ନୂଆଦିଲ୍ଲୀ,୭।୮: ରିଜର୍ଭ ବ୍ୟାଙ୍କ ଇନୋଭେଶନ ହବ୍ ସ୍ଥାପନ କରିବାକୁ ଯୋଜନା ରଖିଛି। ଆର୍ଥତ୍କ ଅନ୍ତର୍ଭୁକ୍ତୀକରଣ ଏବଂ ଉନ୍ନତ ବ୍ୟାଙ୍କିଙ୍ଗ୍ ସେବାକୁ ଉତ୍ସାହିତ କରିବା ଲାଗି ଏଭଳି ବ୍ୟବସ୍ଥା ଆସିବ। ଏହା ସାଧାରଣତଃ ଇନ୍କୁବେଶନ ହବ୍ ଭାବେ କାର୍ଯ୍ୟ କରିବ ବୋଲି କୁହାଯାଉଛି। ଅଭିନବ ଏବଂ ନୂଆ ଫାଇନାନ୍ସିଆଲ ପ୍ରଡକ୍ଟ ଆଣିବା ଦିଗରେ ଏହା ବିଭିନ୍ନ ଯୋଜନା ହାତକୁ ନେବା ସହ ହ୍ୟାଣ୍ଡହୋଲ୍ଡିଂ ସହାୟତା ଯୋଗାଇଦେବ। ଆର୍ଥତ୍କ ଅନ୍ତର୍ଭୁକ୍ତୀକରଣ ଲକ୍ଷ୍ୟ ହାସଲ, ଦକ୍ଷ ବ୍ୟାଙ୍କିଙ୍ଗ୍ ସେବା ଯୋଗାଣ, ଚ୍ୟାଲେଞ୍ଜିଂ ସମୟରେ ବାଣିଜ୍ୟକୁ ତ୍ୱରାନ୍ବିତ କରିବା ଏବଂ ଖାଉଟି ସୁରକ୍ଷା ଭଳି ବିଭିନ୍ନ ଦିଗ ଉପରେ ଏହା ନଜର ରଖିବ। ଦେଶର ଆର୍ଥତ୍କ ସେବା କ୍ଷେତ୍ରକୁ ଅଭିନବ କରିବା ଦିଗରେ କେନ୍ଦ୍ରୀୟ ବ୍ୟାଙ୍କ ସର୍ବଦା ଏହାର ଯୋଗଦାନ ରଖି ଆସିଛି। ଏଭଳି ନୂଆ ପଦକ୍ଷେପ ଦ୍ୱାରା ଏକ ନିୟାମକ ଷ୍ଟାଣ୍ଡବକ୍ସ ମଧ୍ୟ ସ୍ଥାପନ କରିବ। ଏହା ସମ୍ପୂର୍ଣ୍ଣ ଭାବେ ସଦ୍ୟତମ ବ୍ୟବସ୍ଥା ହୋଇଥିବା ବେଳେ ୬ ପ୍ରମୁଖ ପ୍ରସ୍ତାବ ଉପରେ ବର୍ତ୍ତମାନ ଧ୍ୟାନ କେନ୍ଦ୍ରିତ କରିଛି ବୋଲି ଆର୍ବିଆଇ ପକ୍ଷରୁ ସୂଚନା ରହିଛି।