ମା’ଶାରଳାଙ୍କ ମନ୍ଦିରରେ ଘିଅର ମାନକୁ ନେଇ ଉଠିଲା ପ୍ରଶ୍ନ

ଜଗତ୍‌ସିଂହପୁର, ୫ା୧୦(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ଶାରଳା। ଏହି ମନ୍ଦିରକୁ ପ୍ରତ୍ୟହ ଜିଲା ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ। ପାର୍ବଣ ପାଇଁ ସେପ୍ଟେମ୍ବର ୨୪ରୁ ମନ୍ଦିରରେ ସ୍ବତନ୍ତ୍ର ପୂଜାପାଠ ଚାଲିଛି। ଏହି ସମୟରେ ମନ୍ଦିରରେ ସ୍ବତନ୍ତ୍ର ମଣ୍ଡା ପିଠା ହେଉଥିବାରୁ ପ୍ରତ୍ୟହ ଏହାର ଚାହିଦା ବଢୁଛି। କିନ୍ତୁ ଏହି ମଣ୍ଡା ପିଠା ସହ ଭୋଗ ଆଦି ପ୍ରସ୍ତୁତି ପାଇଁ ବ୍ୟବହୃତ ଘିଅର ମାନକୁ ନେଇ ପ୍ରଶ୍ନ ଉଠିଛି। ଅନେକ ସମୟରେ ଏହି ଘିଅ ବ୍ୟବହାର ସମୟରେ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ନିକଟରେ ମନ୍ଦିର ବଡ଼ ପଣ୍ଡା ରଞ୍ଜନ କୁମାର ପଣ୍ଡା ମନ୍ଦିରରେ ନିମ୍ନମାନର ଘିଅ ବ୍ୟବହାର ହେଉଥିବା ନେଇ ଗୁରୁତର ଅଭିଯୋଗ କରିିଥିଲେ। ସେ କହିଥିଲେ, ଦୀର୍ଘ ବର୍ଷ ହେବ ଓମ୍‌ଫେଡ୍‌ ମନ୍ଦିରକୁ ଘିଅ ଯୋଗାଉଛି। କିନ୍ତୁ ଅନେକ ସମୟରେ ଘିଅର ଗୁଣବତ୍ତା ଠିକ୍‌ ରହୁ ନ ଥିବା ବାରି ହୋଇପଡୁଛି। ଓମ୍‌ଫେଡକୁ ପ୍ରତ୍ୟେକେ ବିଶ୍ୱାସକୁ ନିଅନ୍ତି। ଓମ୍‌ଫେଡ ପକ୍ଷରୁ ଯୋଗାଯାଉଥିବା ଘିଅ ଯଦି ଏଭଳି ହେବ ତେବେ ଏହି ଘଟଣା ଚିନ୍ତାଜନକ ବୋଲି ସେ ଅଭିଯୋଗ କରିଛନ୍ତି। ଏ ପରିସ୍ଥିତିରେ ତିର୍ତ୍ତୋଲ ନିକଟ ନୂଆପଡ଼ା ଓମ୍‌ଫେଡ ପ୍ଲାଣ୍ଟ ଉପରେ ଚଢ଼ାଉ ସହ ତଦନ୍ତ କରାଗଲେ ଏହା ପଛର ଗୂଢ଼ ରହସ୍ୟ ପଦାକୁ ଆସିପାରିବ ବୋଲି ମତପ୍ରକାଶ ପାଇଛି। ଅନ୍ୟପଟେ ମନ୍ଦିରର ଅଫିସ୍‌ ଇନ୍‌ଚାର୍ଜ ବରଦା ମହାନ୍ତି କହିଛନ୍ତି, ଅତୀତରେ ବେଳେ ବେଳେ ଘିଅରେ ଫେଣ ଦେଖିବାକୁ ମିଳିବା ନଜିର ଅଛି। ଏଥିସହ ମଝିରେ ମଝିରେ ଦୁର୍ଗନ୍ଧ ହୁଏ। ଏପରି କି ଅନେକ ସମୟରେ ଘିଅ ବଦଳ କରାଯାଇଛି। ୩/୪ ଦିନ ପୂର୍ବରୁ ପୁଣି ଘିଅ କଟୁ ବାସ୍ନା ହେବାରୁ ଏ ସମ୍ପର୍କରେ ଜଗତ୍‌ସିଂହପୁର ଅତିରିକ୍ତ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତା’ପରେ ଜଗତ୍‌ସିଂହପୁର ଖାଦ୍ୟ ସୁରକ୍ଷା ଅଧିକାରୀ (ଫୁଡ୍‌ ସେଫ୍ଟି ଅଫିସର) ସମିତା ଦାସଙ୍କ ନେତୃତ୍ୱରେ ୪ ଜଣିଆ ଦଳ ମନ୍ଦିରରେ ପହଞ୍ଚତ୍ ନମୁନା ସଂଗ୍ରହ କରିଛନ୍ତି। ପାର୍ବଣ ପାଇଁ ୨୮ ଟିଣ (ପ୍ରତି ଟିଣ ୧୫ କିଲୋଗ୍ରାମ) ଘିଅ କିଣାଯାଇଥିଲା। ଟିଣ ପ୍ରତି ଦର ୯,୩୭୦ ଟଙ୍କା ରହିଥିଲା। ଶୁକ୍ରବାର ସୁଦ୍ଧା ୧୭ଟି ବ୍ୟବହାର ହୋଇସାରିଥିଲା। ଏଥିସହ ନୂଆ ୧୫ଟିଣ କିଣାଯାଇଛି। ତେବେ ୯ଟି ଖରାପ ଥିବା ସନ୍ଦେହ କାରଣରୁ ଫେରାଯାଇଛି ବୋଲି ମହାନ୍ତି କହିଛନ୍ତି। କୌଣସି ଘିଅ ଟିଣ ଉପରେ ଲେବୁଲ୍‌ ନ ଥିବାରୁ ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ ଦାସ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି, ପ୍ରତି ଘିଅ ପ୍ୟାକେଟ୍‌/ଟିଣ ଉପରେ ଲେବୁଲ ରହିବା ବାଧ୍ୟତାମୂଳକ। ଅର୍ଥାତ୍‌ ବ୍ୟାଚ୍‌ ନମ୍ବର, ଲଟ୍‌ ନମ୍ବର, ଫୁଡ୍‌ ଲାଇସେନ୍ସ ନମ୍ବର, ଡେଟ୍‌ ଅଫ ମାନୁଫାକ୍ଚର ଓ ଡେଟ୍‌ ଅଫ ଏକ୍ସପାୟାର ବାଧ୍ୟତାମୂଳକ। ଶାରଳା ମନ୍ଦିରକୁ ଯୋଗାଯାଇଥିବା ଘିଅ ଉପରେ ଏସବୁ ନ ଥିଲେ ସୁଦ୍ଧା ମନ୍ଦିର କର୍ତ୍ତୃପକ୍ଷ ଅଭିଯୋଗ କରି ନ ଥିଲେ। ନିକଟରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ନମୁନା ସଂଗ୍ରହ ସହ ତଦନ୍ତ ଆରମ୍ଭ କରିଛନ୍ତି। ଏହି ସମୟରେ ଜଣାପଡ଼ିଥିଲା ଯେ, ମନ୍ଦିର କର୍ତ୍ତୃପକ୍ଷଙ୍କୁ ଓମ୍‌ଫେଡ, କଟକ ମିଲ୍‌ ପକ୍ଷରୁ ବିଲ୍‌ ଦିଆଯାଇଛି। କିନ୍ତୁ ନୂଆପଡ଼ା ମିଲ୍‌ରୁ ଏହା ଆସିଥିବା ଅଭିଯୋଗ ହେଉଛି। ଏ ପରିସ୍ଥିତିରେ ପ୍ରଥମେ ଏକ ସିଲ୍‌ ଟିଣରୁ ଘିଅ ନମୁନା ସଂଗ୍ରହ କରାଯାଇଥିଲା। ଏଥିସହ ଯେଉଁ ଘିଅ ଦୁର୍ଗନ୍ଧ ହୋଇଥିଲା ଏବଂ ବ୍ୟବହାର ହୋଇଥିଲା ତା’ର ମଧ୍ୟ ନମୁନା ସଂଗ୍ରହ କରାଯାଇଛି। ଶନିବାର ଏହି ନମୁନା ଭୁବନେଶ୍ୱରସ୍ଥିତ ଷ୍ଟେଟ୍‌ ଫୁଡ ଟେଷ୍ଟିଂ ଲାବରେଟୋରିକୁ ପରୀକ୍ଷା ପାଇଁ ପଠାଯିବ। ରିପୋର୍ଟ ଆସିଲା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ତେବେ ବିନା ଲେବୁଲ୍‌, ଲାଇସେନ୍ସରେ ଓମ୍‌ଫେଡ ଘିଅ ଯୋଗାଇଥିବାରୁ ଏନେଇ ଉକ୍ତ ସଂସ୍ଥାକୁ ନୋଟିସ୍‌ ଇସ୍ୟୁ କରାଯାଇଥିବା ଦାସ କହିଛନ୍ତି। ତିରୁପତି ଲଡୁ ପରେ ମା’ଶାରଳାଙ୍କ ମନ୍ଦିରରେ ଘିଅର ମାନକୁ ନେଇ ଉଠିଥିବା ପ୍ରଶ୍ନ ଏବେ ଭକ୍ତମନରେ ଆଘାତ ଦେଇଛି। ଏହା ଉପରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ SSMB29 ଶୁଟିଂ: ଭିଡିଓ ଲିକ୍ ପରେ ଆକ୍ସନରେ ଏସଏସ ରାଜାମୋୖଲି, ପଠାଇଲେ ଲିଗାଲ ନୋଟିସ୍

କୋରାପୁଟ,୧୦ା୩: ନିର୍ଦ୍ଦେଶକ ଏସଏସ ରାଜମୌଲି ମହେଶ ବାବୁଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘SSMB29’ର କ୍ଲିପ୍ ପୋଷ୍ଟ କରୁଥିବା ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ଭାଜପା-ବିଜେଡି ଉପରେ ବର୍ଷିଲେ ନରସିଂହ ମିଶ୍ର, କହିଲେ ଭାଇ-ଭାଇ ହୋଇ…

ବଲାଙ୍ଗୀର,୧୦ା୩(ସୁନୀଲ କୁମାର ମହାନ୍ତି): ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନାର ପ୍ରତିବାଦ ଏବଂ ମହିଳାମାନଙ୍କ ସୁରକ୍ଷା ଦାବିରେ ଜିଲା କଂଗ୍ରେସ ପକ୍ଷରୁ ସୋମବାର ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ...

ଏସଏସ ରାଜାମୋୖଲିଙ୍କ ହାଇ-ବଜେଟ SSMB29 ଶୁଟିଂ ପାଇଁ ପହଞ୍ଚିଲେ ପ୍ରିୟଙ୍କା ଚୋପ୍ରା, ଫଟୋ ଭାଇରାଲ୍

କୋରାପୁଟ,୧୦ା୩: ‘ଦେଶୀ ଗର୍ଲ’ ପ୍ରିୟଙ୍କା ଚୋପ୍ରା ଭାରତ ଆସିଛନ୍ତି। ମା’ ମଧୁ ଚୋପ୍ରା ଏସ୍ ରାଜାମୋୖଲିଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘SSMB 29’ ରେ ତାଙ୍କର...

୩ ବର୍ଷର କନ୍ୟା ଅନୁଷ୍କାଙ୍କ ୨ କିଡ଼ନୀ ଖରାପ: ସହାୟତା ଲାଗି ପ୍ରତିଶ୍ରୁତି ଦେଲା ସ୍ବାସ୍ଥ୍ୟ ଟିମ

ଛତ୍ରପୁର, ୧୦।୩(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମପଞ୍ଚାୟତର ଲକ୍ଷ୍ମଣନଗର ଅଞ୍ଚଳର ଏନ.କ୍ରିଷ୍ଣା ରେଡ୍ଡୀ ଓ ଉର୍ମିଳା ରେଡ୍ଡୀଙ୍କ ୩...

ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟିଥିଲେ, ନାବାଳକଙ୍କ ସମେତ ୫ ଗିରଫ

ସଇଁତଳା,୧୦ା୩(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଥାନା ଅନ୍ତର୍ଗତ ଘୁନସର ଗାଁ ହାଇସ୍କୁଲ ଛକ ନିକଟରେ ଗତ ୮ ତାରିଖ ବିଳମ୍ବିତ ରାତିରୁ ଚାରିଚକିଆ...

ଜିଲାପାଳ ଅଫିସ ଆଗରେ ଆଶାକର୍ମୀସଂଘର ବିକ୍ଷୋଭ: ୧୮ ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ ପାଇଁ ଦାବି

ଛତ୍ରପୁର, ୧୦।୩(ସନ୍ତୋଷ ପାଢ଼ୀ): ଓଡ଼ିଶା ଆଶାକର୍ମୀସଂଘ ଗଞ୍ଜାମ ଜିଲା ପକ୍ଷରୁ ସୋମବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାପରେ ସଂଘ ପକ୍ଷରୁ...

ଜନଅଭିଯୋଗ ଶୁଣାଣିକୁ ଆସିଲେନି ଜିଲାପାଳ-ଆରକ୍ଷୀ ଅଧୀକ୍ଷକ, ଜିଲାପାଳଙ୍କ ଅନୁପସ୍ଥିତିରେ…

ପାଟଣା,୧୦ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭାଗୃହରେ ସୋମବାର ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣି ହୋଇଥିଲା। ତେବେ ଖୋଦ ଜିଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କ ଅନୁପସ୍ଥିତ...

ଗଞ୍ଜାମ ଜିଲାପାଳଙ୍କ ଅଫିସ ଘେରାଉ କଲା କଂଗ୍ରେସ

ଛତ୍ରପୁର,୧୦ା୩(ସନ୍ତୋଷ ପାଢ଼ୀ): ରାଜ୍ୟରେ ଦିନକୁ ଦିନ ବଢୁଥିବା ନାରୀ ନିର୍ଯାତନାର ପ୍ରତିବାଦରେ ସୋମବାର ଗଞ୍ଜାମ ଜିଲା କଂଗ୍ରେସ ପକ୍ଷରୁ ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image