ବଳାତ୍କାରୀଙ୍କୁ ୨୦ବର୍ଷ କାରାଦଣ୍ଡ

ସୁୁନ୍ଦରଗଡ଼,୩୦।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଏଡିଜେ ପାର୍ଥସାରଥି ପଟ୍ଟନାୟକ ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଅଭିଯୁକ୍ତ ରାଜକୁମାର ଲୋହାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ପୋକ୍‌ସୋ ଆକ୍ଟ ସେକ୍ସନ-୬ରେ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅର୍ଥ ଅନାଦେୟ ହେଲେ ୧ବର୍ଷ ଅଧିକ କାରାବାସ ଆଦେଶ ଦେଇଛନ୍ତି।

ମାମଲାରରୁ ପ୍ରକାଶ ଯେ, ୨୦୧୩ରେ ପୀଡିତା ନାବାଳିକାଙ୍କୁ ଅଭିଯୁକ୍ତ ନିଜ ଘରେ ୩ମାସ ଧରି ବଳାତ୍କାର କରିଥିଲେ। ଏ ସମ୍ପର୍କରେ ପୀଡିତାଙ୍କ ଜେଜେମା ଗତ ୨୦୧୩ ମାର୍ଚ୍ଚ ୬ରେ ରଘୁନାଥପାଲୀ ଥାନାରେ ଏତଲା ଦେଇଥିଲେ। ପୋଲିସ ଏତଲା ପରେ ଭାରତୀୟ ଦଣ୍ଡବିଧି ଧାରା ୩୭୬ (୨) (ଏଫ୍‌)/ ୩୨୩ / ୩୪୧ /୫୦୬ / ୬ପୋକ୍‌ସୋ ଆକ୍ଟ ଅନୁଯାୟୀ ଏକ ମାମଲା (ନଂ. ୫୭/୨୦୧୩) ରୁଜୁ କରାଯାଇଥିଲା। ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ନାବାଳିକାଙ୍କ ବୟାନ୍‌ ଏବଂ ଅନ୍ୟ ୧୧ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଓ ପୋଲିସର ସବିଶେଷ ତଦନ୍ତ ରିପୋର୍ଟକୁ ଆଧାର କରି ବିଚାରପତି ରାୟ ପ୍ରକାଶ କରିଛନ୍ତି। ବିଚାରପତି ତାଙ୍କ ରାୟରେ ପୀଡିତାଙ୍କୁ ୭ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି। ଏହି ମାମଲାକୁ ରଘୁନାଥପାଲିର ତତ୍କାଳୀନ ଥାନା ଅଧିକାରୀ ସ୍ନିଗ୍ଧାରାଣୀ ସୁନା ତଦନ୍ତ କରିଥିବା ବେଳେ ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ଅବଦୁଲ ସମିମ୍‌ ଅଖତାର ମାମଲା ପରିଚାଳନା କରିଥିଲେ।

Share