Categories: ଜାତୀୟ

ଆଜିଠୁ ଲାଲକିଲ୍ଲା ବନ୍ଦ

ନୂଆଦିଲ୍ଲୀ,୨୧।୭: ସ୍ବାଧୀନତା ଦିବସ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ସାଧାରଣ ନାଗରିକଙ୍କ ପାଇଁ ଲାଲକିଲ୍ଲା ଆଜିଠୁ ବନ୍ଦ ରହିଛି। ଜୁଲାଇ ୨୧ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଲାଲକିଲ୍ଲା ପରିଦର୍ଶନ ବନ୍ଦ ରହିବ। ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ ଇଣ୍ଡିଆ (ଏଏସଆଇ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ଜୁଲାଇ ୧୫ରୁ ଲାଲକିଲ୍ଲା ବନ୍ଦ କରିବାକୁ ଦିଲ୍ଲୀ ପୋଲିସ ଏଏସଆଇକୁ କହିଥିଲା। ଏଏସଆଇ ୧୫ ବଦଳରେ ଜୁଲାଇ ୨୧ରୁ ଲାଲକିଲ୍ଲା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଦିଲ୍ଲୀ ପୋଲିସ ପୂର୍ବ ଅପେକ୍ଷା ଲାଲକିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିଛି।
ଏଥି ସହିତ ଆସନ୍ତା ସ୍ବାଧୀନତା ଦିବସକୁ ଦୃଷ୍ଟିରେ ରଖି ଭାରତର ଗୁଇନ୍ଦା ବିଭାଗ ଦିଲ୍ଲୀ ପୋଲିସକୁ ସତର୍କ ସୂଚନା ଜାରି କରିଛି। ଅଗଷ୍ଟ ୧୫ ପୂର୍ବରୁ ଯେକୌସି ସମୟରେ ରାଜଧାନୀରେ ଡ୍ରୋନ ଆକ୍ରମଣ ହୋଇପାରେ।

Share