ଭୁବନେଶ୍ୱର,୫ା୧: ପାରାଦୀପର ପୂର୍ବତନ ବିଧାୟକ ତଥା ବିଜେଡି ନେତା ସମ୍ବିତ ରାଉତରାୟ ବିଜେଡିରେ ମୂଷା ଉପାଖ୍ୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିଜେଡିର କିଛି ମୂଷା ଅନ୍ୟ କିଆରିକୁ ପଳାଇଲେଣି। ସମ୍ପୂର୍ଣ୍ଣ ମୂଷା ବଂଶକୁ ନିପାତ କରି ହେବନି, ଏହାର ପ୍ରତିକାର କରିବାକୁ ପଡ଼ିବ। ମୂଷାକୁ ଫସଲଠାରୁ ଦୂରେଇବାକୁ ପଡ଼ିବ।
ପୂର୍ବରୁ ନିର୍ବାଚନ ପରାଜୟ ବାବଦରେ ମୂଷା ଉପାଖ୍ୟାନ କହି ଚର୍ଚ୍ଚାକୁ ଆସିଥିଲେ ସମ୍ବିତ। ଆଉ ଏବେ ପୁଣି ଥରେ ସେ ମୂଷା ଉପାଖ୍ୟାନକୁ ଦୋହରାଇଛନ୍ତି। ସେତେବେଳେ ସେ କହିଥିଲେ, ନବୀନ ହାରିନାହାନ୍ତି, ତାଙ୍କୁ ସୁଚିନ୍ତିତ ଭାବେ ହରାଇ ଦିଆଯାଇଛି।
‘ଢୋଲ ଭିତରେ ମୂଷା ରହିଲେ, ମୂଷା କିଏ ଆପଣ ଜାଣିଥିବେ ବୋଲି ସେ ଖବରଦାତାମାନଙ୍କୁ କହିଥିଲେ। ଆଜି ନ ହେଲେ କାଲି ସେ ମୂଷା କଢ଼ା ହେବେ ବୋଲି ସମ୍ବିତ କହିଥିଲେ। ସେ କହିଥିଲେ, ସରକାର ବହୁତ କାମ କରିଛନ୍ତି, ତଥାପି ଲୋକ ଆମକୁ ହରାଇଦେଲେ। ହାରିବାର ଅନେକ କାରଣ ରହିଛି। ହାରିବା କାରଣ ପାଣ୍ଡିଆନ କି ବୋଲି ପ୍ରଶ୍ନରେ ସମ୍ବିତ କହିଥିଲେ ହୋଇଥାଇପାରେ। ତେବେ ସମ୍ବିତଙ୍କ ଏହି ବୟାନକୁ ନେଇ ରାଜନୈତିକ ମହଲରେ ନାନା ଚର୍ଚ୍ଚା ହୋଇଥି