Categories: ବାଣିଜ୍ୟ

ମୁଦ୍ରାସ୍ଫୀତି ଅନୁମାନ ବୃଦ୍ଧି କରିପାରେ ଆର୍‌ବିଆଇ

ନୂଆଦିଲ୍ଲୀ,୧୨।୫: ଦେଶରେ ବଢ଼ି ଚାଲିଥିବା ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ଭାରତର ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ଆସନ୍ତା ମାସରେ ଥିବା ମୁଦ୍ରା ନୀତି କମିଟି (ଏମ୍‌ପିସି) ବୈଠକରେ ଚଳିତ ବର୍ଷ ପାଇଁ ପୂର୍ବ ଧାର୍ଯ୍ୟ ମୁଦ୍ରାସ୍ଫୀତି ଅନୁମାନକୁ ବୃଦ୍ଧି କରାଯାଇପାରେ। ଏଥିସହିତ ଦରଦାମ ନିୟନ୍ତ୍ରଣ ପାଇଁ ସୁଧ ହାରରେ ବୃଦ୍ଧି କରାଯାଇପାରେ ବୋଲି ଜଣାପଡ଼ିିଛି। ଜୁନ୍‌ ୬ରୁ ୮ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏମ୍‌ପିସି ବୈଠକରେ ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଅଧ୍ୟକ୍ଷତା କରିବେ। ୨୦୧୮ ଅଗଷ୍ଟ ପରେ ପ୍ରଥମ ଥର ପାଇଁ ଗତ ୪ ତାରିଖରେ ଆର୍‌ବିଆଇ ରେପୋ ରେଟ୍‌ରେ ୪୦ ବେସିକ୍‌ ପଏଣ୍ଟ ବୃଦ୍ଧି କରି ୪.୪୦% କରିଦେଇଛି। ଏପ୍ରିଲରେ ଆର୍‌ବିଆଇ ପକ୍ଷରୁ ଚଳିତ ବର୍ଷ ପାଇଁ ମୁଦ୍ରାସ୍ଫୀତି ଅନୁମାନ ବୃଦ୍ଧି କରି ୫.୭% କରିଦେଇଥିବା ବେଳେ ଆନୁମାନିକ ଅଭିବୃଦ୍ଧିକୁ ୭.୮%ରୁ ହ୍ରାସ କରି ୭.୨% କରିଦିଆଯାଇଛି।

Share