ପୁଣି ଘୁଞ୍ଚିଲା ‘ଏମରଜେନ୍ସି’ର ରିଲିଜ୍‌ ଡେଟ୍‌

ମୁମ୍ବାଇ:ଚଳିତ ଲୋକ ସଭା ନିର୍ବାଚନରେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆସନ୍ତା ମାସ ୧ରେ ମଣ୍ଡି ଆସନରେ ମତଦାନ ହେବାକୁ ଥିବାବେଳେ ଏହାରି ମଧ୍ୟରେ କଙ୍ଗନାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଏମରଜେନ୍ସି’ କୁ ସ୍ଥଗିତ ରଖାଯାଇଛି। କଙ୍ଗନାଙ୍କ ପ୍ରଡକ୍ସନ କମ୍ପାନୀ ମଣିକର୍ନିକା ଫିଲ୍ମସ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଲୋକ ସଭା ନିର୍ବାଚନ ଚାଲିଥିବାରୁ ସମ୍ପ୍ରତି କଙ୍ଗନା ନିଜ ରାଜନୈତିକ ପ୍ରତିବଦ୍ଧତାକୁ ପ୍ରାଥମିକତା ଦେଉଛନ୍ତି। ତେଣୁ ଏହି ଫିଲ୍ମର ରିଲିଜ ଡେଟ୍‌କୁ ବଢାଇ ଦିଆଯାଇଥିବା କଙ୍ଗନାଙ୍କ ପ୍ରଡକ୍ସନ ହାଉସ ପକ୍ଷରୁ କୁହାଯାଇଛି।
ଚଳିତ ବର୍ଷ ପ୍ରାରମ୍ଭରେ ସୋସିଆଲ ମିଡିଆ ମାଧ୍ୟମରେ କଙ୍ଗନା ‘ଏମରଜେନ୍ସି’ ରିଲିଜ୍‌ ତାରିଖ ଘୋଷଣା କରିଥିଲେ। ଏହି ଫିଲ୍ମ ଜୁନ୍‌ ୧୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି କଙ୍ଗନା ଫିଲ୍ମର ଏକ ପୋଷ୍ଟର ଶେୟାର କରି ସୂଚନା ଦେଇଥିଲେ। ତେବେ ବର୍ତ୍ତମାନ ପ୍ରଶଂସକଙ୍କୁ ଫିଲ୍ମର ରିଲିଜ୍‌ ପାଇଁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡିବ ବୋଲି ଜଣାପଡ଼ିଛି। କଙ୍ଗନାଙ୍କ ପ୍ରଡକ୍ସନ୍‌ ହାଉସ୍‌ ପକ୍ଷରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜାରି କରାଯାଇ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଖୁବ୍‌ଶୀଘ୍ର ଫିଲ୍ମ ରିଲିଜ୍‌ର ନୂତନ ତାରିଖ ଜାରି ହେବ ଏବଂ ଏ ସମ୍ପର୍କିତ ସୂଚନା ଦିଆଯିବ ବୋଲି ପ୍ରଡକ୍ସନ ହାଉସ ପକ୍ଷରୁ କୁହାଯାଇଛି।
ତେବେ ‘ଏମରଜେନ୍ସି’ ଫିଲ୍ମର ରିଲିଜ୍‌ ତାରିଖ ପ୍ରଥମ ଥର ପାଇଁ ସ୍ଥଗିତ ରଖାଯାଇ ନାହିଁ। ଏହାପୂର୍ବରୁ ଏହି ଚଳଚ୍ଚିତ୍ର ଗତବର୍ଷ ନଭେମ୍ବର ୨୪ରେ ମୁକ୍ତିଲାଭ କରିବାର ଥିଲା। ତେବେ ଏହି ତାରିଖକୁ ସ୍ଥଗିତ ରଖାଯାଇ ଚଳିତ ବର୍ଷ ଜୁନ୍‌ ୧୪ରେ ଏହା ମୁକ୍ତିଲାଭ କରିବ ବୋଲି କୁହାଯାଇଥିଲା। ‘ଏମରଜେନ୍ସି’ ଚଳଚ୍ଚିତ୍ରରେ କଙ୍ଗନା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ କଙ୍ଗନାଙ୍କ ସହ ବରିଷ୍ଠ ଅଭିନେତା ଅନୁପମ ଖେର, ଶ୍ରେୟସ ତଲପଡ଼େ, ମହିମା ଚୌଧୁରୀ ଏବଂ ସତିଶ କୌଶିକ ମଧ୍ୟ ଅଭିନୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସତ ନା ଲୋକଦେଖାଣିଆ…ଐଶ୍ୱର୍ଯ୍ୟାଙ୍କ ଓଢ଼ଣୀ ଧରି ଚାଲିଲେ ଅଭିଷେକ,Video

ବମ୍ବେ: କେତେବେଳେ ଅଲଗା ତ କେବେ ଏକାଠି। ଏମିତିରେ ପ୍ରଶଂସକ ସତ କ’ଣ ଆଉ ମିଛ କ’ଣ ତାହା ବୁଝିବା କଷ୍ଟକର ବୋଲି ମତ ରଖୁଛନ୍ତି।...

ବିବାହର ୧୬ ଦିନ ପରେ ପ୍ରଶଂସକଙ୍କୁ ଖୁସିଖବର ଦେଲେ ନାଗା ଚୈତନ୍ୟ

ହାଇଦ୍ରାବାଦ: ସାଉଥ୍‌ର ଚର୍ଚ୍ଚିତ ଯୋଡ଼ି ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା ଡିସେମ୍ବର ୪ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ଉଭୟ...

ହଲିଉଡ ଅଭିନେତା ଟମ କ୍ରୁଜଙ୍କୁ ମିଳିଲା ଆମେରିକା ନୌସେନାର ସର୍ବୋଚ୍ଚ ସମ୍ମାନ

ଲସ ଆଞ୍ଜେଲସ,୧୯।୧୨: ଯେତେବେଳେ ଲୋକପ୍ରିୟ ହଲିଉଡ ତାରକାମାନଙ୍କ ବିଷୟରେ ଆଲୋଚନା ହୁଏ, ଟମ କ୍ରୁଜଙ୍କ ନାମ ନିଶ୍ଚିତ ଭାବରେ ଏହି ତାଲିକାରେ ଆସିଥାଏ। ସେ ନିଜେ...

ମା’ ହେଲେ ଗୋପୀ ବୋହୂ

ଟିଭିର ଗୋପୀ ବୋହୂ ତଥା ଦେବୋଲିନା ଭଟ୍ଟାଚାର୍ଜ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଦେବୋଲିନା ନିଜେ ନିଜ ଇନଷ୍ଟାଗ୍ରାମ ମାଧ୍ୟମରେ...

Pushpa-2 ସ୍କ୍ରିନିଂ ସମୟରେ ଆହତ ହୋଇଥିବା ନାବଳକ ଏବେ ଗୁରୁତର

ନୂଆଦିଲ୍ଲୀ,୧୮।୧୨: ଡିସେମ୍ବର ୪ରେ ମୁଭି ପୁଷ୍ପା ୨ର ପ୍ରିମିୟର୍‌ ଶୋ’ ପୂର୍ବରୁ ହାଇଦ୍ରାବାଦର ସାା ଥିଏଟରରେ ଦଳାଚକଟାେରେ ଆହତ ହୋଇଥିବା ଶିଶୁ ଏବେ ଗୁରୁତର। ଏବେ...

ଓସ୍କାର ରେସ୍‌ରୁ ବାଦ୍‌ ପଡିଲା ‘ଲାପତା ଲେଡିଜ୍‌’

ମୁମ୍ବାଇ,୧୮।୧୨: ଓସ୍କାର ରେସ୍‌ରୁ ବାଦ୍‌ ପଡିଲା ‘ଲାପତା ଲେଡିଜ୍‌’ । କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବାକୁ...

ସୋନାକ୍ଷୀ-ମୁକେଶ କଳି

ମୁମ୍ବାଇ: କିଛି ବର୍ଷ ତଳେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଲୋକପ୍ରିୟ ଟିଭି ଧାରାବାହିକ ‘କୋନ୍‌ ବନେଗା କରୋଡ୍‌ପତି’ରେ ରାମାୟଣ ସହ ଜଡ଼ିତ ଏକ ପ୍ରଶ୍ନର ଉତ୍ତର...

କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ବିପାଶା ଚୁମ୍ବନ ଦେବା ବେଳର ଫଟୋ ହେଉଛି ଭାଇରାଲ

ମୁମ୍ବାଇ: ବଲିଉଡ୍‌ର ସେନ୍‌ସେଶନାଲ ଅଭିନେତ୍ରୀ ବିପାଶା ବସୁଙ୍କ ଏକ ପୁରୁଣା ଫଟୋ ପୁଣିଥରେ ଭାଇରାଲ ହେଉଛି। ଫଟୋରେ ସେ ଫୁଟବଲ୍‌ର କ୍ରିଷ୍ଟିଆନ୍‌ ରୋନାଲ୍ଡୋଙ୍କୁ ଚୁମ୍ବନ ଦେଉଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri