Categories: ଜାତୀୟ

ମନ୍ଦିର ନିୟମ ଭାଙ୍ଗି ରାଣୀ ଗିରଫ

ଭୋପାଳ,୧୦।୯: ମଧ୍ୟପ୍ରଦେଶର ବୁନ୍ଦେଲଖଣ୍ଡ ଅଞ୍ଚଳର ଶ୍ରୀ ଯୁଗଳ କିଶୋର ମନ୍ଦିରରେ ଗୁରୁବାର ଜନ୍ମାଷ୍ଟମୀ ଉତ୍ସବ ପାଳନବେଳେ ପାନ୍ନା ରାଣୀ ଜିତେଶ୍ୱରୀ ଦେବୀ ମଦ୍ୟପାନ କରି ଆଳତି କରିବା ପାଇଁ ଉଦ୍ୟମ କରିଥିଲେ। ଏହା ମନ୍ଦିର ନିୟମ ହୋଇ ନ ଥିବାରୁ ତାଙ୍କୁ ପୂଜକମାନେ ଅଟକାଇଥିଲେ। ସେ ପୂଜକମାନଙ୍କୁ ଦୁର୍ବ୍ୟବହାର କରିବାରୁ ବିବାଦ ଦେଖାଦେଇଥିଲା। ଏହି ମାମଲାରେ ପୋଲିସ ମହାରାଣୀଙ୍କୁ ଗିରଫ କରିଛି। ମନ୍ଦିର ପୂଜକଙ୍କ କହିବା ଅନୁସାରେ ଜନ୍ମାଷ୍ଟମୀ ଅବସରରେ ରାଜବଂଶର ଜଣେ ପୁରୁଷ ପହଞ୍ଚତ୍ ମହାପ୍ରଭୁଙ୍କ ଆଳତି କରିଥାନ୍ତି। ଚଳିତ ବର୍ଷ ରାଣୀ ଜିତେଶ୍ୱରୀଙ୍କ ପୁଅ ଏହି କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା। କିନ୍ତୁ ସେ ନ ଆସିବାରୁ ନିଜେ ମହାରାଣୀ ଆସିଥିଲେ। ହେଲେ ସେ ନିଶାସକ୍ତ ଅବସ୍ଥାରେ ମନ୍ଦିର ଗର୍ଭଗୃହ ମଧ୍ୟକୁ ପ୍ରବେଶ ସହ ଆଳତି କରିବାକୁ ଉଦ୍ୟମ କରିଥିଲେ।

Share