ରେଳବାଇ କଲୋନୀ ପାଚେରି ଭୁଶୁଡିଲା

ବସ୍ତା, ୨୮ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ଷ୍ଟେଶନ ନିକଟରେ ଥିବା ରେଳବାଇ କଲୋନୀର ପ୍ରେସ କ୍ଲବ ଛକ ପାଖ ପାଚେରି ଭୁଶୁଡି ପଡ଼ିିଛି। ଶୁକ୍ରବାର ସନ୍ଧ୍ୟାରେ ପ୍ରବଳ ଘଡିଘଡି ସହ ବର୍ଷା ହେବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ବରୁ ମଧ୍ୟ ଏହି ପାଚେରି ଭୁଶୁଡ଼ି ପଡ଼ିବା ପରେ ଏହା ପୁନଃ ନିର୍ମିତ ହୋଇଥିଲା। ନିମ୍ନମାନର କାର୍ଯ୍ୟ ଯୋଗୁ ଏହା ଭୁଶୁଡ଼ି ପଡ଼ିଥିବା ସାଧାରଣରେ ଆଲୋଚନା ହେଉଛି।