Categories: ଜାତୀୟ

ହସ୍ପିଟାଲରେ ଭର୍ତ୍ତି ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଜୟପୁର,୨୭।୮:ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ସ୍ବସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ଜୟପୁରର ସଓ୍ବାଇ ମାନସିଂହ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ବିଟାଲରେ ଭର୍ତ୍ତି ହୋଇଥିବା ସେ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, କାଲିଠାରୁ କୋଭିଡ ପରବର୍ତ୍ତୀ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ଅସୁସ୍ଥ ଅନୁଭବ କରୁଛି। ମୋ ଛାତିରେ ପ୍ରବଳ ଯନ୍ତ୍ରଣା ହେଉଛି। ଏସଏମଏସ ହସ୍ପିଟାଲରେ ସିଟି ଏନଜିଓ କରାଇଛି। ମୁଁ ଠିକ୍‌ ଅଛି ଖୁବ୍‌ଶୀଘ୍ର ଫେରିବି। ଆପଣ ସମସ୍ତଙ୍କ ପ୍ରାର୍ଥନା ଏବଂ ଆଶୀର୍ବାଦ ମୋ ସହ ଅଛି ବୋଲି ସେ କହିଛନ୍ତି।

Share