କେନ୍ଦୁଝର,୨୦।୧୨ (ସ୍ବ.ପ୍ର.): କେନ୍ଦୁଝର ଅତିରିକ୍ତ ଜିଲା ଜଜ ତଥା ସ୍ପେଶାଲ ଜଜ (ପୋକ୍ସୋ) କୋର୍ଟ ବିଚାରପତି ଡକ୍ଟର ଅନୀଲ କୁମାର ଦତ୍ତ ମଙ୍ଗଳବାର ଜଣେ ୧୩ ବର୍ଷ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରିଛନ୍ତି। ଏଥିରେ ଅଭିଯୁକ୍ତ ସୋନୁ ମହାକୁଡ(୩୧)ଙ୍କୁ ବିଭିନ୍ନ ଦଫା ଅନୁଯାୟୀ ୨୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୬୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି।
ପ୍ରକାଶ ଯେ, ଗତ ୨୦୧୬ ଫେବୃୟାରୀ ୭ ତାରିଖରେ କେନ୍ଦୁଝର ଜିଲା ଯୋଡା ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଉକ୍ତ ଦିନ ଘର ଲୋକ ବାହାରକୁ ଯାଇଥିବା ବେଳେ ପୀଡିତା ତାଙ୍କର ସାନ ଭାଇ ଓ ଭଉଣୀଙ୍କ ସହିତ ଘରେ ଥିଲୋ ରାତିରେ ପଡୋଶୀ ଘରେ ରହୁଥିବା ସୋନୁ ଆସି ପୀଡିତାଙ୍କୁ ଡାକିଥିଲେ। ବାହାରକୁ ଆସିବା ପରେ ସୋନୁ ପୀଡିତାଙ୍କୁ ଜୋର ଜବରଦସ୍ତ ନିଜ ଘରକୁ ନେଇ ବଳାତ୍କାର କରିଥିଲୋ ପରଦିନ ସକାଳେ ପୀଡିତାଙ୍କ ମା’ବାପା ଘରକୁ ଫେରିବା ବେଳେ ଝିଅକୁ ନ ପାଇ ଖୋଜାଖୋଜି କରିଥିଲେ। ପରେ ପୀଡିତା ଘରକୁ ଫେରି ମା’ବାପା ସବୁ ଘଟଣା ଜଣାଇଥିଲେ। ଏହାକୁ ନେଇ ଗ୍ରାମରେ ଘଟଣାର ସମାଧାନ କରିବା ପାଇଁ ଏକ ବୈଠକ ବସିଥିଲା। ଏହାପରେ ୧୩ ତାରିଖରେ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ ା ପୋଲିସ କେସ ନମ୍ବର ୨୦/୨୦୧୬ରେ ପୋକ୍ସୋ ଆଇନରେ ବଳାତ୍କାର ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ା ୨୦ ସେପ୍ଟେମ୍ବରରେ ପୋଲିସ ଅଭିଯୁକ୍ତ ସୋନୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ା ୧୨ ଜଣ ସାକ୍ଷୀଙ୍କ ବୟାନକୁ ଭତ୍ତି କରି ଏବଂ ପୋଲିସ ତଦନ୍ତ ରିପୋର୍ଟକୁ ଆଧାର କରି କୋର୍ଟ ବିଭିନ୍ନ ଦଫାରେ ଦଣ୍ଡାଦେଶ କରିଥିବା ସ୍ବତନ୍ତ୍ର ପବ୍ଲିକ ପ୍ରୋସିକ୍ୟୁଟର ଗଣେଷ ପ୍ରସାଦ ମହାପାତ୍ର କହିଛନ୍ତି ା ଅର୍ଥ ଅନାଦେୟ ଆଉ ଦେଢ ବର୍ଷ ଜେଲଦଣ୍ଡ ଆଦେଶ କରାଯାଇଛି ା ସେହିପରି ପୀଡିତାଙ୍କୁ କ୍ଷତିପୂରଣ ଆଇନ ଅନୁଯାୟୀ ୪ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ କୋର୍ଟ ଆଦେଶ କରିଛନ୍ତି ା