ଆନନ୍ଦପୁର,୨୨।୪: (ସ୍ବ.ପ୍ର.) କେନ୍ଦୁଝର ଜିଲା ଘସିପୁରା ବ୍ଲକ୍ ଗୋହିରା ପଞ୍ଚାୟତ ଭୋଲନୂଆଗାଁରେ ରାଶନକାର୍ଡ ବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଜଣେ ବ୍ୟକ୍ତିଙ୍କ ୧୦ ଓ ୧୨ ଚକିଆ ଗାଡ଼ି ଥିବା ବେଳେ ତାଙ୍କ ନାମରେ ରାଶନକାର୍ଡ ରହିବା ସହିତ ମଧୁବାବୁ ପେନସନ ଯୋଜନାରେ ସେ ଭତ୍ତା ପାଉଛନ୍ତି। ଏ ସମ୍ପର୍କରେ ଉକ୍ତ ଗ୍ରାମର ଜଣେ ହିତାଧିକାରୀ ଘସିପୁରା ବିଡିଓଙ୍କ ନିକଟରେ ଶୁକ୍ରବାର ଲିଖିତ ଅଭିଯୋଗ କରିଛନ୍ତି। ବିଡିଓ ଅସୀତ କୁମାର ମହାନ୍ତି ଅଭିଯୋଗର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।