ବଳାତ୍କାରୀଙ୍କୁ ପିଟିପିଟି ହତ୍ୟା କଲେ ଗ୍ରାମବାସୀ

ସୋର,୩୦।୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ସିଙ୍ଘାଖୁଣ୍ଟା ପଞ୍ଚାୟତର କରଞ୍ଜବଣିଆ ଗ୍ରାମର ଜଣେ ମହିଳାଙ୍କୁ ଜଣେ ଯୁବକ ବଳାତ୍କାର କରିଥିବାରୁ ସ୍ଥାନୀୟ ଲୋକେ ପିଟି ପିଟି ତାଙ୍କୁ ମାରି ଦେଇଛନ୍ତି। ସୋର ପୋଲିସ ଗୁରୁବାର ରାତିରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ସହିତ ସୋର ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ ପାଇଁ ରଖିଛି। ମହିଳା ଜଣକ ପ୍ରତିବାଦ କରିବାରୁ ଯୁବକ ଜଣକ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ମହିଳା  ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ସୋର ଏବଂ ପରେ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୋର ପୋଲିସ କୌଣସି ଅଭିଯୋଗ ପାଇ ନ ଥିବାରୁ ମାମଲା ରୁଜୁ କରିନାହିଁ।