କେନ୍ଦୁଝର,୧୮ା୫(ସ୍ବ.ପ୍ର.): କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟ ବୁଧବାର ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଜଣେ ବ୍ୟକ୍ତିଙ୍କୁ ୨୦ ବର୍ଷ ଜେଲ ଓ ୨୫ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ତାଙ୍କ ନାମ ସାଲୁକା ପିଙ୍ଗୁଆ (୩୫)। ଜରିମାନା ଅନାଦେୟ ଆଉ ୬ ମାସ ଜେଲ ଆଦେଶ କରିଛନ୍ତି। ଘଟଣାଟି ୨୦୧୮ ଅକ୍ଟୋବର ୧ ରେ ଉକ୍ତ ୪ ବର୍ଷ ନାବାଳିକାଙ୍କୁ ବାଲି ଗ୍ରାମରେ ବିସ୍କୁଟ ଦେବାକୁ କହି ପାଖ ଜଙ୍ଗଲକୁ ନେଇ ବଳାତ୍କାର କରିଥିଲେ। ଏ ନେଇ ତେଲକୋଇ ଥାନା ପୋଲିସ କେସ୍ ନଂ ୧୫୧/୨୦୧୮ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଫାଷ୍ଟ ଟ୍ରାକ କୋର୍ଟ ତଥା ଅତିରିକ୍ତ ସେସନ ଜଜ୍ ମାନସ ମିଶ୍ର ଏହାର ଶୁଣାଣି କରି ଆଜି ଏହି ଦଣ୍ଡ ଆଦେଶ ଦେଇଛନ୍ତି।