ ସେଠାକାର ଦୃଶ୍ୟ ଦେଖି ଚକିତ ହୋଇଯାଇଥିଲେ। ମହଲରୁ ସେମାନେ ଅନେକ ନର କଙ୍କାଳ ଓ ସୁନା ରୁପାର ଆଭୂଷଣ ପାଇଥିଲେ। ୧୬୧୦ ମସିହାରେ ଏଲିଜାବେଥ୍‌ଙ୍କୁ ତାଙ୍କ ଘୃଣ୍ୟ କାମ ପାଇଁ ଗିରଫ କରାଯାଇଥିଲା। ତାଙ୍କୁ ଫାଶି ନ ଦିଆଯାଇ ତାଙ୍କରି ମହଲର ଏକ କୋଠରିରେ ବନ୍ଦ କରି ରଖି ଦିଆଗଲା। ଏହାର ଚାରିବର୍ଷ ପରେ ୨୧ ଅଗଷ୍ଟ, ୧୬୧୪ରେ ଏଲିଜାବେଥ୍‌ଙ୍କ ମୃତ୍ୟୁ ହୋଇଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

ମା’ଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା

ମୁଁ ମହାବିଦ୍ୟାଳୟ ଶିକ୍ଷା ସମାପ୍ତ ପରେ ଚାକିରି ସନ୍ଧାନରେ ଥିଲି। ପରେ ନିଜ ଗାଁ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ ରୂପେ ଯୋଗଦେଇଥିଲି। ସେଠିକାର ଶିକ୍ଷାଦାନ ପଦ୍ଧତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri