ବାରିପଦା ଅଫିସ,୭ା୪: ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟରେ ବୁଧବାର ଏକ ନାବାଳିକା ବଳାକତ୍ାର ମାମଲାର ରାୟ ପ୍ରକାଶ ପାଇଛି ା ଜଜ୍ ସୁମିତା ଜେନା ଏହାର ବିଚାର କରି ଅଭିଯୁକ୍ତ ବଳରାମ ସର୍ଦ୍ଦାର(୨୨)ଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହ ୧୫ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ା ଜରିମାନା ଅନାଦାୟ ଅଧିକ ୪ମାସ ଜେଲ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଏହା ବ୍ୟତୀତ ପୀଡିତାଙ୍କୁ କ୍ଷତିପୂରଣ ବାବଦରେ ୪ଲକ୍ଷ ଟଙ୍କା ଆଇନ ସହାୟତା କର୍ତ୍ତୃପକ୍ଷ ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅନୁଯାୟୀ, ୨୦୧୯ ଜୁନ ୨୮ରେ ତିରିଂ ଥାନା ଅଞ୍ଚଳର ଜଣେ ନାବାଳିକା ଖେଳୁଥିବା ସମୟରେ ଝାଡଖଣ୍ଡ ରାଜ୍ୟ ପୂର୍ବ ସିଂହଭୂମ ଜିଲା କୋଆଲି ଥାନା ଦାମୁଡିହୀ ଗ୍ରାମର ବଳରାମ ତାଙ୍କୁ ଉଠାଇ ନେଇ ବଳାତ୍କାର କରିଥିଲେ। ପରେ ନାବାଳିକାଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସରକାରଙ୍କ ପକ୍ଷରୁ ଆଇନଜୀବୀ ଅଭିନ୍ନ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।