ଯବତୀଙ୍କୁ ବଳାତ୍କାର କରି ଫେରାଥିଲେ ସମ୍ପର୍କୀୟ, ପରେ…

କୋକସରା,୨୫।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଆମପାଣି ଥାନାରେ ଗତ ଜୁଲାଇ ମାସ ୧୧ ତାରିଖରେ ଏକ ବଳାତ୍କାର ମାମଲା ରୁଜୁ ହୋଇଥିଲା। ଘଟଣାରେ ଫେରାରଥିବା ଅଭିଯୁକ୍ତଙ୍କୁ  ପୋଲିସ  ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନାଯୋଗ୍ୟ, ଆମପାଣିର ଜନୈକା  ଯୁବତୀଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ଯୁବକ ବଙ୍ଗୋମୁଣ୍ଡା ଗ୍ରାମର ସାଧୁରାମ ମାଝି (୩୩) ବଳାତ୍କାର କରିଥିବା ନେଇ ପିଡୀତାଙ୍କ ପରିବାର ପକ୍ଷରୁ ଆମପାଣି ଥାନାରେ ଅଭିଯୋଗ ହୋଇଥିଲା। ଘଟଣା ପରେ ଅଭିଯୁକ୍ତ ଯୁବକ ଫେରାର ଥିଲେ। ପୋଲିସ ତଦନ୍ତ ଜାରି ରଖିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇସାଧୁରାମଙ୍କୁ ତାଙ୍କ ଗାଁ  ବଙ୍ଗୋମୁଣ୍ଡାରୁ ଗିରଫ କରିବା ପରେ ଶୁକ୍ରବାର କୋର୍ଟ ଚାଲାଣ କରିଛି।
Share