Categories: ଜାତୀୟ

ଦିନକ ପାଇଁ ହାଇକମିଶନର…

ରାଜସ୍ଥାନ, ୧୦।୧୦: ରାଜସ୍ଥାନର ଝିଅ ଆଦିତି ମାହେଶ୍ୱରୀ ଗୋଟିଏ ଦିନ ପାଇଁ ଭାରତରେ ବ୍ରିଟିଶ ହାଇ କମିଶନର ହୋଇଛନ୍ତି। ୨୦ ବର୍ଷୀୟା ମାହେଶ୍ୱର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମିରଣ୍ଡା ହାଉସ୍‌ କଲେଜରେ ଫିଜିକାଲ ସାଇନ୍ସରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଅକ୍ଟୋବର ୧୧କୁ ଅନ୍ତର୍ଜାତୀୟ କନ୍ୟାସନ୍ତାନ ଦିବସ ଭାବେ ପାଳନ କରାଯାଉଥିବାବେଳେ ଏହି ଅବସରରେ ୨୦୧୭ରୁ ପ୍ରତିବର୍ଷ ‘ହାଇକମିଶନର ଫର୍‌ ଦି ଡେ’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଆସୁଛି ବୋଲି ବ୍ରିଟିଶ ଉଚ୍ଚାୟୁକ୍ତ କହିଛନ୍ତି। ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବା ପାଇଁ ଆଶାୟୀ ଥିବା ମାହେଶ୍ୱରୀ ଏହି ପ୍ରତିଯୋଗିତାର ଭାରତ ସଂସ୍କରଣରେ ବିଜୟୀ ହୋଇଥିଲେ। ଶୁକ୍ରବାର ବ୍ରିଟିଶ ହାଇକମିଶନର ଭାବେ ସେ ବିଭିନ୍ନ କୂଟନୈତିକ କାର୍ଯ୍ୟକଳାପ ଅନୁଧ୍ୟାନ କରିଥିଲେ ଏବଂ ଭାରତ-ବ୍ରିଟେନ ମଧ୍ୟରେ ଅଭିବୃଦ୍ଧି ପାଇଁ ଶକ୍ତି ଆଲୋଚନାରେ ଉପସ୍ଥିତ ରହିଥିଲେ। ଆଲୋଚନାରେ ଭାରତର ଶକ୍ତିମନ୍ତ୍ରୀ ରାଜକୁମାର ସିଂ ଏବଂ ବ୍ରିଟେନ୍‌ ପ୍ରତିପକ୍ଷ କ୍ୱାସି କ୍ୱାର୍ଟେଙ୍ଗ ଭାଗ ନେଇଥିଲେ।

 

Share