ବଳାତ୍କାରୀ ନାବାଳକଙ୍କୁ ୧୦ ବର୍ଷ ଦଣ୍ଡାଦେଶ

କେନ୍ଦୁଝର,୨୭।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ଅଞ୍ଚଳରେ ଗତ ୩୦ ନଭେମ୍ବର ୨୦୧୭ରେ ଜଣେ ୧୩ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଏହି ଘଟଣାରେ ଅଭିଯୁକ୍ତ ୧୭ ବର୍ଷ ବୟସ୍କ ନାବାଳକଙ୍କୁ ବୁଧବାର ସ୍ଥାନୀୟ ଅତିରିକ୍ତ ଜିଲା ଓ ସ୍ପେଶାଲ ଜଜ ଲୋକନାଥ ସାହୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି। ଅନାଦେୟ ବାବଦରେ ଆଉ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ହେବ । ନାବାଳକ ଜଣକ ଏବେ ରାଉରକେଲାସ୍ଥିତି ବାଳାଶ୍ରମରେ ରହିବେ। ୨୧ ବର୍ଷ ପରେ ସାଧାରଣ ଜେଲକୁ ସ୍ତାନାନ୍ତରିତ ହେବେ ବୋଲି ଆଦେଶ ହୋଇଛି।
ପ୍ରକାଶ ଯେ, ନାବାଳକ ଜଣଙ୍କ ବିବାହର ପ୍ରତିଶ୍ରୁତି ଦେଇ ଝିଅ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ନାବାଳିକା ଜଣକ ଆଠ ମାସର ଗର୍ଭବତୀ ହେବାରୁ ପରିବାର ଲୋକେ ବଡବିଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ପୋଲିସ କେସ ନମ୍ବର ୧୮୪/୩୦ରେ ମାମଲା ରୁଜୁ କରି ନାବାଳକଙ୍କୁ ବାଳସୁଧାରଗୃହକୁ ପଠାଇଥିଲେ।

Share