ଚପି ଗଲା ଆରଡିସିସ୍ତରୀୟ ତଦନ୍ତ

ଯାଜପୁର ରୋଡ,୧୬ା୧୨(ଡି.ଏନ.ଏ.): କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ସହରବାସୀଙ୍କ ଘର ପାଇଁ ଜମିର ଆବଶ୍ୟକତା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସହର ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଜମିର ଗୁରୁତ୍ୱ ବଢିଛି। ସରକାରୀ ଜମି ଓ ଜଳାଶୟଗୁଡ଼ିକୁ ପୋତି ବେଆଇନ କବ୍‌ଜା ମଧ୍ୟ କରିଗଲେଣି। ତହସିଲ କେବଳ ଜବରଦଖଲ ମାମଲା ରୁଜୁ କରାଯାଇ ଚୁପ ହୋଇ ବସିଛି। ଏହି ମାମଲାଗୁଡ଼ିକ ବର୍ଷ ବର୍ଷ ଧରି ଫଇସଲା ନ ହୋଇ ପଡି ରହୁଛି। ରାସ୍ତା ନ ଥାଇ ଚାଷ ଜମିକୁ ଘରଡିହ ଭାବେ ପରିବର୍ତ୍ତନ କରାଯାଉଛି। କେତେକସ୍ଥଳେ ଅନାବାଦୀ ଜମିକୁ ଚଳାଚଳ କରିବାକୁ ଅନୁମତି ଦିଆଯାଇ ବିକ୍ରିବଟା ହେଉଛି। ଏହିସବୁ କାରବାରରେ ବ୍ୟାସନଗର ତହସିଲ କର୍ତ୍ତୃପକ୍ଷ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଛି। ଗତ ଅକ୍ଟୋବରରେ କୋପଣ୍ଡ ମୌଜାକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ଏ ସଂକ୍ରାନ୍ତରେ ଅଭିଯୋଗ ହେବା ପରେ ଆରଡିସିସ୍ତରରେ ତଦନ୍ତ କରାଯାଇ ଉପଜିଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ହୋଇଥିଲେ ହେଁ ତାହା ଅର୍ଥ ବଳରେ ଚାପି ଦିଆଯାଇଥିବା ଚର୍ଚ୍ଚାର ବିଷୟ ହୋଇଛି।
ସରକାରୀ ଜମି ଜବରଦଖଲ ବ୍ୟାସନଗର ସହର ପାଇଁ ଏକ ମୁଖ୍ୟ ସମସ୍ୟା ହୋଇଛି । ଜିଲା ପ୍ରଶାସନର ନାକ ତଳେ କେବଳ ସରକାରୀ ଜମି ନୁହେଁ ମୁଖ୍ୟ ରାସ୍ତାଗୁଡିକ ମଧ୍ୟ ଜବରଦଖଲ ହୋଇଛି । ଜବରଦଖଲ କଥା ଉଠିଲେ କେବଳ ଗରିବ ଗୁରୁବାଙ୍କ ବସ୍ତି ଉପରେ ନଜର ପଡୁଥିବାବେଳେ ବ୍ୟାସନଗରରେ ଥିଲାବାଲା ଲୋକେ ଅଧିକ ମୂଲ୍ୟବାନ ସରକାରୀ ଜମି ଓ ମୁଖ୍ୟ ରାସ୍ତାଗୁଡିକୁ ଦଖଲରେ ରଖିଛନ୍ତି । ଏହି ଜବରଦଖଲ ହଟାଇବାକୁ ଅନାଗ୍ରହ ପ୍ରଶାସନ ଜବରଦଖଲ ହୋଇ ନ ଥିବା ସରକାରୀ ଜମିଗୁଡିକର ସୁରକ୍ଷା ପାଇଁ ମଧ୍ୟ ପଦକ୍ଷେପ ନେଉନାହିଁ । ଫଳରେ ସରକାରୀ ଜମିର ଜବରଦଖଲକୁ ପ୍ରୋତ୍ସାହନ ମିଳୁଥିବାବେଳେ କେତେଜଣ ଦଲାଲ ଏହାକୁ ଅର୍ଥ ଉପାର୍ଜନର ମାଧ୍ୟମ କରିଛନ୍ତି । କ୍ରମବର୍ଦ୍ଧିଷ୍ଣୁ ସହରରେ ଗରିବ ଲୋକଙ୍କ ଥଇଥାନ ପାଇଁ ପ୍ରଶାସନର କୌଣସି ଯୋଜନା ନ ଥିବାବେଳେ ସେମାନେ ଏଭଳି ଦଲାଲଙ୍କ ଶିକାର ହେଉଛନ୍ତି। କେତେକ କ୍ଷେତ୍ରରେ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳିଆ ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ଅଭିଯୋଗ ଅନୁଯାୟୀ ବ୍ୟାସନଗର ତହସିଲ ଅନ୍ତର୍ଗତ କୋପଣ୍ଡ ମୌଜାର ଖାତା ନମ୍ବର ୫୪୨/୬୯୩, ପ୍ଲଟ ନମ୍ବର ୧୭୦୯, କିସମ ଶାରଦ-୨, ୦.୨୬୫ ଡେସମିଲ ଜମିକୁ ଘରବାଡି ଜମି ଭାବେ ପରିବର୍ତ୍ତନ କରିବାକୁ ୨୮ା୧୨ା୨୦୨୧ରେ ଆବେଦନ ହୋଇଥିଲା। ଏନେଇ ବ୍ୟାସନଗର ତହସିଲରେ ୯୧୪୩/୨୦୨୧ରେ ଏକ ମ୍ୟୁଟେଶନ ମାମଲା ରୁଜୁ ହୋଇଥିଲା। ଏହି ମାମଲା ଉପରେ କଣ୍ଟାଝରି ରାଜସ୍ବ ନିରୀକ୍ଷକ କାଟେ ପୂର୍ତ୍ତି ୧୪ା୩ା୨୦୨୨ରେ ତଦନ୍ତ କରି ସର୍ବସାଧାରଣ ଚଳାଚଳ ନିମନ୍ତେ ପ୍ଲଟ ନମ୍ବର-୧୫୩୨(କିସମ-ଆଡି) ଉପରେ ଥିବା ମୋରମ ରାସ୍ତା ଉକ୍ତ ପ୍ଲଟକୁ ସଂଯୋଗ କରୁଛି ବୋଲି ଦର୍ଶାଇ ମାମଲାର କିସମ ପରିବର୍ତ୍ତନ ବିଚାର ନିମନ୍ତେ ତହସିଲଦାରଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲେ। ୧୮ା୪ା୨୦୨୨ରେ ତହସିଲଦାର ଉକ୍ତ ମାମଲାର ବିଚାର କରି ଜମି ସ୍ଥାନକୁ ଚଳାଚଳ ରାସ୍ତା ନ ଥିବା ଦର୍ଶାଇ ତାକୁ ଖାରଜ କରି ଦେଇଥିଲେ। ଏହାପରେ ୧୩ା୬ା୨୦୨୨ରେ ବିଭିନ୍ନ କାରଣ ଦର୍ଶାଇ ପୁଣି ସେହି ଜମି ପରିବର୍ତ୍ତନ ମାମଲାକୁ ମଞ୍ଜୁର କରିଥିଲେ। ପ୍ରଥମେ ଖାରଜ ଏବଂ ପରେ ଲକ୍ଷାଧିକ ଟଙ୍କାର ହାତଗୁଞ୍ଜା ନେଇ ମାମଲାକୁ ମଞ୍ଜୁର କରାଯାଇଛି ବୋଲି ଯାଜପୁର ରୋଡର କିଶୋର ଚନ୍ଦ୍ର ସେନାପତି ମୁଖ୍ୟମନ୍ତ୍ରୀ, କଟକ କେନ୍ଦ୍ରାଞ୍ଚଳ ଆରଡିସି, ରାଜସ୍ବ ଏବଂ ବିପର୍ଯ୍ୟୟ ପ୍ରଶମନ ବିଭାଗ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅଭିଯୋଗ ଆଧାରରେ ଆରଡିସିଙ୍କ କାର୍ଯ୍ୟାଳୟରୁ ୧୪ା୧୦ା୨୦୨୨ରେ ଜଣେ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍‌ ତଦନ୍ତ କରି ଫେରିଯାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତଦନ୍ତକାରୀ ଦଳଙ୍କ ସହ ଭିତିରିଆ ବୁଝାମଣା କରି ମାମଲାକୁ ଚପାଇ ଦିଆଯାଇଥିବା ସହରରେ ଚର୍ଚ୍ଚା ହେଉଛି। ସଂପୃକ୍ତ ତହସିଲଦାର ୮(ଏ) ଓଏଲଆର ଆଇନକୁ ସମ୍ପୂର୍ଣ୍ଣ ଭାବେ ଉଲ୍ଲଂଘନ କରି ଜମି ମ୍ୟାପରେ ଉକ୍ତ ଜମିକୁ ରାସ୍ତା ନ ଥାଇ ଚାଷ ଜମିକୁ କିପରି ଭାବେ ଘରବାଡ଼ି ଜମିରେ ପରିବର୍ତ୍ତନ କଲେ ତାହା ବିସ୍ମୟ ସୃଷ୍ଟି କରିଛି। ଏହାସହ ବ୍ୟାସନଗର ସହର ବ୍ୟତୀତ ଆଖପାଖ ଅଞ୍ଚଳରେ ଜନବସତି ବୃଦ୍ଧି ପାଉଥିବାବେଳେ ଅଧିକାଂଶ ଜମି ପରିବର୍ତ୍ତନରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଏହିସବୁ ଅଭିଯୋଗର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଗଲେ ବାସ୍ତବ ଚିତ୍ର ଲୋକ ଲୋଚନକୁ ଆସି ପାରନ୍ତା ବୋଲି ଦାବି ହେଉଛି।
ଏ ସଂକ୍ରାନ୍ତରେ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝିଙ୍କୁ ପଚାରିବାରେ ଚାଷ ଜମି ପରିବର୍ତ୍ତନ ନିୟମ ଅନୁଯାୟୀ ହୋଇଥିବ। ଆରଡିସି ତଦନ୍ତ ହୋଇଥିବା ନେଇ ସେ କିଛି ଜାଣି ନାହାନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲେଙ୍ଗୁ ମିଶ୍ର ଛକ -ଜୀରାବ୍ରିଜ ରାସ୍ତା ଜବରଦଖଲ: ଉଚ୍ଛେଦ ଆରମ୍ଭ, ମାଡିଲା ବୋଲଡୋଜର

ବରଗଡ, ୩୦।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ରବିବାର ସକାଳୁ ଆରମ୍ଭ ହୋଇଛି। ଜବରଦଖଲରେ ରହିଥିବା...

୫ ବର୍ଷରେ ୩୫୧୬ ଅପମୃତ୍ୟୁ

ବ୍ରହ୍ମପୁର, ୩୦ା୩(ସୁବାସ ଚନ୍ଦ୍ର ପାଢ଼ୀ)ଦକ୍ଷିଣ ଓଡିଶାର ଏକମାତ୍ର ସରକାରୀ ରେଫରାଲ ହସ୍ପିଟାଲ ହେଉଛି ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲ। ଏଠାକୁ ଦକ୍ଷିଣ ଓଡିଶା ଓ ଖୋର୍ଦ୍ଧା...

ସୀମା ନିର୍ଦ୍ଧାରଣକୁ ନେଇ ପଥର୍ଲା ଗ୍ରାମ ଓ ପଲକା ପଡା ବାସୀଙ୍କ ଅସନ୍ତୋଷ ,ଜିଲାପାଳଙ୍କୁ ଅଭିଯୋଗ

କେସିଙ୍ଗା,୨୯।୩(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ହେଉଛି ଏକ ପୁରାତନ ଆଦିବାସୀ ଅଧୁଷ୍ଠିତ ଗ୍ରାମ। ପଥର୍ଲା, ପଲକା ପଡା ଓ...

ସୁକ୍‌ମା ଏନ୍‌କାଉଣ୍ଟର: ୧୮ ମାଓବାଦୀ ନିହତ

ମାଲକାନଗିରି, ୩୦ା୩(ଦୁର୍ଯ୍ୟୋଧନ ପାତ୍ର), ସୁକମା (ପି.ଟି.):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲା ଅଧୀନ କେରାଲପାଲ ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଶନିବାର...

ବହୁ ଚର୍ଚ୍ଚିତ ରମେଶ ସିଂ ହତ୍ୟା ମାମଲା: ଶାଶୁଙ୍କୁ ଆଜୀବନ କାରାଦଣ୍ଡ, ଜ୍ୱାଇଁ ଖଲାସ

ସୁନ୍ଦରଗଡ଼,୨୯ା୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଟାଉନଥାନା ଅନ୍ତର୍ଗତ ଭବାନୀପୁରରେ ୨୦୨୧ରେ ଘଟିଥିବା ବହୁ ଚର୍ଚ୍ଚିତ ରମେଶ ସିଂ ହତ୍ୟା ମାମଲାର ରାୟ ଶନିବାର ପ୍ରକାଶ ପାଇଛି।...

ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ ରାସ୍ତା ଜବରଦଖଲ: ରବିବାର ଉଚ୍ଛେଦ ଆରମ୍ଭ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ରବିବାର ଆରମ୍ଭ ହେବ। ଉଚ୍ଛେଦ ପୂର୍ବରୁ ଶନିବାର ସମ୍ପୃକ୍ତ...

ଖୋର୍ଦ୍ଧା ଜିଲା ଓକିଲ ସଂଘ ନିର୍ବାଚନ: ଦ୍ୱିତୀୟ ଥର ଜୀବନଜ୍ୟୋତି ସଭାପତି

ଖୋର୍ଦ୍ଧା,୨୯।୩(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ଓକିଲ ସଂଘ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ଦ୍ୱିତୀୟ ଥର ଲାଗି ଜୀବନଜ୍ୟୋତି ମିଶ୍ର ନିର୍ବାଚିତ ହୋଇଛନ୍ତି।...

ଭୁବନେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ଅଶୋକ ସଭାପତି

ଭୁବନେଶ୍ୱର,୨୯ା୩(ବନ୍ଦନା ସେଠୀ) ୨୦୨୫-୨୬ବର୍ଷ ପାଇଁ ଶନିବାର ଭୁବନେଶ୍ୱର ବାର ଆସୋସିଏଶନ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଛି। ବାର୍‌ ଆସୋସିଏଶନ ସଭାପତି ପଦ ପାଇଁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image