Posted inଜାତୀୟ

ବଳାତ୍କାରୀଙ୍କୁ ପିଟି ପିଟି ହତ୍ୟା

କୋଲକାତା,୭।୧୦: ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲାର ପଟାଶପୁରରେ ଶୁକ୍ରବାର ଜଣେ ମହିଳାଙ୍କୁ ବଳାତ୍କାର ଓ କୀଟନାଶକ ଖାଇବାକୁ ଦେବା ଘଟଣା ସାମ୍ନାକୁ ଆସିଛି। ରବିବାର ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ପରେ ଗାଁର ମହିଳାମାନେ ଅଭିଯୁକ୍ତଙ୍କୁ ଘରୁ ବାହାର କରି ପିଟିଥିଲେ। ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ନ୍ୟୁଜ ଏଜେନ୍ସି ଆଇଏଏନଏସର ରିପୋର୍ଟ ଅନୁଯାୟୀ, ମୃତକଙ୍କ ପରିବାର ସଦସ୍ୟଙ୍କ କହିବାନୁସାରେ, ମହିଳା ଜଣକ ଅକ୍ଟୋବର ୪ ଅପରାହ୍ନରେ ଘର ପଛରେ ଥିବା କ୍ଷେତରେ ଗାଈ ଓ ଛେଳି ଚରାଇବାକୁ ଯାଇଥିଲେ। ଅଭିଯୁକ୍ତ ତାଙ୍କୁ ସେଠାରୁ ନେଇ ଯାଇଥିଲେ। ସେ ତାଙ୍କୁ ବଳାତ୍କାର କରି ତା’ପରେ ବିଷ ଦେଇ ସେଠାରେ ଛାଡି ଦେଇଥିଲା। ଲୋକମାନେ ଉକ୍ତ ମହିଳାଙ୍କୁ ଉଲଗ୍ନ ଅବସ୍ଥାରେ ପଡ଼ିଥିବାର ଦେଖିଥିଲେ। ତାଙ୍କ ପାଟିରୁ ଫେଣ ବାହାରୁଥିଲା। ମହିଳାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରୁ ତାଙ୍କୁ ଚିକିତ୍ସା ପାଇଁ ତାମଲୁକର ଏକ ଘରୋଇ ନର୍ସିଂହୋମକୁ ନିଆଯାଇଥିଲା। ତେବେ ରବିବାର ସକାଳେ ସେଠାରେ ମହିଳାଙ୍କର ମୃତ୍ୟୁ ହୋଇଥିଲା।
ମୃତକଙ୍କ ସମ୍ପର୍କୀୟମାନେ କହିଛନ୍ତି ଯେ ଅଭିଯୁକ୍ତ ଜଣକ ମହିଳାଙ୍କ ଦୂର ସମ୍ପର୍କୀୟ ଏବଂ ପାଖରେ ରହୁଥିଲେ। ଅଭିଯୋଗ ହୋଇଛି ଯେ ଶୁକ୍ରବାର ମହିଳାଙ୍କୁ ଏକୁଟିଆ ପାଇବା ପରେ ଅଭିଯୁକ୍ତ ତାଙ୍କୁ ବଳାତ୍କାର କରି କୀଟନାଶକ ଖାଇବାକୁ ଦେଇ ହତ୍ୟା କରିବାକୁ ଉଦ୍ୟମ କରିଥିଲା।
ପୋଲିସ ସୂତ୍ର ଅନୁଯାୟୀ ଅଭିଯୁକ୍ତଙ୍କ ନାମ ସୁଖଚାନ୍ଦ ମୌତି। ଏହି ଘଟଣା ଜଣାପଡିବା ପରେ ଗାଁର ମହିଳାମାନେ ତାଙ୍କୁ ଘରୁ ରାସ୍ତାରେ ଟାଣି ନେଇ ମାଡ ମାରିବା ଆରମ୍ଭ କରିଥିଲେ। ପରେ ସୂଚନା ପାଇବା ପରେ ପୋଲିସ ଆସି ତାଙ୍କୁ ଗୁରୁତର ଅବସ୍ଥାରେ ଏଗ୍ରା ସୁପର ସ୍ପେସିଆଲିଟି ହସ୍ପିଟାଲକୁ ନେଇଥିଲା ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଭିଯୁକ୍ତଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଉଛି।
ପୂର୍ବ ମେଦିନୀପୁର ପୋଲିସ ଅଧୀକ୍ଷକ ସୌମ୍ୟଦୀପ ଭଟ୍ଟାଚାର୍ଯ୍ୟ କହିଛନ୍ତି, ଏହା ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ। ଆଇନଗତ ପ୍ରକ୍ରିୟା ଅନୁଯାୟୀ ମହିଳାଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହୋଇସାରିଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମୁଇଜୁଙ୍କୁ ଭେଟିବା ପରେ ବଡ଼ କଥା କହିଦେଲେ ମୋଦି

ନୂଆଦିଲ୍ଲୀ,୭ା୧୦: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଭାରତ ଗସ୍ତରେ ଅଛନ୍ତି। ସୋମବାର ମୁଇଜୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ। ହାଇଦ୍ରାବାଦ ହାଉସରେ ଏହି ସାକ୍ଷାତ ଅନୁଷ୍ଠିତ ହୋଇଥିଲା।...

ମୋଦିଙ୍କୁ ୭୫ ବର୍ଷ ହେବାକୁ ଅପେକ୍ଷା କରିଛନ୍ତି ଜନତା, ବର୍ଷିଲେ ସିସୋଡିଆ

ନୂଆଦିଲ୍ଲୀ,୭।୧୦: ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏକ ସାମ୍ବାଦିକ ସମ୍ମିଳନୀରେ ଭାଜପା ଉପରେ କଡ଼ା ଆକ୍ରମଣ କରିଥିଲେ। ସେ କହିଛନ୍ତି ଯେ ଭାରତବାସୀ...

ସରକାର ଗଠନକୁ ନେଇ ବଡ଼ ଘୋଷଣା କଲେ ଫାରୁକ ଅବଦୁଲ୍ଲା

ଶ୍ରୀନଗର,୭।୧୦: ଜମ୍ମୁ କଶ୍ମୀର ନ୍ୟାଶନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ଏକ ବଡ଼ ବୟାନଦେଇଛନ୍ତି। ସେ କହିଛନ୍ତି, ଆମେ କୌଣସି ସମୟରେ ଭାଜପା ସହିତ ଯିବୁ...

କ୍ରିକେଟ ଖେଳିଲେ ଯୋଗୀ, ହାତରେ ବ୍ୟାଟ୍‌ ଧରି ମାରିଲେ ଚୌକା-ଛକା

ଲକ୍ଷ୍ନୌ,୭ା୧୦: ପଡ଼ିଆକୁ ଓହ୍ଲାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ହାତରେ ବ୍ୟାଟ୍‌ ଧରି ଚଉକା, ଛକା ବର୍ଷଣ କରିଛନ୍ତି। ଲକ୍ଷ୍ନୌରେ ଆୟୋଜିତ ଅଲ୍‌ ଇଣ୍ଡିଆ...

ଆଇସିୟୁରେ ଥିବା ଖବରକୁ ନିଜେ ଖଣ୍ଡନ କଲେ ରତନ ଟାଟା, କହିଲେ ଭୁଲ ଖବର ଦିଅନ୍ତୁ ନାହିଁ

ମୁମ୍ବାଇ,୭।୧୦: ଟାଟା ଗ୍ରୁପ ଭେଟେରାନ ରତନ ଟାଟାଙ୍କର ସ୍ବାସ୍ଥ୍ୟ ଖରାପ ହେବାର ଖବର ଆସିଥିଲା। ହେଲେ ଏବେ ସେ ନିଜେ ଏହି ଖବରକୁ ଅସ୍ବୀକାର କରିଛନ୍ତି।...

ଜମ୍ମୁ-କଶ୍ମୀରରେ ଏହି ୫ ସଦସ୍ୟ ହେବେ ଅସଲ କିଙ୍ଗ ମେକର!

ଶ୍ରୀନଗର,୭।୧୦: ଜମ୍ମୁ-କଶ୍ମୀରରେ ଅଧିକାଂଶ ଏକଜିଟ ପୋଲ ଝୁଲା ବିଧାନସଭା ସମ୍ଭାବନାକୁ ସୂଚାଉଛି। ଏଭଳି ସ୍ଥିତିରେ ଜମ୍ମୁ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ଦ୍ୱାରା ମନୋନୀତ...

ଭାରତ ପହଞ୍ଚିବା ପରେ ‘ୟୁ-ଟର୍ନ’ ନେଲେ ମାଲଦ୍ୱୀପ ରାଷ୍ଟ୍ରପତି, ଭାରତୀୟ ପର୍ଯ୍ୟଟକଙ୍କୁ କହିଲେ…

ନୂଆଦିଲ୍ଲୀ,୭।୧୦: ଭାରତ ଗସ୍ତରେ ଥିବା ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ବର୍ତ୍ତମାନ ନିଜର ସ୍ବର ପରିବର୍ତ୍ତନ କରିଛନ୍ତି। ମୁଇଜୁ କହିଛନ୍ତି ଯେ ଭାରତର ସୁରକ୍ଷାକୁ ଦୁର୍ବଳ...

ଶସ୍ତାରେ ଟମାଟୋ ବିକିବେ ସରକାର, ଜାଣନ୍ତୁ କେତେ ଦାମରେ ଆଉ କେଉଁଠି ମିଳିବ

ନୂଆଦିଲ୍ଲୀ,୭।୧୦: ଟମାଟୋର ଆକାଶଛୁଆଁ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ସୋମବାରଠାରୁ ସରକାର ଶସ୍ତା ମୂଲ୍ୟରେ ଟମାଟୋ ବିକ୍ରି କରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri