ଖଣ୍ଡପଡ଼ା,୨୩ା୧୦(ସ୍ବ.ପ୍ର.): କେନ୍ଦ୍ର ସରକାର ପ୍ରତି ପଞ୍ଚାୟତରେ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିର୍ମାଣ ନିମନ୍ତେ ୧୦ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଉଛନ୍ତି। ବିଭିନ୍ନ ପଞ୍ଚାୟତରେ ଏହି କେନ୍ଦ୍ର ନିର୍ମାଣ କରାଯାଇ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଖଣ୍ଡପଡ଼ା ବ୍ଲକ ଗଡିଆସାହି ପଞ୍ଚାୟତରେ ଥିବା କେନ୍ଦ୍ରଟି କାର୍ଯ୍ୟକ୍ଷମ ନ ହୋଇ ପଡିରହିଛି। ଉକ୍ତ କେନ୍ଦ୍ରରେ ତାଲା ଝୁଲୁଥିବା ବେଳେ ଏହା ଚାରିପାଖ ଅନାବନା ଗଛଲତାରେ ଭର୍ତ୍ତି ହୋଇଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।