ଆର୍ଥିକ ସ୍ଥିତିର ବାସ୍ତବତା

ଡ. ସନ୍ତୋଷ କୁମାର ମହାପାତ୍ର

 

ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ୨୦୨୪-୨୫ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ ଉପସ୍ଥାପନ କରିଥିଲେ। ଏହା ସୀତାରାମନଙ୍କ ଷଷ୍ଠ ଏବଂ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଚୂଡ଼ାନ୍ତ ବଜେଟ। ସାଧାରଣତଃ ପୂର୍ଣ୍ଣାଙ୍ଗ ବଜେଟ, ଅନ୍ତରୀଣ ବଜେଟ ଓ ଲେଖାନୁଦାନ ମଧ୍ୟରେ ଅନେକ ତଫାତ୍‌ ରହିଛି। ପୂର୍ଣ୍ଣାଙ୍ଗ ବଜେଟ ଏକ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ କରାଯାଏ, ଯେତେବେଳେ ଗୋଟିଏ ସରକାର ସମ୍ପୂର୍ଣ୍ଣ ଆର୍ଥିକ ବର୍ଷ ଶେଷ କରିବାର ସମ୍ଭାବନା ଥାଏ। କିନ୍ତୁ ଯଦି କୌଣସି କାରଣରୁ ଏକ ସରକାର ସମ୍ପୂର୍ଣ୍ଣ ଆର୍ଥିକ ବର୍ଷ ଶେଷ କରିବାର ସମ୍ଭାବନା ନ ଥାଏ ବା ୨୦୨୪ ବର୍ଷ ପରି ମଝିରେ ନିର୍ବାଚନ ଥାଏ ବା ଏକ କାମଚଳା ସରକାର ଶାସନ କରୁଥାଏ, ତେବେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ନ କରାଯାଇ ଅନ୍ତରୀଣ ବଜେଟ ଉପସ୍ଥାପନ କରାଯାଏ। ପୂର୍ଣ୍ଣାଙ୍ଗ ବଜେଟରେ ଆୟ, ବ୍ୟୟ ଏବଂ ଟିକସ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଏ। ସାଧାରଣତଃ ଅନ୍ତରୀଣ ବଜେଟରେ ଉଭୟ ଆୟ, ବ୍ୟୟ, ଟିକସ ବ୍ୟବସ୍ଥା ଥାଏ। କିନ୍ତୁ ଟିକସରେ ସାଧାରଣ କିଛି ପରିବର୍ତ୍ତନ କରାଯାଏନାହିଁ। ଅନ୍ତରୀଣ ବଜେଟ ବୋଲି କିଛି ନାହିଁ।
ସାଧାରଣତଃ ସରକାର ବଜେଟରୁ ବା କନ୍‌ସୋଲିଡେଟେଡ୍‌ ପାଣ୍ଠିରୁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ହେଲେ ସଂସଦରେ ଅନୁମୋଦିତ ହେବା ଆବଶ୍ୟକ। ଉପସ୍ଥାପନ ପରେ ସଂସଦରେ ଆଲୋଚନା ହୋଇ ଗୃହୀତହେବାକୁ ସମୟ ଲାଗେ। ଯଦି ଆର୍ଥିକ ବର୍ଷ ଆରମ୍ଭରୁ ଅନୁମୋଦନ ନ ହୁଏ ତେବେ କୌଣସି ସରକାରୀ ବ୍ୟୟ ହୋଇପାରିବ ନାହିଁ। ଅନେକ କାର୍ଯ୍ୟ ବନ୍ଦ ହୋଇଯିବ। ଏଣୁ କିଛି ମାସ ପାଇଁ (ମନେକର ୨ରୁ ୪ମାସ) ପାଇଁ ବ୍ୟୟବରାଦ କରାଯାଇ ଆବଶ୍ୟକ ‘ଲେଖାନୁଦାନ’ ବା ‘ଭୋଟ ଅନ୍‌ ଆକାଉଣ୍ଟ’ ହିସାବରେ ଉପସ୍ଥାପନ କରାଯାଇ ସଂସଦରେ ଗୃହୀତ କରାଯାଏ; ଯାହାକୁ ଦଳମତ ନିର୍ବିଶେଷରେ ସମସ୍ତେ ସଂସଦରେ ସମର୍ଥନ କରନ୍ତି। ସୂଚନାଯୋଗ୍ୟ, ଆସନ୍ତା ଏପ୍ରିଲ-ମେ’ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ନୂଆ ସରକାର ଗଠନ ପରେ ଜୁଲାଇରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରାଯିବ।
ଏହି ବଜେଟକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଖାଦେଇଛି। କୁହାଯାଉଛି ଏହା ୨୦୪୭ର ବିକଶିତ ଭାରତର ମୂଳଦୁଆକୁ ଦୃଢ଼ କରିବ। ବିରୋଧୀମାନେ ଏହାକୁ ନୈରାଶ୍ୟଜନକ କହିଛନ୍ତି। ବଜେଟକୁ ନେଇ ଏତେ ମାତ୍ରାରେ ପ୍ରଚାର କରାଯାଉଛି ଯେପରି ଦେଶରେ କିଛି ସମସ୍ୟା ନାହିଁ ଓ ସମସ୍ତେ ଘିଅମହୁରେ ଭାସୁଛନ୍ତି। ଯଦି ଦେଶରେ ସବୁ ଠିକ୍‌ ଚାଲିଛି, ତେବେ ସରକାରଙ୍କୁ ୮୦ କୋଟି ଲୋକଙ୍କୁ କାହିଁକି ମାଗଣା ଖାଦ୍ୟଶସ୍ୟ ଯୋଗାଇଦେବାକୁ ପଡୁଛି। ଯିଏ ସୁଖରେ ଅଛି, ତାହା କଥା ସରକାର କହିବା ଅନୁଚିତ, ବରଂ ଯିଏ ଦୁଃଖ ସମସ୍ୟାରେ ଅଛି, ତାହା କଥା କହିବା ଉଚିତ। ଯିଏ ସରକାର ଗଠନ କରୁନା କାହିଁକି, ସବୁ ସମସ୍ୟା ସମାଧାନ କରି ପାରିବନାହିଁ। କିନ୍ତୁ ଯେଉଁ ସମସ୍ୟା ଦେଖାଦେଇଛି, ତାକୁ ସ୍ବୀକାରକରି ସମାଧାନ ପାଇଁ ପ୍ରୟାସ କରିବା ସରକାରଙ୍କ କର୍ତ୍ତବ୍ୟ।
ବାସ୍ତବ କଥା ହେଉଛି, ଯେଉଁ ଦଳ ଶାସନ କରୁନା କାହିଁକି, ପ୍ରତ୍ୟେକ ବର୍ଷ ଆପେ ଆପେ ନାମାଙ୍କନ ମୂଲ୍ୟରେ ଅଧିକ ଟିକସ ଆଦାୟ ବୃଦ୍ଧି ଘଟିବ ଏବଂ ବଜେଟର ଆକାର ମଧ୍ୟ ବୃଦ୍ଧିପାଇବ। ଏପରିକି ମୁଦ୍ରାସ୍ଫୀତି ଯୋଗୁ ନାମାଙ୍କନ ମୂଲ୍ୟରେ ଆପେ ଆପେ ବୃଦ୍ଧି ପାଇବ; ଯେପରି ୧୯୫୦-୫୧ରେ ନାମାଙ୍କନ ଜିଡିପି ୧୦,୦୩୬ କୋଟି ଟଙ୍କା ଥିଲାବେଳେ ବଜେଟର ଆକାର ମାତ୍ର ୩୫୭.୪୯ କୋଟି ଟଙ୍କା ଥିଲା। ୨୦୨୩-୨୪ରେ ନୋମିନାଲ ବା ନାମାଙ୍କନ ଜିଡିପି ୨୯୬,୫୭,୭୪୫ କୋଟି ଟଙ୍କା ହୋଇଥିଲା, ଯାହା ସଂଶୋଧିତ ଅଟକଳରେ ଏହା ୪୪. ୯ ଲକ୍ଷ କୋଟି ହୋଇଛି। ଅବଶ୍ୟ ଧାର୍ଯ୍ୟ ବଜେଟ ଅଟକଳ ୪୫.୦୩ ଲକ୍ଷ କୋଟି ଟଙ୍କାରୁ ଏହା କମ୍‌।
ଯେହେତୁ ବଜେଟର ଆକାର ଆପେ ଆପେ ବୃଦ୍ଧି ପାଉଛି, ଯିଏ ଶାସନ କରୁନା କାହିଁକି କିଛି ନୂତନ ଯୋଜନା କରିବ, ପୁରୁଣା ଯୋଜନାକୁ ଅଧିକ ସକ୍ରିୟ କରିବ। ଏଣୁ କିଛି ଯୋଜନାକୁ ଭିତ୍ତିକରି ବଜେଟର ଭଲମନ୍ଦ ବିଚାର କରାଯାଏ ନାହିଁ। ସେହିପରି କୌଣସି ସରକାର ନିଜେ ଦେଉଛନ୍ତି ବୋଲି କେବେ କହିବା ଅନୁଚିତ। ଏକ ବଜେଟରେ ବ୍ୟୟ ବୃଦ୍ଧି ଘଟିଛି ବୋଲି କୁହାଯିବ ଯଦି ଏହା ନାମାଙ୍କନ ବୃଦ୍ଧି ସହ ତାଳଦେଇ ବୃଦ୍ଧି ପାଏ ବା ମୋଟ ଜିଡିପି ଅନୁସାରେ ବୃଦ୍ଧି ପାଏ। ୨୦୨୪-୨୫ ବର୍ଷ ପାଇଁ ବଜେଟ ବ୍ୟୟ ଅଟକଳ ୪୯.୦୬ ଲକ୍ଷ କୋଟି ଟଙ୍କାରେ ଧାର୍ଯ୍ୟ କରାଯାଇଛି। ୨୦୨୩-୨୪ ନୋମିନାଲ ବା ନାମାଙ୍କନ ଅଭିବୃଦ୍ଧି ୧୦.୫% ଧାର୍ଯ୍ୟ କରାଯାଇଥିଲାବେଳେ ବାସ୍ତବରେ ଏହା ହ୍ରାସ ପାଇ ୮.୯% ହୋଇଛି। ନାମାଙ୍କନ ଜିଡିପି ୨୦୨୪-୨୫ରେ ପୂର୍ବବର୍ଷ ତୁଳନାରେ ୧୦.୫% ବୃଦ୍ଧି ପାଇ ୩୨୭, ୭୧, ୮୦୮ କୋଟି ଟଙ୍କା ହେବ। ଅର୍ଥାତ୍‌ ନାମାଙ୍କନ ଅଭିବୃଦ୍ଧି ୧୦.୫% ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଥିଲା ବେଳେ ବଜେଟ ବ୍ୟୟ ଅଟକଳ ମାତ୍ର ୬.୧% ବୃଦ୍ଧି ପାଇବ ବୋଲି ଧାର୍ଯ୍ୟ କରାଯାଇଛି। ଏହା ଦର୍ଶାଉଛି, ବ୍ୟୟ ଅଟକଳ ନାମାଙ୍କନ ଅଭିବୃଦ୍ଧି ସହ ତାଳଦେଇ ବୃଦ୍ଧିପାଇବ ନାହିଁ ଏବଂ ଏହା ଏକ ସଙ୍କୁଚିତ ବଜେଟ। ପୁନଶ୍ଚ ଏହି ବୃଦ୍ଧି ହାର ଗତ ୬ ବର୍ଷରେ ସର୍ବନିମ୍ନ। ୨୦୧୯-୨୦ରେ ୧୬%, ୨୦୨୦-୨୧ରେ କରୋନା ମହାମାରୀ ଯୋଗୁ ୩୦.୭%, ୨୦୨୧-୨୨ରେ ୮.୧%, ୨୦୨୨-୨୩ରେ ୧୦.୫% ଏବଂ ୨୦୨୩ -୨୪ରେ ୭.୧%ବୃଦ୍ଧି ପାଇଥିଲା।
ଅତ୍ୟନ୍ତ ଚିନ୍ତାଜନକ ହେଉଛି ଜିଡିପି ଅନୁସାରେ ଭାରତରେ ମୋଟ ବ୍ୟୟବରାଦ ବହୁତ କମ୍‌। ୨୦୨୦-୨୧ରେ ମୋଟ ବ୍ୟୟବରାଦ ଜିଡିପିର ୧୭.୭% ଥିଲାବେଳେ ୨୦୨୧-୨୨ ରେ ୧୫.୯୩%, ୨୦୨୨-୨୩ରେ ୧୫.୩୪%, ୨୦୨୩-୨୪ରେ ଏହା ୧୫. ୧୩%କୁ ହ୍ରାସ ପାଇଥିଲାବେଳେ ୨୦୨୪-୨୫ରେ ୧୩.୭୦% ହେବ ବୋଲି ଧାର୍ଯ୍ୟ କରାଯାଇଛି। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଅନୁସାରେ ଏହା ଫ୍ରାନ୍ସରେ ୫୮.୩୪%, ଜାପାନ ୪୪.୦୯%, ସୁଇଡେନ୍‌ ୪୭.୩୨%, ଆମେରିକା ୩୬.୨୬ %, ବ୍ରିଟେନରେ ୪୪.୩%। ୧୯୭୦ରୁ ୨୦୨୩ ମଧ୍ୟରେ ଭାରତରେ ଏହା ହାରାହାରି ୧୫.୧୧% ହୋଇଥିଲା ବେଳେ ୧୯୮୬ରେ ସର୍ବାଧିକ ରେକର୍ଡ ୧୯.୪୨% ଏବଂ ୧୯୭୦ରେ ରେକର୍ଡ ସର୍ବନିମ୍ନ ୧୧.୮୧% ପହଞ୍ଚିଥିଲା।
ଯେତେବେଳେ କେନ୍ଦ୍ର ବଜେଟ ଆକାର ବୃଦ୍ଧିପାଉନାହିଁ, ସେତେବେଳେ କେତେକ କ୍ଷେତ୍ରରେ ବ୍ୟୟ ବୃଦ୍ଧି ପାଇଲାବେଳେ କିଛି କ୍ଷେତ୍ରରେ ହ୍ରାସ ପାଉଛି। ଯଦି ମୁଦ୍ରାସ୍ଫୀତିକୁ ବିଚାରକୁ ନେବା ତେବେ ହ୍ରାସ ବେଶି ଅଧିକ ହେବ। କେନ୍ଦ୍ର ସରକାରଙ୍କ ବ୍ୟୟ ଜିଡିପି ଅନୁସାରେ ସଙ୍କୁଚିତ ହେଉନି ବରଂ ରାଜ୍ୟକୁ ଦେଉଥିବା ତାଙ୍କ ଅଂଶ ମଧ୍ୟ ହ୍ରାସ ପାଉଛି, ଯାହା ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ।
ଅର୍ଥ କମିଶନ ଅନୁସାରେ ବିଭାଜିତ ପାଣ୍ଠିରୁ ରାଜ୍ୟଗୁଡ଼ିକ ୪୨% (ଜମ୍ମୁ ଓ କଶ୍ମୀରକୁ ୨ଭାଗ ଯୋଗୁ ପଞ୍ଚଦଶ ଅର୍ଥ କମିଶନ ଅନୁସାରେ ୪୧%) ପାଇବା କଥା। କିନ୍ତୁ ସରଚାର୍ଜ, ସେସ୍‌ ଯୋଗୁ ଏହା କମ୍‌ ମିଳୁଛି। କାରଣ ସରଚାର୍ଜ, ସେସ୍‌ ଦ୍ୱାରା ସଂଗୃହୀତ ସମ୍ବଳରେ ରାଜ୍ୟର କିଛି ଅଂଶ ନ ଥାଏ। ୨୦୧୬-୧୭ରେ ରାଜ୍ୟଗୁଡ଼ିକ କେନ୍ଦ୍ରୀୟ ବିଭାଜନ ପାଣ୍ଠିରୁ ୩୫% ପାଉଥିଲା ବେଳେ ୨୦୨୨-୨୩ ରେ ୩୧.୧୭% ପାଇଥିଲେ। ୨୦୨୩-୨୪ର ସଂଶୋଧିତ ଅଟକଳରେ ଏହା ୩୦.୦%କୁ ହ୍ରାସ ପାଇଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି କିଛି ବର୍ଷ ହେବ ଶିକ୍ଷା,ସ୍ବାସ୍ଥ୍ୟ ତଥା ଅନ୍ୟାନ୍ୟ ସାମାଜିକ କ୍ଷେତ୍ରରେ ବଜେଟର ମୋଟ ବ୍ୟୟ ଅଟକଳ ଅନୁପାତରେ ବ୍ୟୟ ହ୍ରାସ ପାଉଛି। ବର୍ତ୍ତମାନ ଦରଦାମ ବୃଦ୍ଧି, ବେକାରି, ବୈଷମ୍ୟ, ବଞ୍ଚିବା ଅଧିକ ବ୍ୟୟ ସାପେକ୍ଷ ହେବା ସହ ସାମାଜିକ ଅସ୍ଥିରତା ସୃଷ୍ଟି କରିଛି।
ମୋ: ୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ବେଢ଼ାରେ ଗଜାନନ

ଶ୍ରୀମନ୍ଦିର  ପଶ୍ଚିମ ପାର୍ଶ୍ୱରେ ଥିବା ସାକ୍ଷୀଗୋପାଳ ମନ୍ଦିର ନିକଟରେ ରହିଛି କାଞ୍ଚତ୍ ଗଣେଶ ମନ୍ଦିର। କାଞ୍ଚତ୍ ଗଣେଶଙ୍କୁ ତନ୍ତ୍ର ଗଣେଶ ମଧ୍ୟ କୁହାଯାଏ। ଭିତରଛୁ ମହାପାତ୍ର...

ଶକ୍ତ ବିରୋଧୀ, ସଶକ୍ତ ଗଣତନ୍ତ୍ର

ବିଗତ ଦିନରେ ଦେଶରେ ଏପରି କିଛି ଘଟଣା ଘଟିଛି, ଯାହା ଏନ୍‌ଡିଏ ୩.୦ ସରକାରଙ୍କ ଅସହାୟତାକୁ ପଦାରେ ପକାଇଛି। ଏହି ନିରୁପାୟ ଶକ୍ତ ବିରୋଧୀ ଦଳ...

ନିବେଶ ଲକ୍ଷ୍ୟରେ ଭଜନଲାଲ

ଡିସେମ୍ବର ୯ରୁ ୧୧ ଜୟପୁରରେ ‘ରାଇଜିଂ ରାଜସ୍ଥାନ’ ବୈଶ୍ୱିକ ନିବେଶ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଆଇଏଏସ୍‌ ଅଧିକାରୀଙ୍କ ଗୋଟିଏ ଟିମ୍‌ ସାରା...

ଗୃହ ବିଦ୍ୟାଳୟ

ଆଜି ସବୁଠି ଅଭିଯୋଗ ଯେ ପଞ୍ଚମ ଶ୍ରେଣୀରେ ପଢୁଥିବା ପିଲା ନିଜ ନାଁ ବି ଠିକ୍‌ ସେ ଲେଖି ପାରୁନି ଏବଂ ହାଇସ୍କୁଲରେ ପାଠ ପଢୁଥିବା...

ଓ୍ବିମ୍ବେଲଡନରେ ଜଳବାୟୁ ପ୍ରତିବାଦ

ଜଳବାୟୁ ପ୍ରଦର୍ଶନକାରୀମାନେ ୱିମ୍ବେଲଡନ ଟେନିସ୍‌ ପ୍ରତିଯୋଗିତାରେ ବାଧା ସୃଷ୍ଟି କରିଥିଲେ। ସେମାନେ ପ୍ରସିଦ୍ଧ ଚିତ୍ରକଳାକୁ ସୁରକ୍ଷା ଦେଉଥିବା ଗ୍ଲାସ୍‌ ଉପରକୁ ଟମାଟୋ ସସ୍‌ ପକାଇଥିଲେ। ଏହାସହ...

କଠୋର ଦଣ୍ଡବିଧାନ ଲୋଡ଼ା

ନାରୀଶକ୍ତିର ଦୁରବସ୍ଥା ଆଜି ଖବରକାଗଜ, ଟେଲିଭିଜନ ଖୋଲିଲେ ଜଣାପଡ଼େ। ୨୦୧୨ମସିହାରେ ନୂଆ ଦିଲ୍ଲୀ ରାଜରାସ୍ତାର ଚଳନ୍ତା ବସ୍‌ରେ ଘଟିଥିବା ନାରକୀୟ କାଣ୍ଡ ସମଗ୍ର ସଭ୍ୟସମାଜରେ ହଇଚଇ...

ଗୁରୁ ଚିର ନମସ୍ୟ

ଦେଶର ଅଗଣିତ ଶିଶୁମାନଙ୍କୁ ଶିକ୍ଷାଦାନ କରି ଜଣେ ସୁନାଗରିକ କରିବାରେ ଗୁରୁମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ସମାଜରେ ଯଥେଷ୍ଟ ଉପରେ ରହିଛି। ଆମ ପୁଣ୍ୟ ଭୂମି...

ଗାନ୍ଧିଜୀଙ୍କ ଅନୁସୃତ ଚିକିତ୍ସା ପଦ୍ଧତି

ମନୁଷ୍ୟ ଶରୀର ପଞ୍ଚଭୂତରୁ ସୃଷ୍ଟି। ସେଗୁଡ଼ିକ ହେଉଛି- ଅଗ୍ନି, ବାୟୁ, ଜଳ, ଆକାଶ ଓ ପୃଥିବୀ। ତେଣୁ ମାଟି, ପାଣି, ବାୟୁ, ଆଲୋକ ଓ ଉତ୍ତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri