ବଢ଼ିବ ନିଯୁକ୍ତି ପ୍ରକ୍ରିୟା

ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)ର ମୁଖ୍ୟ ଅର୍ଥଶାସ୍ତ୍ରୀ ସୌମ୍ୟକାନ୍ତି ଘୋଷ କହିଛନ୍ତି, ଚଳିତ ଆର୍ଥିକ ବର୍ଷ (୨୦୨୧-୨୨)ରେ ଶ୍ରମ ବଜାରର ସ୍ଥିତିରେ ସୁଧାର ଆସିବ ଏବଂ କମ୍ପାନୀଗୁଡିକ ମହାମାରୀ ହ୍ରାସ ହେବା ସହ ନିଯୁକ୍ତି ପ୍ରକ୍ରିୟାକୁ ପୁଣି ଥରେ ଦ୍ରୁତ କରିବାକୁ ଯାଉଛନ୍ତି। ଅର୍ଥଶାସ୍ତ୍ରୀମାନେ ଇପିଏଫ୍‌ଓ ଓ ଏନ୍‌ପିଏସ୍‌ ପକ୍ଷରୁ ନିୟମିତ ଜାରି ମାସିକିଆ ରିପୋର୍ଟକୁ ବିଶ୍ଳେଷଣକରି ଏହା କହିଛନ୍ତି। ଉକ୍ତ ରିପୋର୍ଟରେ ନୂତନ ନିଯୁକ୍ତି ସୃଷ୍ଟି ନେଇ ଆଶା ପ୍ରକାଶ କରାଯାଇଛି। ଆଗାମୀ ଦିନରେ ଯଦି ସବୁ ଠିକ୍‌ ରହେ ତା’ ହେଲେ ନୂତନ ନିଯୁକ୍ତ ସୁଯୋଗ ୨୦୨୧-୨୨ରେ ପ୍ରାୟ ୫୦ ଲକ୍ଷ ଅତିକ୍ରମ କରିବ ବୋଲି ରିପୋର୍ଟରେ ଆଶା କରାଯାଇଛି।

Share