୩୩ ଦିନ ଚାଲିବ ରେଡ୍‌ ଡ୍ରପ୍‌ ମାରାଥନ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ର ସ୍ବେଚ୍ଛାସେବୀ ସଙ୍ଗଠନ ନିଷ୍ଠା ପରିବାର ପକ୍ଷରୁ ୨୦୨୫ ଜାନୁୟାରୀ ୧ତାରିଖରୁ ଫେବୃୟାରୀ ୨ତାରିଖ ପର୍ଯ୍ୟନ୍ତ ୩୩ ଦିନ ଧରି ରେଡ୍‌ ଡ୍ରପ୍‌ ମାରାଥନ୍‌ କରାଯିବ। ଜିଲାର ବିଭିନ୍ନ ସ୍ଥାନରେ ଶିବିର କରାଯାଇ ରକ୍ତ ସଂଗ୍ରହ କରାଯିବ ବୋଲି ସୋମବାର ବରଗଡ଼ ସାମ୍ବାଦିକ ସଂଘ ସଭାକକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସଙ୍ଗଠନର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଉକ୍ତ ସଙ୍ଗଠନର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ ସୂଚନା ଦେଇ କହିଥିଲେ, ନିଷ୍ଠା ପରିବାର ସବୁବେଳେ ଅସହାୟ, ଦୁଃଖୀ, ନିରାଶ୍ରୟ ରୋଗୀଙ୍କ ସେବା ସହିତ ସ୍ବାସ୍ଥ୍ୟ ଶିବିର, ରକ୍ତଦାନ ଶିବିର, ଚକ୍ଷୁ ଚିକିତ୍ସା ଶିବିର, ନିଷ୍ଠା ଜୀବନ ରେଖା ଆମ୍ବୁଲାନ୍ସ ସେବା ଯୋଗାଇ ଆସୁଥିବାବେଳେ କରୋନା କାଳରେ ମଧ୍ୟ ଲୋକଙ୍କୁ ଯଥାସମ୍ଭବ ସେବା ଯୋଗାଇଥିଲା। ତେବେ ଆସନ୍ତା ନବବର୍ଷ ପହିଲାରୁ ନିଷ୍ଠା ପରିବାର ଅଭିନବ ରକ୍ତ ସଂଗ୍ରହ ଅଭିଯାନ ରେଡ୍‌ ଡ୍ରପ୍‌ ମାରାଥନ୍‌ କାର୍ଯ୍ୟକ୍ରମ ଆରମ୍ଭ କରିବ ଏବଂ ଆଗାମୀ ୨୫ତାରିଖ ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲରେ ଉକ୍ତ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହେବ। ସଙ୍ଗଠନ ସଭାପତି ରକ୍ଷପାଳ ସାହୁ କହିଥିଲେ, ୨୦୧୦ ଜୁନ ୧୪ତାରିଖରୁ ନିଷ୍ଠା ପରିବାର ଲୋକଙ୍କୁ ସେବା ଯୋଗାଇ ଆସୁଛି। ବିଭିନ୍ନ ପର୍ବପର୍ବାଣୀ, ଜନ୍ମଦିନ, ଶ୍ରାଦ୍ଧବାର୍ଷିକୀ ଆଦି କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର କରାଯାଉଛି। ଏଭଳି କାର୍ଯ୍ୟକ୍ରମରେ ଦିନକୁ ଦିନ ରକ୍ତଦାନ ପାଇଁ ଲୋକଙ୍କ ଆଗ୍ରହ ବଢ଼ି ଚାଲିଛି। ତେବେ ରେଡ୍‌ ଡ୍ରପ୍‌ ମାରାଥନ୍‌ କାର୍ଯ୍ୟକ୍ରମ ଲୋକଙ୍କ ସେଭଳି ଆଗ୍ରହକୁ ଆହୁରି ଦ୍ୱିଗୁଣିତ କରିବ। ୩୩ଦିନର ରେଡ୍‌ ଡ୍ରପ୍‌ ମାରାଥନ କାର୍ଯ୍ୟକ୍ରମରେ ୮ଦିନ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଏବଂ ଅନ୍ୟଦିନ ଗୁଡ଼ିକରେ ଜିଲାର ବିଭିନ୍ନ ଗ୍ରାମରେ ରକ୍ତଦାନ ଶିବିର ହେବ। ବରଗଡ଼, ବୁର୍ଲା, ପଦ୍ମପୁର ଏବଂ ସମ୍ବଲପୁର ରକ୍ତଭଣ୍ଡାର କର୍ମଚାରୀମାନେ ରକ୍ତ ସଂଗ୍ରହ କରିବେ ବୋଲି ସଭାପତି ସାହୁ ସୂଚନା ଦେଇଥିଲେ। ଖବରଦାତା ସମ୍ମିଳନୀରେ ସଙ୍ଗଠନର ଅନ୍ୟତମ ଉପଦେଷ୍ଟା ସଚି ପଣ୍ଡା, ସମ୍ପାଦକ ଲୋକନାଥ ସାହୁ, କ୍ଷୀରୋଦ୍ର ସାହୁ, ମଦନ ମୋହନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଶେକଙ୍କ ବିସ୍ଫୋରକ ଶତକ: ହାଇଦ୍ରାବାଦ ବିଜୟୀ

ହାଇଦ୍ରାବାଦ,୧୨ା୪: ଅଭିଶେକ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ୮ ଉଇକେଟରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌)କୁ ପରାସ୍ତ କରିଛି। ହାଇସ୍କୋରିଂ ମ୍ୟାଚରେ ପିବିକେଏସ୍‌...

ଉଗ୍ରରୂପ ନେଲା ଓ୍ବକ୍‌ଫ ବିରୋଧୀ ବିକ୍ଷୋଭ: ଇଣ୍ଟରନେଟ୍‌ ସେବା ବନ୍ଦ

କୋଲକାତା,୧୨।୪: ଓ୍ବକ୍‌ଫ ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ଉଗ୍ରରୂପ ନେଇଛି। ପଶ୍ଚିମବଙ୍ଗର ମୁସଲମାନବହୁଳ ମୁର୍ଶିଦାବାଦ ଜିଲାରେ ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିବା ବେଳେ ଏଥିରେ...

ଭାରତୀୟ ଫାର୍ମା କମ୍ପାନୀର ଓ୍ବେୟାର ହାଉସ ଉପରେ ମିଶାଇଲ ମାଡ଼ କଲା ରୁଷିଆ

କ୍ୱିଭ,୧୨।୪: ୟୁକ୍ରେନର ରାଜଧାନୀ କ୍ୱିଭରେ ରୁଷିଆର ସଦ୍ୟତମ ଆକ୍ରମଣରେ ଏକ ଭାରତୀୟ ଔଷଧ କମ୍ପାନୀର ଗୋଦାମ ଧ୍ୱଂସ ହୋଇଯାଇଛି। ଶନିବାର (୧୨ ଏପ୍ରିଲ, ୨୦୨୫) ଭାରତରେ...

ମୋହନ ବାଗାନ ସୁପର ଜାଏଣ୍ଟ୍ସ ଚାମ୍ପିୟନ

କୋଲକାତା, ୧୨ା୪ : ମୋହନବାଗାନ ସୁପର ଜାଏଣ୍ଟ୍ସ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ୨୦୨୪-୨୫ ସିଜନର ଟାଇଟଲ ବିଜେତା ହୋଇଛି। ସ୍ଥାନୀୟ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ...

ଆଶ୍ୱସ୍ତି ଆଣିଲା କାଳବୈଶାଖୀ ବର୍ଷା

ଧରାକୋଟ,୧୨ା୪(ବିଷ୍ଣୁ କେଶରୀ ଅଚାର୍ଯ୍ୟ): କାଳବୈଶାଖୀ ବର୍ଷା ଧରାକୋଟ ଅଞ୍ଚଳର ଜନଜୀବନ ପାଇଁ ଆଶ୍ୱସ୍ତି ଆଣିଛି। ଚୈତ୍ର ମାସରେ ତାପମାତ୍ରା ବୃଦ୍ଧି ଯୋଗୁ ଲୋକେ ନାହିଁ ନ...

ଦୁଇ ଫୁଲମାଳରେ ବାଛିଲେ ଜୀବନସାଥୀ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ)- ବିବାହରେ ନ ଥିଲା ଯାନିଯୌତୁକ। କେବଳ ୨ଟି ଫୁଲମାଳରେ ବାଛିଥିଲେ ଜୀବନସାଥୀ। ଏଭଳି ଏକ ଆଦର୍ଶ ଗଣବିବାହ ଶନିବାର ବରଗଡ ସ୍ଥିତ ବିଜୁ...

ମିଳୁନି ପିଇବା ପାଣି

ଗଞ୍ଜାମ,୧୨ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମରେ ଦୀର୍ଘ ପନ୍ଦର ଦିନରୁ ଊର୍ଦ୍ଧ୍ୱ ହେବ ପିଇବା ପାଣି ସମସ୍ୟା ଦେଖାଦେଇଛି। ଏନେଇ...

ଭଉଣୀ ନେହା କକ୍କର, ଭାଇ ଟୋନିଙ୍କଠାରୁ ସମ୍ପର୍କ କାଟିଲେ ଭଉଣୀ ସୋନୁ! ପୋଷ୍ଟ ଶେୟାର କରି କହିଲେ…

ମୁମ୍ବାଇ: ଗାୟିକା ସୋନୁ କକ୍କର ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଗାୟିକା, ସେ ଅନେକ ବଡ଼ ବଡ଼ ମୁଭିରେ ନିଜ କଣ୍ଠସ୍ବରର ଯାଦୁ ଦେଖାଇଛନ୍ତି। ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image