ବର୍ଷା କମିଲା, ବଢ଼ିଲା ଦୁର୍ଦ୍ଦଶା

ଭବାନୀପାଟଣା: ୨୭ା୧୨ (ଉତ୍ତମ କୁମାର ଦାଶ): ଦୁଇଦିନର ଲଗାଣ ବର୍ଷା ଚାଷୀଙ୍କ ସମସ୍ତ ସ୍ବପ୍ନ ଓ ସମ୍ଭାବନାକୁ ଧୋଇନେଇଛି। ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବା ଚାଷୀ ମୁଣ୍ଡରେ ହାତଦେଇ ବସିଛି। ଗୁରୁବାର ସକାଳେ ବର୍ଷା ଛାଡିଥିଲେ ମଧ୍ୟ ଚାଷୀଙ୍କ ଦୁର୍ଦ୍ଦଶା ବଢିଛି। କ୍ଷେତରେ ଥିବା ଧାନ ପାଣିରେ ବୁଡିରହିଛି। ସେହିପରି ଖଳା ଓ ମଣ୍ଡିରେ ଥିବା ଧାନ ମଧ୍ୟ ଭିଜିଯାଇଛି।
ଚଳିତ ଖରିଫ ଋତୁରେ ସରକାର କଳାହାଣ୍ଡି ଜିଲା ପାଇଁ ଧାନ କ୍ରୟ ଲାଗି ୫୦ ଲକ୍ଷ କୁଇଣ୍ଟାଲର ଟାର୍ଗେଟ ଦେଇଛନ୍ତି। ମଙ୍ଗଳବାର ସୁଦ୍ଧା ୨୫ ହଜାର ଚାଷୀଙ୍କ ୧୧ ଲକ୍ଷ ୭୩ ହଜାର କୁଇଣ୍ଟାଲ ସଂଗ୍ରହ ହୋଇପାରିଛି। ବର୍ତ୍ତମାନ ବି ହଜାର ହଜାର ଚାଷୀଙ୍କ ଧାନ ମଣ୍ଡିରେ ତ ଆଉ କେତେକ ଖଳାରେ ରହିଛି। ଗତ କିଛିଦିନ ଧରି ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ମଣ୍ଡିକୁ ଯାଇ ସ୍ଥିତିକୁ ଅତି ନିକଟରୁ ଦେଖିଥିଲେ। ଚାଷୀ ସବୁପ୍ରକାର ସମସ୍ୟାର ଶିକାର ହେଉଥିବା ହୃଦବୋଧ କରିଥିଲେ। ସେ କହିଥିଲେ, ସରକାର ପୂର୍ବରୁ ଜିରୋ କଟିଂ ଓ ଦଲାଲ ମୁକ୍ତ ମଣ୍ଡି ଘୋଷଣା କରିଥିଲେ। ସମୟକ୍ରମେ କୌଣସି ଘୋଷଣା କାର୍ଯ୍ୟକାରୀ ହେଲାନାହିଁ। ଚାଷୀ ସେମିତି ଶୋଷଣର ଶିକାର ହେବା ସାର ହେଲା। ତେଣୁ ଆସନ୍ତା ୨୮ରେ ସମଗ୍ର ଭବାନୀପାଟଣା ନିର୍ବାଚନ ମଣ୍ଡଳୀରେ ବନ୍ଦ ଡାକରା ଦିଆଯାଇଛି। ମଣ୍ଡିରେ ଅବ୍ୟବସ୍ଥା ହିଁ ବନ୍ଦ ଡାକରାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଧାୟକ ଦାସ ପ୍ରକାଶ କରିଛନ୍ତି।
କଳାହାଣ୍ଡି ଜିଲାପାଳ ମଧ୍ୟ ଧାନ ସଂଗ୍ରହ ଯେପରି ବ୍ୟବସ୍ଥିତ ଢଙ୍ଗରେ ହୋଇପାରିବ ସେ ନେଇ ବାରମ୍ବାର ବୈଠକ କରିଥିଲେ। ଚଳିତ ୨୦୨୪-୨୫ ବର୍ଷ ଖରିଫ ଫସଲ ପାଇଁ ଜିଲାରେ ୧୧୪୭୫୮ଜଣ ଚାଷୀ ନାମ ପଞ୍ଜୀକୃତ କରିଥିବା ବୈଠକରେ କୁହାଯାଇଥିବାବେଳେ ଏବେ ମାତ୍ର ୨୫ପ୍ରତିଶତ ଚାଷୀ ଧାନ କ୍ରୟରେ ଅଂଶଗ୍ରହଣ କରିଛନ୍ତି। କୁଇଣ୍ଟାଲ ପିଛା ଧାନର ଏମ୍‌ଏସ୍‌ପି ମୂଲ୍ୟ ୨୩ଶହ ଟଙ୍କା ସହିତ ଇନ୍‌ପୁଟ ସହାୟତା ରାଶି ୮ଶହ ଟଙ୍କା ମିଶି ୩୧ଶହ ଟଙ୍କା ଚାଷୀଙ୍କୁ ଦିଆଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଧାନର ମାନ ନିର୍ଦ୍ଧାରଣ ବ୍ୟବସ୍ଥାରେ ଚାଷୀ ଅସନ୍ତୁଷ୍ଟ ରହୁଛି କାହିଁକି ସେ କଥା କେହି ବୁଝିବା ଅବସ୍ଥାରେ ନ ଥିବା ଲକ୍ଷ୍ୟ କରାଯାଇଛି। ତେଣୁ ଚାଷୀ ମଣ୍ଡିକୁ ଗଲେ କଟ୍‌ନିର ଭୟ। ଉଚିତ ପ୍ରାପ୍ୟ ମିଳିବା କଷ୍ଟ। ଟୋକନ ଅନୁସାରେ ଧାନ କିଣାବିକା ହେବା ବେଳକୁ ଧାନକୁ ସୁରକ୍ଷିତ ରହିବା କାଠିକର ବିଷୟ ବୋଲି ଚାଷୀ କହିଛନ୍ତି। ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାଳୀ ପାଇଁ ଭିଣୋଇଙ୍କୁ ହତ୍ୟା: ୨ ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୨୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପି. ସାମନ୍ତରାପୁର ଗ୍ରାମର ହୀନ ପାତ୍ରଙ୍କୁ ହତ୍ୟା ଘଟଣାରେ ପାଟପୁର ପୋଲିସ ବୁଧବାର ଶେରଗଡ଼ ଥାନା...

ଜାତୀୟ ପଞ୍ଚାୟତିରାଜ ଦିବସ: ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବିଭିନ୍ନ ଯୋଜନା ଘୋଷଣା

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): ବ୍ଲକ ସ୍ତରରେ ପାଳିତ ହୋଇଛି ଜାତୀୟ ପଞ୍ଚାୟତିରାଜ ଦିବସ। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡିଓ ପ୍ରୀତିରଞ୍ଜନ...

ଫୱାଦ ଖାନଙ୍କ ଫିଲ୍ମ ‘ଅବୀର ଗୁଲାଲ’ ଭାରତରେ ମୁକ୍ତିଲାଭ କରିବ ନାହିଁ

ମୁମ୍ବାଇ,୨୪।୪: ପାକିସ୍ତାନୀ ଅଭିନେତା ଫୱାଦ ଖାନଙ୍କ ଆଗାମୀ ଫିଲ୍ମ ‘ଅବୀର ଗୁଲାଲ’ ଭାରତରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ନାହିଁ ବୋଲି ଖବର ମିଳିଛି। ଏହି ଫିଲ୍ମଟି...

ଖାଁ ଖାଁ ଡାଲ୍ ହ୍ରଦ, ପଳାୟନ କରୁଛନ୍ତି ପର୍ଯ୍ୟଟକ: ଆତଙ୍କବାଦୀ ଆକ୍ରମଣକୁ ଏକ ସ୍ୱରରେ ବିରୋଧ କରୁଛି କାଶ୍ମୀର

ନୂଆଦିଲ୍ଲୀ,୨୪।୪: ପାହାଲଗାମ ଆତଙ୍କବାଦୀ ଆକ୍ରମଣରେ ୨୫ ଜଣ ପର୍ଯ୍ୟଟକ ଏବଂ ଜଣେ କାଶ୍ମୀରୀଙ୍କ ମୃତ୍ୟୁ ଘଟିବାର ୪୮ ଘଣ୍ଟାରୁ କମ ସମୟ ମଧ୍ୟରେ ଉପତ୍ୟକାର ଦୃଶ୍ୟ...

ସିନ୍ଧୁ ଜଳ ଉପରେ ରୋକ୍‌ ଲଗାଇବା ପରେ ଥରହର ପାକିସ୍ତାନ, କହିଲା ଟୋପେ ପାଣି ପାଇଁ…

ନୂଆଦିଲ୍ଲୀ,୨୪।୪: ପହଲଗାମ ଆକ୍ରମଣ ପରେ, ଇସଲାମାବାଦରୁ ଦିଲ୍ଲୀ ପର୍ଯ୍ୟନ୍ତ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ ବିଷୟରେ ଆଲୋଚନା ହେଉଥିଲା। କିନ୍ତୁ ଭାରତ ସିନ୍ଧୁ ଜଳ ଚୁକ୍ତିନାମା...

ପହଲଗାମ୍‌ ଆକ୍ରମଣ ପରେ ଭାରତ-ପାକିସ୍ତାନ କ୍ରିକେଟକୁ ନେଇ BCCI ଉପାଧ୍ୟକ୍ଷଙ୍କ ବଡ଼ ବୟାନ 

ନୂଆଦିଲ୍ଲୀ,୨୪।୪: କାଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ରୁ ଅଧିକ ଭାରତୀୟଙ୍କ ଜୀବନ ଯିବା ପରେ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳୁଛି। ଏହି...

ଜାତୀୟ ପଞ୍ଚାୟତିରାଜ ଦିବସ: ସମ୍ବର୍ଦ୍ଧିତ ହେଲେ ଏହି ୫ ପଞ୍ଚାୟତ

ପାଟଣା,୨୪ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଗୁରୁବାର ପାଟଣା ବ୍ଲକ ପରିସରରେ ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟଙ୍କ...

ଲିଫ୍ଟରେ ଚାପି ହୋଇ ଚାଲିଗଲା ମହିଳାଙ୍କ ଜୀବନ, ମେଡିକାଲରେ ଉତ୍ତେଜନା, ପୋଲିସ ମୁତୟନ

ଭଦ୍ରକ,୨୪।୪(ସନାତନ ରାଉତ)- ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ଲିଫ୍ଟରେ ଚାପି ହୋଇ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ଘଟିଛି l ଘଟଣାକୁ ନେଇ ମେଡିକାଲ ପରିସରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image