ନୂଆଦିଲ୍ଲୀ,୨୨।୯: ନିକଟରେ ଭାଜପାରୁ ତୃଣମୂଳ କଂଗ୍ରେସ (ଟିଏମସି) ଦଳରେ ଯୋଗ ଦେଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ଦଳ ଛାଡିବାର କାରଣ କହିଛନ୍ତି। ମହାନ ଫୁଟବଲର ଲିଓନାଲ ମେସି ବାର୍ସିଲୋନା କ୍ଲବ ଛାଡିବାକୁ ଚାହୁଁ ନ ଥିଲେ, କିନ୍ତୁ ଦୁଃଖରେ ସେ କ୍ଲବ ଛାଡିବାକୁ ବାଧ୍ୟ ହୋଇଥିଲେ, ମୋ ସହ ତାହା ହଁି ଘଟିଛି। ମୁଁ ଚାହୁଁନାହିଁ ଆଉ ସଂସଦୀୟ ରାଜନୀତିରେ ସମୟ ବର୍ବାଦ ହେଉ। ମୋତେ ଏବେ ଭଲ ସୁଯୋଗ ମିଳିଛି, ଯାହା ମୋତେ ପୂର୍ବରୁ ମିଳି ନ ଥିଲା। ଆଗକୁ ଦଳ ପାଇଁ କାମ କରି ଲୋକଙ୍କ ପାଖରେ ପହଞ୍ଚିବି ବୋଲି ସେ କହିଛନ୍ତି।
କିଛି ମାସ ପୂର୍ବରୁ ପଶ୍ଚିମବଙ୍ଗ ଭାଜପାରେ ଭାଜପା ପକ୍ଷରୁ ଟିଏମ୍ସି ବିରୋଧୀ ଚେହେରା କୁହାଯାଉଥିବା ବାବୁଲ ସୁପ୍ରିୟୋ ହଠାତ୍ ରାଜନୀତିରୁ ଅବସର ଘୋଷଣା କରିଥିଲେ। କିନ୍ତୁ ଅବସର ଘୋଷଣା କରିବାର କିଛିଦିନ ମଧ୍ୟରେ ସେ ଭାଜପା ଛାଡି ଟିଏମ୍ସିରେ ଯୋଗ ଦେଇଥିଲେ।