ପପ୍‌ ଷ୍ଟାର ରିହାନାଙ୍କୁ ଡେଟ୍‌ କରୁଛନ୍ତି ଏହି ରାପର ବୟ

ହଲିଉଡ୍‌ର ପପ୍‌ ଷ୍ଟାର ରିହାନାଙ୍କୁ ଆମେରିକାର ରାପର ଆସପ ରକି ଡେଟିଂ କରୁଛନ୍ତି। ଏକଥା ନିଜେ ସ୍ବୀକାର କରିଛନ୍ତି ରକି। ସେ କହିଛନ୍ତି, ମୁଁ ରିହାନାଙ୍କ ସହ ଡେଟ୍‌ରେ ଅଛି।

ଏକ ସାକ୍ଷାତକାରରେ ରିହାନାଙ୍କୁ ଜୀବନର ପ୍ରେମ ବୋଲି କହିଥିଲେ ରକି। ସେ ଆହୁରି ମଧ୍ୟ କହିଥିଲେ, ମିଲିୟନସ୍‌ ଝିଅଙ୍କ ମଧ୍ୟରୁ ରିହାନା ଜଣେ। ରକି କହିଛନ୍ତି, ତାଙ୍କର ନୂଆ ଗୀତ ‘ଅଲ୍‌ ସ୍ମାଇଲ୍‌ସ’ରେ ରିହାନା ହେଉଛନ୍ତି ଝଲକ। ରିହାନା ତାଙ୍କୁ ବହୁତ ବୁଝନ୍ତି, ବହୁତ ଭଲ ମଧ୍ୟ ପାଆନ୍ତି। ରିହାନା ତାଙ୍କ ଜୀବନ।

କୁହାଯାଏ, ୨୦୨୦ ଡିସେମ୍ବରରେ ରିହାନା ଏବଂ ରକିଙ୍କର ଖ୍ରୀଷ୍ଟମାସ ପର୍ବରେ ଦେଖାସାକ୍ଷାତ ହୋଇଥିଲା। ସେହିଦିନଠାରୁ ଦୁହେଁ ପରସ୍ପରକୁ ଡେଟ୍‌ କରୁଛନ୍ତି। ଦୁହିଁଙ୍କ ପ୍ରେମସମ୍ପର୍କକୁ ନେଇ କିଛିଦିନ ହେବ ଖୁବ୍‌ ଚର୍ଚ୍ଚା ହେଉଥିଲା। ଏହାକୁ ଦୁଇଜଣ ସ୍ବୀକାର ମଧ୍ୟ କରିଛନ୍ତି।

Share