ବଇଣ୍ଡା,୧୪।୪(ଡି.ଏନ.ଏ.): କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ୍ ରାଣୀଭୂଇଁ ଜଙ୍ଗଲ କିଛିଦିନ ହେବ ଜଳୁଛି। ବନ ବିଭାଗ ପକ୍ଷରୁ ନିଆଁ ଲିଭାଯାଉ ନ ଥିବା ଯୋଗୁ ଆଖପାଖ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ଅନ୍ୟପଟେ କିଛିଦିନ ହେବ ଜିଲାରେ ତାପମାତ୍ରା ବୃଦ୍ଧି ପାଉଥିବାବେଳେ ଜଙ୍ଗଲ ନିଆଁ ଯୋଗୁ ତାତି ଅଧିକ ହେଉଛି। ନିଅଁା ସମ୍ପର୍କରେ ଗ୍ରାମବାସୀ ବନ ବିଭାଗକୁ ସୂଚନା ଦେଇଥିଲେ ମଧ୍ୟ ଲିଭାଯାଉ ନ ଥିବା ଯୋଗୁ ଅସନ୍ତୋଷ ଦେଖାଦେଇଛି। ଜଙ୍ଗଲକୁ ମହୁଲ ଫୁଲ ସଂଗ୍ରହ କରିବାକୁ ଯାଉଥିବା ଲୋକଙ୍କ ମଧ୍ୟରୁ କେତେଜଣ ନିଆଁ ଲଗାଇଦେଉଥିବା ଅଭିଯୋଗ ହେଉଛି। ଏହି ନିଆଁ ଯୋଗୁ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଯିବା ସହ ଜଙ୍ଗଲରେ ଥିବା ବହୁ ମୂଲ୍ୟବାନ ଗଛ ଜଳି ଯାଉଛି। ତୁରନ୍ତ ଏଥିପ୍ରତି ବନ ବିଭାଗ ଦୃଷ୍ଟିଦେଇ ନିଆଁ ଆୟତ୍ତ କରିବାକୁ ସାଧାରଣରେ ଦାବି ହୋଇଛି। ହଣ୍ଡପା ରେଞ୍ଜ ଦାୟିତ୍ୱରେ ଥିବା ବାମୁର ରେଞ୍ଜର ସରୋଜ କୁମାର ଦାସ କହିଛନ୍ତି, ଜଙ୍ଗଲ ନିଅଁାକୁ ଲିଭାଇବା ପାଇଁ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି। ଖୁବ୍ଶୀଘ୍ର ପଦକ୍ଷେପ ନିଆଯିବ।