ଶିଶୁକନ୍ୟା ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ

ଭୁବନେଶ୍ୱର,୮।୯ (ବ୍ୟୁରୋ): ଏୟାରଫିଲ୍ଡ ଥାନା ଅଞ୍ଚଳରେ ୨୦୧୭ରେ ଘଟିଥିବା ଶିଶୁକନ୍ୟା ବଳାକତ୍ାର ମାମଲାର ରାୟ ସୋମବାର ଅତିରିକ୍ତ ଜିଲା ଦୌରାଜଜ୍‌ କମ୍‌ ପକ୍‌ସୋ କୋର୍ଟରେ ପ୍ରକାଶ ପାଇଛି। ଏୟାରଫିଲ୍ଡ ଥାନା ରେତଙ୍ଗ ଅଞ୍ଚଳର ଅଭିଯୁକ୍ତ ଦେବାଶିଷ ସାମନ୍ତରାୟ(୨୩)ଙ୍କୁ କୋର୍ଟ ୧୦ ବର୍ଷ କାରା ଦଣ୍ଡାଦେଶ ଦେବା ସହ ୨୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ସଜା କାଟିବାକୁ କୁହାଯାଇଛି। ସରକାରଙ୍କ ପକ୍ଷରୁ ୧୨ଜଣ ସାକ୍ଷୀ, ପ୍ରତିପକ୍ଷର ୩ଜଣ ସାକ୍ଷୀ ଏବଂ ୧୦ଟି ଦସ୍ତାବିଜ୍‌କୁ ପରଖିବା ପରେ ବିଚାରପତି ସତ୍ୟରଞ୍ଜନ ପ୍ରଧାନ ଏହି ରାୟ ଶୁଣାଇଛନ୍ତି। ସରକାରୀ ସ୍ବତନ୍ତ୍ର ପିପି ଭାବେ ସୁବ୍ରତ ପ୍ରିୟଦର୍ଶି ମାମଲା ପରିଚାଳନା କରୁଥିଲେ।
ରେତଙ୍ଗ ଅଞ୍ଚଳରେ ୬ବର୍ଷର ଶିଶୁକନ୍ୟା ପରିବାର ସହ ରହୁଥିଲେ। ଦେବାଶିଷ ତାଙ୍କ ପଡୋଶୀ ଭାବେ ରହୁଥିଲେ। ୨୦୧୭ରେ ଶିଶୁକନ୍ୟା ଘର ଆଖରେ ଖେଳୁଥିବାବେଳେ ଦେବାଶିଷ ତାଙ୍କୁ ଚକୋଲେଟ ଦେବା ବାହାନାରେ ଘର ନିକଟରେ ଥିବା ଏକ ବୁଦା ନିକଟକୁ ନେଇ ବଳାକତ୍ାର କରିଥିଲେ। ମହିଳା ଥାନା ପୋଲିସ କେସ୍‌ ନଂ-୫୩/୧୭ରେ ଦେବାଶିଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Share