ଅଟକିଥିବା ରଥ ପୁଣି ଗଡିଲା

ପୁରୀ,୮।୯: ବଡ଼ଦାଣ୍ଡରେ ସୋମବାର ସକାଳୁ ପୁଣି ରଥଟଣା ଆରମ୍ଭ ହୋଇଛି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମରିଚୀକୋଟ ଛକ ନିକଟରେ ଅଟକିଥିବା ତାଳଧ୍ୱଜ ରଥକୁ ଟାଣିନେଉଛନ୍ତି। ଏହାପରେ ଦର୍ପଦଳନ ଏବଂ ନନ୍ଦିଘୋଷ ରଥ ଟଣାହେବ। ଦୀର୍ଘ ୫୩ ବର୍ଷ ପରେ ବିରଳ ସଂଯୋଗ କ୍ରମେ ଚଳିତବର୍ଷ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡ଼ିଥିବାରୁ ଶ୍ରୀକ୍ଷେତ୍ର ଭକ୍ତମୟ ହୋଇପଡ଼ିଛି।
ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଘର୍‌ ଘର୍‌ ନାଦ ଦେଇ ତିନିରଥ ଗତକାଲି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଥିଲା। ତେବେ ସନ୍ଧ୍ୟା ହୋଇଯିବାରୁ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ମରୀଚିକୋଟ ଛକ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ରାଜନଅର ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ କିଛିବାଟ ଗଡ଼ି ଶ୍ରୀମନ୍ଦିର ନିକଟରେ ଅଟକି ରହିଥିଲା।

Share